Indus Valley Times

ଜିଲ୍ଲା ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ। ଅଧିକାରୀ ମାନେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରନ୍ତୁ : ଜିଲାପାଳ

 Breaking News

ଜିଲ୍ଲା ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ। ଅଧିକାରୀ ମାନେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରନ୍ତୁ : ଜିଲାପାଳ

ଜିଲ୍ଲା ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ। ଅଧିକାରୀ ମାନେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରନ୍ତୁ : ଜିଲାପାଳ
November 03
22:00 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୩/୧୧ : ଆଜି ପୂର୍ବାହ୍ନରେ ଜିଲ୍ଲାସ୍ତରୀୟ ଜନଶୁଣାଣି ଶିବିର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି ।
ଜିଲ୍ଲାପାଳ ଶ୍ରୀ ଋତୁରାଜ କହିଲେ ଯେ ପଲ୍ଲୀରେ ପ୍ରଶାସନ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେବା ଦ୍ବାରା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ସୁଫଳ ହିତାଧିକାରୀ ମାନଙ୍କୁ ବହୁ ମାତ୍ରାରେ ଉପଲବ୍ଧ ହେଉଛି ।
ଏଣୁ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ତଥା ପଂଚାୟତ ବା ପଲ୍ଲୀରେ ପ୍ରଶାସନିକ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମକୁ ଅଧିକାରୀ ମାନେ ତ୍ୱରାନ୍ୱିତ କରି ନିଷ୍ଠାପର ସେବା ପ୍ରଦାନ କଲେ ଖୋର୍ଦ୍ଧା ଜିଲ୍ଲା ବିକାଶ ପଥରେ ଆଗେଇ ଯିବ ବୋଲି ପ୍ରକାଶ କରିଥିଲେ।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମତେ ବ୍ଲକ୍ ଓ ପଞ୍ଚାୟତ ମାନଙ୍କରେ ଜନଶୁଣାଣି ଶିବିରରେ ପ୍ରତ୍ୟେକ ଯୋଜନାର ହିତାଧିକାରୀ ମାନଙ୍କୁ ଯଥା ସୁକନ୍ୟା ସମୃଦ୍ଧି ଯୋଜନା ଠାରୁ ନେଇ, ସ୍ଵାସ୍ଥ୍ୟ, ପଶୁ ସମ୍ପଦ, କୃଷି ଓ ଆନୁସଙ୍ଗିକ କୃଷି, ଓଡ଼ିଶା ଜୀବିକା ମିଶନ୍, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା, ଆୟୁଷମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଅଟଳ ପେନସନ ଯୋଜନା, ବସୁନ୍ଧରା, ରାଜସ୍ବ ବିଭାଗ ଅଧୀନ ବିଭିନ୍ନ ସାର୍ଟିଫିକେଟ, ପ୍ରତ୍ୟେକ ପଂଚାୟତ ଓ ଗ୍ରାମ୍ୟ ସ୍ତରୀୟ କାର୍ଯ୍ୟାଳୟ ଗୃହ ନିର୍ମାଣ ଜମି ସମସ୍ୟା, ଦକ୍ଷତା ବିକାଶ, ମତ୍ସ୍ୟ ଚାଷ, ଅଣୁ କ୍ଷୁଦ୍ର ମଧ୍ୟମ ଶିଳ୍ପ ଉଦ୍ୟୋଗ, ସୁଷମ ବଣ୍ଟନ, ଶିଶୁ ଓ ମାତୃ ଯତ୍ନ, ଭି ଏଚ୍ ଏନ୍ ଡି ଯୋଜନା ,ପି ଏମ ସୂର୍ଯ୍ୟ ଘର, ମାଟି ସ୍ୱାସ୍ଥ୍ୟ କାର୍ଡ, ପି ଏମ କିଶାନ ଓ ସି ଏମ କିଶାନ୍ ଯୋଜନା, ପ୍ରଧାନମନ୍ତ୍ରୀ ମୁଦ୍ରା ଓ ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା, ରେଡ୍ କ୍ରସ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ଆଦି ଅଗ୍ରଣୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ସିଧା ପଲ୍ଲୀ ବାସିନ୍ଦାର ପ୍ରକୃତ ହିତାଧିକାରୀ ମାନଙ୍କୁ ଯୋଗାଇ ଦେବାପାଇଁ ଜିଲ୍ଲାପାଳ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ସମସ୍ତ ଅଧିକାରୀ ମାନେ ଜନସାଧାରଣଙ୍କ ନିକଟତର ହୋଇ ସେମାନଙ୍କ ସମସ୍ୟା, ଆପତ୍ତି ଏବଂ ଅଭିଯୋଗ ଗୁଡ଼ିକର ସରକାର ଓ ପ୍ରଶାସନର ନୀୟମାନୁସାରେ ସମାଧାନ କରି ଜନସାଧାରଣଙ୍କ ଆସ୍ଥା ଭାଜନ ହେବାକୁ ଜିଲ୍ଲାପାଳ ଶ୍ରୀ ଋତୁରାଜ ଗୁରୁତ୍ୱାରୋପ କରିଥିଲେ ।
ଆଜିର ଅଭିଯୋଗ ଶୁଣାଣିରେ ମୋଟ ୧୫୯ ଗୋଟି ଅଭିଯୋଗ ଆସିଥିବା ବେଳେ, ବ୍ୟକ୍ତିଗତ ୧୫୫ ଗୋଟି ଓ ଗ୍ରାମୀଣ ସମସ୍ୟା ଜନିତ ୪ ଗୋଟି ଅଭିଯୋଗ ଥିଲା ।
ଜିଲ୍ଲାପାଳ ଅଭିଯୋଗ ସ୍ଥଳରେ ୧୦ ଗୋଟି ଅଭିଯୋଗର ତତତ୍କାଳ ସମାଧାନ କରିଥିଲେ। ଜିଲ୍ଲାପାଳ ଜିଲ୍ଲା ରେଡକ୍ରସ୍ ପାଣ୍ଠିରୁ ପାଠପଢା ନିମନ୍ତେ ଲିଲି ବାହାଦୁର, ଗ୍ରାମ:ଚକେଇସିଆଣି ଙ୍କୁ ୧୦ ହଜାର ଟଙ୍କା ଏବଂ ଚିଲିକା ବ୍ଲକ ଅଧୀନ ପିଙ୍କି ଜେନା, ଗ୍ରାମ: ଆଙ୍କୁଲାଙ୍କୁ ଆତ୍ମ ନିର୍ଭରଶୀଳ ନିମନ୍ତେ ଜେରକ୍ସ ମେସିନ ପାଇଁ ୧୫ ହଜାର ଟଙ୍କା ଏବଂ ଚନ୍ଦ୍ର ଶେଖର ପଟ୍ଟନାୟକ, ଗ୍ରାମ: ଓରଡ, ଟାଙ୍ଗୀ ଙ୍କୁ ଚିକିତ୍ସା ନିମନ୍ତେ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ।
ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ, ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ଉପ ଜିଲ୍ଲାପାଳ ଶ୍ରୀ କିଶୋର କୁମାର ପଣ୍ଡା,ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଶ୍ରୀମତୀ କସ୍ତୁରୀ ଵାଳା ଜେନା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅନାଦି ଚରଣ ସେଠୀ , ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ , ଡେପୁଟୀ କଲେକ୍ଟର, ଜରୁରୀ ଶ୍ରୀତପା ମିଶ୍ର ପ୍ରମୁଖ ଜନ ଅଭିଯୋଗ ଶୁଣାଣିରେ ସହଯୋଗ ପ୍ରଦାନ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ସଦର ବି ଡି ଓ ଶ୍ରୀମତୀ କ୍ଷୀରାଦ୍ଵି ତନୟା ସାହୁ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ କୁସୁମ କୁମାରୀ ପ୍ରହରାଜ, ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ଶ୍ରୀ ଜ୍ଞାନେନ୍ଦ୍ରିୟ ମିଶ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ ଡ଼ଃ ଗୀତାଂଶୁ ଦାଶ,ସହକାରୀ ଜିଲ୍ଲାପାଳ, ଅଭିଯୋଗ ଭୁବନେଶ୍ୱରୀ କଅଁର ଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଲାଇନ ଡିପାର୍ଟମେଣ୍ଟ ବରିଷ୍ଠ ଯନ୍ତ୍ରୀ ଓ ଅଧିକାରୀ ମାନେ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031