Indus Valley Times

ବୌଦ୍ଧ : ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ବୌଦ୍ଧ ଜ଼ିଲ୍ଲା ଗସ୍ତ

 Breaking News

ବୌଦ୍ଧ : ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ବୌଦ୍ଧ ଜ଼ିଲ୍ଲା ଗସ୍ତ

February 04
22:29 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୪/୨: କଂଗ୍ରେସ ଦଳର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଆଜି ବୌଦ୍ଧ ଜ଼ିଲ୍ଲାକୁ ଆସି କଂଗ୍ରେସ ଦଳର ବର୍ତମାନ ସଂଗଠନ ସ୍ଥିତି ଓ ସାଧାରଣ କଂଗ୍ରେସ କର୍ମୀ ମାନଙ୍କ ଉପରେ ପଚାରି ବୁଝିବା ସହିତ ଅଂଚଳର ପ୍ରକୃତ ସମସ୍ୟା ଲୋକ ଲୋଚନ ଆଣି ସରକାର ବିରୁଦ୍ଧରେ ଲଢେଇ ଲାଗି କର୍ମୀ ମାନଙ୍କୁ ଗ୍ରାମାଞ୍ଚଳ ରେ ଯୁବକ ମାନଙ୍କୁ ଉତ୍ସାହିତ କରିବା ସହିତ ଆଗାମୀ ଦିନରେ କିପରି ଦଳକୁ ସଂଘଠିତ କରି ହେବ ସେଥିପାଇଁ ପରାମର୍ଶ ଦେଇଥିଲେ ।
ତାଙ୍କ ପୁରୁଣା ବନ୍ଧୁ ବନିରଞ୍ଜନ ପଟ୍ଟନାୟକ ଙ୍କୁ ସାକ୍ଷ୍ୟାତ ଓ ଆଲୋଚନା କରିଥିଲେ, ତାଙ୍କ ସହିତ ପୂର୍ବତନ ଯୁବ କଂଗ୍ରେସ ସଭାପତି ଅବଦୁଲ ଅଜିଜ ଖାଁ, ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ମହେଶ୍ୱର ପ୍ରଧାନ, ନିର୍ବାଚନ ମଣ୍ଡଳୀ ସଭାପତି ଅବଦୁଲ କାଲିମ ଖାଁ, କୃଷକ ସଭାପତି ରଘୁନାଥ ପଳିଆଓ ସଂଜୀବ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।
ବୌଦ୍ଧ : ମହୁମାଛି ଆକ୍ରମଣରେ ଶିକ୍ଷକ ସମେତ ୬ ଛାତ୍ରୀ ଆହତ
ବୌଦ୍ଧ,୪/୨: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକର ବଡବନ୍ଧ କନ୍ୟାଶ୍ରମରେ ଗୁରୁବାର ଦିନ ମହୁମାଛି ଆକ୍ରମଣରେ ଶିକ୍ଷକ ସମେତ ୬ ଜଣ ଛାତ୍ରୀ ଆହତ ହୋଇଥିବା ଜଣାପଡିଛି । ସୂଚନା ମୁତାବକ ଲୁଣିବାହାଲ ସିଆରସିସିସ ସତ୍ୟ ନାୟକ କନ୍ୟାଶ୍ରମକୁ ମନିଟରିଙ୍ଗ ଯାଇ ଫେରୁଥିବା ବେଳେ ଏକ ଆମ୍ବ ଗଛରେ ବସାବାନ୍ଧିଥିବା ମହୁମାଛି ଆକ୍ରମଣ କରିଥିଲେ । ମହୁମାଛି ଶିକ୍ଷକ ଶ୍ରୀ ନାୟକ ଓ ୬ ଜଣ ଛାତ୍ରୀଙ୍କୁ ଆକ୍ରମଣ କରିଥିଲେ । ସମସ୍ତ ଛାତ୍ରୀଙ୍କୁ ତୁରନ୍ତ ପୁରୁଣାକଟକ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଚିକିତ୍ସା ପରେ ଛାତ୍ରୀ ମାନେ କନ୍ୟାଶ୍ରମକୁ ଫେରିଯାଇଥିବା ବେଳେ ସମସ୍ତ ଛାତ୍ରୀ ମାନେ ଠିକ ଥିବା ଜଣାପଡିଛି ।
ବୌଦ୍ଧରେ ଯୋଗ ଦେଲେ ନୁତନ ଆରକ୍ଷୀ ଅଧିକ୍ଷକ
ବୌଦ୍ଧ,୪/୨: ବୌଦ୍ଧ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭାବରେ ଯୁବ ଆଇପିଏସ ଅଫିସର ରାଜ ପ୍ରସାଦ ଆଜି ଦାୟୀତ୍ୱ ଗ୍ରହଣ କରିଛନ୍ତି । ବୌଦ୍ଧ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମିନା ବରଗଡ ଜିଲ୍ଲାକୁ ବଦଳି ହେବା ପରେ ସେ ଏହି ଦାୟୀତ୍ୱ ଗ୍ରହଣ କରିଛନ୍ତି । ଏସପି ଭାବରେ ରାଜ ପ୍ରସାଦ ଦାୟୀତ୍ୱ ଗ୍ରହଣ କଲା ପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆଇଆରବି ବାଟାଲିୟନ ପରିସରରେ ଅନୁଷ୍ଠିତ ହୋଇଥିଲା । ନୂତନ ଏସପିଙ୍କୁ ସ୍ୱାଗତ କରାଯିବା ସହିତ ପୂର୍ବତନ ଏସପିଙ୍କୁ ବିଦାୟୀକାଳିନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଆଇଆରବି କମାଣ୍ଟେଣ୍ଟ ଦୁର୍ବାସା ନାୟକ, ଜିଲ୍ଲା ହାବିଲଦାର କନେଷ୍ଟବଲ ସଂଘର ସଭାପତି ବୁଲୁ ମିଶ୍ର, ସଂପାଦକ ହୃଷିକେଶ ମେହେର ଉପସ୍ଥିତଥିଲେ ।
ଲଜରୁ ଧରାପଡିଲେ ଦେହଜୀବୀ, ଗିରଫ ହେଲେ ଗ୍ରାହକ ଓ ଲଜ ମ୍ୟାନେଜର
ବୌଦ୍ଧ,୪/୨: ବୌଦ୍ଧ ସହରର ଏନଏସି ଛକ ଠାରେ ଥିବା ସ୍ୱପ୍ନପୁରୀ ଲଜରୁ ବୁଧବାର ରାତିରେ ପୁଲିସଜଣେ ଦେହଜୀବକୁ ଉଦ୍ଧାର କରିବା ସହ ଜଣେ ଗ୍ରାହକ ଓ ହୋଟେଲର ମ୍ୟାନେଜରକୁ ଗିରଫ କରିଥିବା ଜଣାପଡିଛି । ପୋଲିସ ସୁତ୍ରରୁ ପ୍ରକାଶ ଯେ ଗତ ବୁଧବାର ରାତିରେ ପୋଲିସ ବିଶେଷ ସୁତ୍ରରୁ ଖବର ପାଇ ଏନଏସି ଛକ ଠାରେ ଥିବା ସ୍ୱପ୍ନପୁରି ଲଜଲରେ ଚଢାଉ କରିଥିଲା ।
ଚଢାଉ ସମୟରେ ଲଜର ରୁନ ନଂ୨୦୪ରୁ ଅସଞ୍ଜତ ଅବସ୍ଥାରେ ଜଣେ ଦେହଜବୀ ରୀତା ଦାସ (ଛଦ୍ମନାମ) ଓ ଗ୍ରାହକ ବୌଦ୍ଧ ସହରର ବାପୁଜୀ ନଗରର ଅନିଲ ନାଏକ ( ୨୫) ଥିଲେ । ପୁଲିସ ସେମାନଙ୍କ ଠାରୁ ଗୋଲଡ ଫ୍ଲାକ ସିଗାରେଟ, ବ୍ୟବହୃତ କଣ୍ଡୋମ , ମେଡିସିନ, ଓ କିଛି ଜିନିଷ ଜବତ କରିଛି । ପୁଲିସ ମାଜିଷ୍ଟ୍ରେଟ ଉପସ୍ଥିତିରେ ଏସବୁ ଜିନିଷ ଜବତ କରିବା ସହ ଏକ ମାମଲା ବୌଦ୍ଧ ଥାନାରେ ୮୧/୨୩ ରେ ରୁଜୁ କରିଥିଲା ।
ପୁଲିସ ଏହି ଘଟଣାରେ ଗୁରୁବାର ଦିନ ଗ୍ରାହକ ଅନିଲ ନାଏକ ଓ ଲଜର ମ୍ୟାନେଜର ବାପୁଜୀ ନଗରର ଅମର ନାଏକ (୨୩)ଙ୍କୁ ଗିରଫ କରିଥିଲା । ପୁଲସି ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବା ସହ ତଦନ୍ତ ଚାଲିଥିବା ଦେହଜୀବୀକୁ ତାର ପରିବାର ବର୍ଗକୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ମାଧବାନନ୍ଦ ନାଏକ ସୂଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31