Indus Valley Times

ରାଶନ ଦୋକାନ ଉପରେ ଜିଏସ୍‌ଟି ରେଡ୍‌, ପଡ଼ିଲା ୫୫ ହଜାର ଟଙ୍କା ଫାଇନ୍‌

 Breaking News

ରାଶନ ଦୋକାନ ଉପରେ ଜିଏସ୍‌ଟି ରେଡ୍‌, ପଡ଼ିଲା ୫୫ ହଜାର ଟଙ୍କା ଫାଇନ୍‌

September 04
16:58 2024

ବଲାଙ୍ଗିର, ୪/୮ : ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ଘୁନସରର ଏକ ରାସନ ଦୋକାନ ଉପରେ ଜିଏସ୍‌ଟି ଚଢ଼ାଉ। ଦୋକାନୀ ମାଲିକ ଜିଏସ୍‌ଟି ଫାଙ୍କୁଥିବାରୁ ଏହି ଚଢ଼ାଉ ହୋଇଛି। ତେଣୁ ବିଭାଗ ପକ୍ଷରୁ ୫୫ ହଜାର ଟଙ୍କାର ଫାଇନ୍ ଦେବାକୁ ରାସନ ଦୋକାନୀଙ୍କୁ କୁହାଯାଇଛି। ଏଥିସହ ଆସନ୍ତା ୧୫ ଦିନ ମଧ୍ୟରେ ଦୋକାନଟିକୁ ଜିଏସଟି ପଞ୍ଜୀକୃତ କରିବା ପାଇଁ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁସାରେ, ଆଜି ସକାଳୁ ବଲାଙ୍ଗୀର ଜିଏସଟି ବିଭାଗର ତିନି ଜଣିଆ ଟିମ ଉକ୍ତ ରାସନ ଦୋକାନରେ ଅତର୍କିତ ଚଢ଼ାଉ କରିଥିଲେ। ଦୋକାନର କାଗଜ ପତ୍ର ଯାଞ୍ଚ କରିବା ସହ ଦୋକାନ ମାଲିକ ବିକାଶ ବେହେରାଙ୍କୁ ପଚରା ଉଚରା କରିଥିଲେ।
ଏହି ଜେରା ସମୟରେ ବିକାଶଙ୍କ ଦୋକାନ ଜିଏସଟିରେ ପଞ୍ଜୀକୃତ ହୋଇ ନ ଥିବାରୁ ସେ ଜିଏସଟି ଫାଙ୍କୁଥିବା ଜଣା ପଡ଼ିଥିଲା। ଫଳରେ ବିଭାଗ ପକ୍ଷରୁ ତାଙ୍କ ଉପରେ ୫୫ ହଜାର ଟଙ୍କା ଫାଇନ୍ ପକାଯାଇଛି।
ଏପରିକି ଯଦି ଫାଇନ ସଠିକ ସମୟରେ ପୈଠ ନ କରନ୍ତି ତେବେ ଦୋକାନୀଙ୍କ ବିରୁଦ୍ଧରେ କଡା କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଜିଏସ ଅଧିକାରୀ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930