Indus Valley Times

ରଙ୍ଗର ପର୍ବର ହୋଲି: ଗାଁଠୁ ସହର ସବୁଠି ଆନନ୍ଦ ଉଲ୍ଲାସ

 Breaking News

ରଙ୍ଗର ପର୍ବର ହୋଲି: ଗାଁଠୁ ସହର ସବୁଠି ଆନନ୍ଦ ଉଲ୍ଲାସ

ରଙ୍ଗର ପର୍ବର ହୋଲି: ଗାଁଠୁ ସହର ସବୁଠି ଆନନ୍ଦ ଉଲ୍ଲାସ
March 15
20:50 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୫/୩ : ରଙ୍ଗର ପର୍ବ ହୋଲି ପାଇଁ ସବୁଆଡେ ଉତ୍ସାହ ଦେଖିବାକୁ ମିଳିଛି । ରଙ୍ଗର ପର୍ବ ହୋଲିରେ ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସୁଛନ୍ତି। ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଭରିଯାଏ ଉତ୍ସାହ। ପରିବାର, ବନ୍ଧୁ, ପ୍ରିୟଜନଙ୍କୁ ନେଇ ରଙ୍ଗ ଖେଳରେ ମସଗୁଲ ଅଛନ୍ତି ଲୋକେ। ହୋଲି ପାଇଁ ଗାଁଠୁ ସହର ସବୁଠି ଉତ୍ସାହର ମାହୋଲ ।
ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଶୁଭେଚ୍ଛା ଜଣାଉଛନ୍ତି ଲୋକେ ।ସାଧାରଣ ଲୋକଙ୍କଠୁ ନେଇ ସେଲିବ୍ରେଟି ସମସ୍ତେ ଏହି ଖୁସି, ଉଲ୍ଲାସ, ଉତ୍ସାହର ପର୍ବକୁ ବେଶ ଧୁମଧାମ ସହ ପାଳିଥିଲେ ।
ସବୁଠି ଜମୁଛି ରଙ୍ଗର ମାହୋଲ । ସ୍ନେହ ଓ ପ୍ରେମର ରଙ୍ଗ ଲଗାଇ ସମ୍ପର୍କର ସୁତାକୁ ମଜବୁତ କରୁଛନ୍ତି ସମସ୍ତେ । ମିଠା ଦେଇ ମନ ଜିଣୁଛନ୍ତି ସାଙ୍ଗ, ସାଥୀ, ଭାଇ ଓ ଭଉଣୀ ।
ଏହି ଦିନ ସବୁ ବାଦବିବାଦକୁ ଭୁଲି ସମସ୍ତେ ପରସ୍ପରକୁ ଅବିର ଲଗାଇ ସବୁ ରାଗରୁଷା ଭୁଲି ଯାଇଛନ୍ତି । ହୋଲି ଲାଗି ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଆରମ୍ଭ ହୋଇଥିଲା ।
ଏ ନେଇ ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିରରୁ ଦୋଳ ବିମାନ ବାହାରି ସମଗ୍ର ସହର ପରିକ୍ରମା କରିଥିବା ବେଳେ ଅଞ୍ଚଳର ବିଭିନ୍ନ ସାଂସ୍କୃତିକ, ସ୍ବେଛାସେବୀ ଭଳି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ନାଚ ଗୀତର ତାଳେତାଳେ ପରିକ୍ରମା କରି ହୋଲି ରଙ୍ଗ ଲଗାଇଥିଲେ କ୍ଷ ପିଲାଠାରୁ ବୟସ୍କ ସମସ୍ତେ ଉତ୍ସାହ ଓ ଉଦ୍ଦୀପନାରେ ପାଳନ କରୁଛନ୍ତି ହୋଲି। ପରିବାର, ପ୍ରିୟଜନ, ବନ୍ଧୁଙ୍କୁ ହୋଲି ଲଗାଇ ଆରମ୍ଭ ହୋଇଛି ସେଲିବ୍ରେସନ୍ ।
ବିଭିନ୍ନ ସ୍ଥାନରେ ଭୋଜି ଭାତର ଆୟୋଜନ ହେଉଥିବା ବେଳେ ନାଚ ଗୀତର ଆସର ବି ଜମିଥିଲା । ପରସ୍ପରକୁ ରଙ୍ଗ ଲଗାଇବା ସହ ପିଚକାରୀ ମାରି ରଙ୍ଗର ପର୍ବକୁ ଭରପୂର ପାଳନ କରୁଛନ୍ତିକ୍ଷ ପରିବାର, ପ୍ରିୟଜନ, ବନ୍ଧୁଙ୍କୁ ହୋଲି ଲଗାଇ ଆରମ୍ଭ ହୋଇଛି ସେଲିବ୍ରେସନ୍ । କେବଳ ରଙ୍ଗର ପର୍ବ ନୁହେଁ ବରଂ ପରସ୍ପର ମଧ୍ୟରେ ସଂପ୍ରୀତି, ସଦଭାବ, ସୌହାର୍ଦ୍ଦ୍ୟ ରକ୍ଷା ଲାଗି ହୋଲି କରାଯାଉଛି ପାଳନ।
ଏହି ରଙ୍ଗର ପର୍ବ ହୋଲି ନିମନ୍ତେ ବାଲିଗୁଡା ଏସଡିପିଓ ରାମେନ୍ଦ୍ର ପ୍ରସାଦଙ୍କ ନିର୍ଦେଶରେ ଥାନା ଅଧିକାରୀ ସମ୍ବିତ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ସମଗ୍ର ସହରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ କଡାକଡି ନଜର ରଖାଯାଇଥିବା ବିଷୟ ପ୍ରକାଶ କରିଛନ୍ତି।
ଋଷିମାଳ ପର୍ବତରେ ମହାବାରୁଣୀ ମହୋତ୍ସବ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ
ବାଲିଗୁଡା, ୧୫/୩ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ହାତୀମୁଣ୍ଡା ପଞ୍ଚାୟତ ତାମାଙ୍ଗି ଗ୍ରାମ ନିକଟରେ ରହିଥିବା ତୀର୍ଥ କ୍ଷେତ୍ର ଋଷିମାଳ ପର୍ବତରେ ଆସନ୍ତା ୨୬ରୁ ୨୯ ପର‌୍ୟ୍ୟନ୍ତ ମହା ବାରୁଣୀ ମହୋତ୍ସବ ଅନୁଷ୍ଠିତ ହେବ।
ଏହାକୁ ସଫଳ କରିବା ପାଇଁ କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ଏଥିପାଇଁ କମିଟି ପକ୍ଷରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିମନ୍ତ୍ରଣ କରାଯାଇଛି।
ଋଷିମାଳ ତୀର୍ଥ କ୍ଷେତ୍ର ର ବିକାଶ ପାଇଁ କମିଟି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ସେହିପରି କମିଟି ପକ୍ଷରୁ ରାଜ୍ୟର ଏକାଧିକ ମନ୍ତ୍ରୀ ମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଥିବା କମିଟି ପକ୍ଷରୁ କୁହାଯାଇଛି।
ଏହି ସମୟରେ ଟ୍ରଷ୍ଟ ର ଜିଲ୍ଲା ସଂଯୋଜକ ଅନ୍ତର‌୍ୟ୍ୟାମୀ ବେହେରା ଏବଂ ଆବାହକ ମନୋଜ ଆଚାର୍ଯ୍ୟ ଓ ଟ୍ରଷ୍ଟ ର ବରିଷ୍ଠ ସାଧୁ ମହାତ୍ମା ପୁରୀ ଆଶ୍ରମ ଏବଂ ବୌଦ୍ଧ ଆଶ୍ରମ ରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ।
ପ୍ରକାଶ ଯେ ଏହି ମହୋତ୍ସବ ରେ କଳା, ସାହିତ୍ୟ, ସଂସ୍କୃତି, ଐତିହ୍ୟ କୁ ପ୍ରତିଫଳିତ ପାଇଁ କାର୍ଯ୍ୟ କରାଯିବ ବୋଲି କମିଟି କହିଥିବା ବେଳେ ମୁନି ଋଷି ମାନଙ୍କ ଦ୍ୱାରା ଋଷିମାଳ ର ଐତିହ୍ୟ, ପରମ୍ପରା ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବ ସେହିପରି ସାହିତ୍ୟ ସଭା, ସାଂସ୍କୃତିକ କାର୍ଯ୍ୟକ୍ରମରେ ପାରମ୍ପରିକ ସଙ୍ଗୀତ ନୃତ୍ୟ ଆଦି କରାଯିବା କୁ ନିଷ୍ପତି ଗ୍ରହଣ କରାଯାଇଛି।
ଦୁର୍ଗମ ଜଙ୍ଗଲ ଘାଟି ପାହାଡ଼ ଚଢିଲେ ରାଇକିଆ ବିଡ଼ିଓ : ପ୍ରାଥମିକ ସୁବିଧା ସୁଯୋଗ ନିଶ୍ଚୟ ପ୍ରଦାନ କରାଯିବ
ବାଲିଗୁଡା, ୧୫/୩ : କନ୍ଧମାଳ ଜିଲା ରାଇକିଆ ବ୍ଲକର ମାଣିକେଶ୍ୱର ପଞ୍ଚାୟତର ଦୁର୍ଗମ ଜଙ୍ଗଲ ମଧ୍ୟରେ ଘାଟି ପାହାଡ଼ ଚଢି ଯିବାକୁ ପଡେ ଡାଙ୍ଗିସି ଗ୍ରାମକୁ। ଜଙ୍ଗଲ ଓ ପାହାଡ ଘେରା ମଧ୍ୟରେ ଥିବା କନ୍ଧମାଳ-ଗଞ୍ଜାମ ସୀମାନ୍ତର ଏହି ଗ୍ରାମରେ ସରକାରଙ୍କ ଯୋଜନା ସଠିକ ଭାବେ ପହଞ୍ଚି ପାରୁନାହିଁ ।
ଏଭଳି ଏକ ଦୁର୍ଗମ ଅପହଞ୍ଚ ଇଲାକାକୁ ଯାଇ ଲୋକଙ୍କୁ ଭେଟିଛନ୍ତି ରାଇକିଆ ବଡିଓ ସବ୍ୟସାଚୀ ସାହୁ । ରାସ୍ତା ଠାରୁ ଆରମ୍ଭ କରି ଶିକ୍ଷା, ସ୍ବାାସ୍ଥ୍ୟ ଭଳି ଜରୁରୀ ସେବାରୁ ବଞ୍ଚିତ ହେଉଛନ୍ତି ଏହି ଗ୍ରାମବାସୀ।
ଗାଁରେ ପ୍ରାଥମିକ ବିଦ୍ୟାଳୟ ନାହିଁ କି ଅଙ୍ଗନଓ୍ବାଡି କେନ୍ଦ୍ର ନାହିଁ । ଗାଁ ରେ ଏକାଧିକ ପିଲା ବିଦ୍ୟାଳୟରେ ନାମ ଲେଖେଇ ନ ପାରି ଅଧାରୁ ପାଠ ଛାଡୁଛନ୍ତି ।
ସର୍ବନିମ୍ନ ସ୍ବାସ୍ଥ୍ୟ ସେବା ପାଇବାକୁ ହେଲେ ୨୫ କିମି ଦୂର ରାଇକିଆ ସହର ଉପରେ ସମସ୍ତେ ନିର୍ଭରଶୀଳ । ଏ ସବୁ ସମସ୍ୟା ଭିତରେ ସବୁଠାରୁ ବଡ ଚାଲେଞ୍ଜ ଭାବେ ଦେଖାଦେଇଛି। ରାସ୍ତାକାମ ଅଧାପନ୍ତରିଆ ରହି ଯାଇ ଥିବାରୁ ଗାଆଁକୁ ଦୁଇ ଚକିଆ ଯାନ ମଧ୍ୟ ଯାଇ ପାରୁନାହିଁ ।
୧୪ ପରିବାର ବସବାସ କରୁଥିବା ଏହି ଗ୍ରାମରେ ସବୁ ଘର ମାଟି ଓ କଚା ଘର । ରାସ୍ତା ନ ଥିବାରୁ ଘର ତିଆରି ସରଞ୍ଜାମ ଆଣିବାରେ ଅସୁବିଧା ଯୋଗୁ ଘର ତିଆରି କରିପାରୁ ନାହାନ୍ତି ।
ଗାଁ ରେ ଥିବା ଏକ ମାତ୍ର ଚୂଆ ଓ ଝରଣା ପାଣିକୁ ବ୍ୟବହାର କରୁଛନ୍ତି ଗ୍ରାମବାସୀ। ଖରା ଦିନେ ଝରଣା ଶୁଖିଗଲେ ଦୁଇ କିମି ପାହାଡ ଚଢି ପାଣି ଆଣିବାକୁ ପଡୁଛି ।
ଏସବୁ ଭିତରେ ସାଧାରଣ ଜୀବନ ବିତାଇବା ପାଇଁ ସଙ୍ଘର୍ଷ କରୁଛନ୍ତି ଗ୍ରାମବାସୀ । ଏକ ସପ୍ତାହ ତଳେ ନୂତନ ବିଡିିଓ ଭାବେ ଯୋଗ ଦେଇ ଥିବା ସବ୍ୟସାଚୀ ସାହୁ ଏହି ଗ୍ରାମକୁ ଗସ୍ତ କରି ଲୋକଙ୍କ ସମସ୍ୟାକୁ ବୁଝିବା ସହ ସ୍ଥାନୀୟ ଲୋକେ କିପରି ତ୍ୱରିତ ସେବା ପାଇ ପାରିବେ ସେ ନେଇ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ଏହି ଗ୍ରାମରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଦୁଇଟି କୂପ ଖୋଳା ଯାଇଛି। ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯେପରି ସମସ୍ତେ ଗୃହ ପାଇ ପାରିବେ ତାକୁ ପ୍ରାଥମିକତା ଭିତ୍ତିରେ କରାଯିବା ସହ ଅଧାପନ୍ତରିଆ ରାସ୍ତାକୁ ଜିଲା ପ୍ରଶାସନ ସହ ଆଲୋଚନା କରି ଯେପରି ଯାନ ବାହାନ ଚଳାଚଳ ଉପଯୋଗୀ ହୋଇପାରିବ ସେ ଦିଗରେ ପ୍ରାଥମିକତା ଦିଆଯିବ ବୋଲି ବିଡିଓ ଶ୍ରୀସାହୁ ପ୍ରକାଶ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930