Indus Valley Times

ଭିଜିଲାନ୍ସ ଜାଲରେ ପୋଲିସ ବାବୁ : ମାମଲା ସମାଧାନ ପାଇଁ ଲାଞ୍ଚ ନେବାବେଳେ ମାଡ଼ି ବସିଲା ଟିମ୍

 Breaking News

ଭିଜିଲାନ୍ସ ଜାଲରେ ପୋଲିସ ବାବୁ : ମାମଲା ସମାଧାନ ପାଇଁ ଲାଞ୍ଚ ନେବାବେଳେ ମାଡ଼ି ବସିଲା ଟିମ୍

ଭିଜିଲାନ୍ସ ଜାଲରେ ପୋଲିସ ବାବୁ : ମାମଲା ସମାଧାନ ପାଇଁ ଲାଞ୍ଚ ନେବାବେଳେ ମାଡ଼ି ବସିଲା ଟିମ୍
February 01
20:34 2025

ଯାଜପୁର,୧/୨ : ଯାଜପୁର ଜିଲା ସୁକିନ୍ଦା ଥାନାରେ କାର‌୍ୟ୍ୟରତ ପୋଲିସ ଏସ୍‌ଆଇ ଅଭୟ ନାୟକଙ୍କୁ ଶନିବାର ଭିଜିଲାନ୍ସ ଉଠାଇନେଇଛି। ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଏସ୍‌ଆଇଙ୍କୁ କାବୁ କରି ନେଇଥିଲା।
ମିଳିଥିବା ସୂଚନା ମୁତାବକ, ସ୍ବାମୀ ସ୍ତ୍ରୀ ବିବାଦର ସମାଧାନ କରିବାକୁ କହି ପୋଲିସ ଏସ୍‌ଆଇ ଅଭୟ ଲାଞ୍ଚ ମାଗିଥିଲେ। ଏନେଇ ଅଭିଯୋଗକାରୀ ଜଣକ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଭିଜିଲାନ୍ସର ଏକ ଟିମ୍ ଯୋଜନା ପ୍ରସ୍ତୁତ କରିଥିଲା। ଯୋଜନା ମୁତାବକ, ନୀଳାଚଳ ଇସ୍ପାତ କାରଖାନା ଆଗରେ ଏସ୍‌ଆଇ ଅଭୟ ୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା। ଭିଜିଲାନ୍ସ ଅଧିକାରୀମାନେ ଲାଞ୍ଚଟଙ୍କା ଜବତ କରିବା ସହ ପୋଲିସ ଏସ୍‌ଆଇଙ୍କୁ ଭିଜିଲାନ୍ସ କାର‌୍ୟ୍ୟାଳୟକୁ ନେଇ ଅଧିକ ପଚରାଉଚରା କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031