Indus Valley Times

ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ‘ଜାଗରଣ ପଥ ଉତ୍ସବ’ ଅନୁଷ୍ଠିତ

 Breaking News

ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ‘ଜାଗରଣ ପଥ ଉତ୍ସବ’ ଅନୁଷ୍ଠିତ

ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ‘ଜାଗରଣ ପଥ ଉତ୍ସବ’ ଅନୁଷ୍ଠିତ
June 29
17:45 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା ,୨୯/୬ : ଓଡ଼ିଶାର ଗୌରବମୟ ଇତିହାସ, ବୀର ପରମ୍ପରା ଏବଂ ସାଂସ୍କୃତିକ ଐତିହ୍ୟକୁ ନୂତନ ପିଢ଼ିଙ୍କ ନିକଟରେ ପହଞ୍ଚାଇବା ତଥା ମହାନ ଗଜପତି ସମ୍ରାଟ ଶ୍ରୀ ଶ୍ରୀ କପିଳେନ୍ଦ୍ର ଦେବଙ୍କ ଗୌରବମୟ ଇତିହାସର ପୁନଃଜାଗରଣ କରିବା ଉଦ୍ଦେଶ୍ୟରେ ଖୋରଧା ରେ ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ‘ଜାଗରଣ ପଥ ଉତ୍ସବ’ ଆୟୋଜିତ ହୋଇଥିଲା।
ଏହି ଉତ୍ସବରେ ବହୁ ସଂଖ୍ୟକ ଯୁବକ-ଯୁବତୀ, ଇତିହାସପ୍ରେମୀ, ସାମାଜିକ କର୍ମୀ, ବୁଦ୍ଧିଜୀବୀ ଏବଂ ସାଧାରଣ ନାଗରିକଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ସଫଳ ଓ ଆକର୍ଷଣୀୟ କରିଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଓଡ଼ିଶା ପ୍ରାଶାସନିକ ଅଧିକାରୀ ସୁରେଶ ଛୋଟରାୟ ଯୋଗଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ, ଗଜପତି ସମ୍ରାଟ କପିଳେନ୍ଦ୍ର ଦେବ କେବଳ ଓଡ଼ିଶାର ନୁହେଁ, ସମଗ୍ର ଭାରତୀୟ ଇତିହାସର ଜଣେ ପରାକ୍ରମୀ ଶାସକ ଭାବେ ପରିଚିତ।
ତାଙ୍କର ଶାସନ କାଳରେ ଓଡ଼ିଶା ସାମରିକ ଶକ୍ତି, ସୁଶାସନ, ସାଂସ୍କୃତିକ ବିକାଶ ଏବଂ ପ୍ରଶାସନିକ ଦକ୍ଷତାର ଏକ ଅନନ୍ୟ ଦୃଷ୍ଟାନ୍ତ ସୃଷ୍ଟି କରିଥିଲା।
ସେ କହିଥିଲେ ଯେ, ଆଜିର ଯୁବପିଢ଼ିଙ୍କୁ ନିଜ ମାଟିର ଇତିହାସ ଜାଣିବା ଏବଂ ମହାନ ବ୍ୟକ୍ତିତ୍ୱମାନଙ୍କ ଜୀବନରୁ ପ୍ରେରଣା ନେବା ଆବଶ୍ୟକ।
ସମ୍ମାନିତ ଅତିଥି ଭାବେ ଡ. ଗିରିଜା ନନ୍ଦିନୀ କାନୁନଗୋ ଯୋଗଦେଇ ନିଜ ବକ୍ତବ୍ୟରେ ଇତିହାସ, ସଂସ୍କୃତି ଏବଂ ଭାଷାର ସୁରକ୍ଷାକୁ ଏକ ସମାଜର ପରିଚୟ ବୋଲି ବର୍ଣ୍ଣନା କରିଥିଲେ।
ସେ କହିଥିଲେ ଯେ, ଇତିହାସକୁ ଜାଣିବା ମାନେ କେବଳ ଅତୀତକୁ ସ୍ମରଣ କରିବା ନୁହେଁ, ବରଂ ଭବିଷ୍ୟତ ପାଇଁ ଏକ ସୁଦୃଢ଼ ଭିତ୍ତି ପ୍ରସ୍ତୁତ କରିବା।
ଏଭଳି ଜନଜାଗରଣ ମୂଳକ କାର୍ଯ୍ୟକ୍ରମ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ଓ ଆତ୍ମଗୌରବର ଭାବନା ସୃଷ୍ଟି କରିଥାଏ ବୋଲି ସେ ମତପ୍ରକାଶ କରିଥିଲେ। ପ୍ରଫେସର
ନିଳୟମ ଷଡଙ୍ଗୀ ଓଡ଼ିଶାର ବୀର ପରମ୍ପରା, ସାହିତ୍ୟ, ସଂସ୍କୃତି ଓ ଐତିହାସିକ ଗୌରବ ଉପରେ ବିସ୍ତୃତ ଆଲୋଚନା କରି କହିଥିଲେ ଯେ, ଆଧୁନିକ ସମାଜରେ ଇତିହାସ ପ୍ରତି ଆଗ୍ରହ ବଢ଼ାଇବା ଅତ୍ୟନ୍ତ ଆବଶ୍ୟକ। ଯୁବପିଢ଼ି ଯଦି ନିଜ ଇତିହାସକୁ ଭଲଭାବେ ବୁଝିବେ, ତେବେ ସେମାନେ ସମାଜ ଓ ରାଷ୍ଟ୍ର ଗଠନରେ ଅଧିକ ଦାୟିତ୍ୱବାନ ଭୂମିକା ଗ୍ରହଣ କରିପାରିବେ।
ଡେପୁଟି କମିଶନର (ବାଣିଜ୍ୟକର) ତଥା ହିନ୍ଦୁ ଜାଗରଣ ମଞ୍ଚ, ଓଡ଼ିଶାର ରାଜ୍ୟ ସହ-ସଂଯୋଜକ ଇଞ୍ଜିନିୟର ଆଶିଷ ବିଦୁରେନ୍ଦ୍ର ଛୋଟରାୟ ନିଜ ଅଭିଭାଷଣରେ କହିଥିଲେ ଯେ, ଓଡ଼ିଶାର ଇତିହାସ ଓ ସଂସ୍କୃତିକୁ କେବଳ ପୁସ୍ତକରେ ସୀମିତ ନରଖି ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ଆବଶ୍ୟକ।
ସେ କହିଥିଲେ, ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଯୁବପିଢ଼ିଙ୍କ ମନରେ ଦେଶପ୍ରେମ, ସାମାଜିକ ଦାୟିତ୍ୱବୋଧ ଏବଂ ନିଜ ଐତିହ୍ୟ ପ୍ରତି ସମ୍ମାନ ବୃଦ୍ଧି ପାଇଥାଏ।
କାର୍ଯ୍ୟକ୍ରମରେ ଉପସ୍ଥିତ ବକ୍ତାମାନେ ଓଡ଼ିଶାର ସମୃଦ୍ଧ ପରମ୍ପରା, ବୀର ଯୋଦ୍ଧାମାନଙ୍କ ଅବଦାନ ଏବଂ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଉପରେ ଆଲୋକପାତ କରିବା ସହ ଯୁବପିଢ଼ିଙ୍କୁ ଇତିହାସ ସହ ଯୋଡ଼ି ରଖିବା ପାଇଁ ଆହ୍ୱାନ ଜଣାଇଥିଲେ।
ଉପସ୍ଥିତ ଯୁବକ-ଯୁବତୀମାନେ ମଧ୍ୟ ଏଭଳି କାର୍ଯ୍ୟକ୍ରମ ନିୟମିତ ଆୟୋଜନ କରିବାକୁ ମତ ପ୍ରକାଶ କରିଥିଲେ।
ଶେଷରେ ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ କୁହାଯାଇଥିଲା ଯେ, ଓଡ଼ିଶାର ଗୌରବମୟ ଇତିହାସ, ବୀର ପରମ୍ପରା ଓ ସାଂସ୍କୃତିକ ଐତିହ୍ୟକୁ ସମାଜର ପ୍ରତ୍ୟେକ ସ୍ତରରେ ପହଞ୍ଚାଇବା ସହିତ ନୂତନ ପିଢ଼ିଙ୍କ ମନରେ ନିଜ ଇତିହାସ ପ୍ରତି ଆଗ୍ରହ, ଗର୍ବବୋଧ ଓ ଦାୟିତ୍ୱବୋଧ ସୃଷ୍ଟି କରିବା ଏହି ଉତ୍ସବର ମୂଳ ଉଦ୍ଦେଶ୍ୟ।
ଆଗାମୀ ଦିନରେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଜନଜାଗରଣମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଆୟୋଜକ ମାନେ ସୂଚନା ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031