Indus Valley Times

ଗଂଜାମ ଜିଲ୍ଲାର ପ୍ରସିଦ୍ଧ ତୀର୍ଥସ୍ଥଳୀ ତପ୍ତପାଣିର ମା’ କନ୍ଧୁଣି ଦେବୀ ମନ୍ଦିରରେ ରାଷ୍ଟ୍ରପତି

 Breaking News

ଗଂଜାମ ଜିଲ୍ଲାର ପ୍ରସିଦ୍ଧ ତୀର୍ଥସ୍ଥଳୀ ତପ୍ତପାଣିର ମା’ କନ୍ଧୁଣି ଦେବୀ ମନ୍ଦିରରେ ରାଷ୍ଟ୍ରପତି

ଗଂଜାମ ଜିଲ୍ଲାର ପ୍ରସିଦ୍ଧ ତୀର୍ଥସ୍ଥଳୀ ତପ୍ତପାଣିର ମା’ କନ୍ଧୁଣି ଦେବୀ ମନ୍ଦିରରେ ରାଷ୍ଟ୍ରପତି
August 04
19:34 2026

ବ୍ରହ୍ମପୁର, ୪/୮: ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିବା ପରେ ସେ ସଡ଼କ ପଥରେ ତପ୍ତପାଣି ଯାଇ ମା\’ କନ୍ଧୁଣୀ ଦେବୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ମା’ଙ୍କ ନିକଟରେ ଦେଶ ଓ ରାଜ୍ୟର ଶାନ୍ତି, ସମୃଦ୍ଧି ଏବଂ ସମସ୍ତଙ୍କ ମଙ୍ଗଳ କାମନା କରିଥିବା ସୂଚନା ମିଳିଛି।
ତେବେ ଏହି ଗସ୍ତର ସବୁଠାରୁ ଆକର୍ଷଣୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ଦିଗପହଣ୍ଡିରେ। ରାସ୍ତାରେ ଯିବା ବେଳେ ରାଷ୍ଟ୍ରପତିଙ୍କ କାଫିଲା କିଛି ସମୟ ପାଇଁ ଅଟକିଥିଲା।
ସେହି ସମୟରେ ସେ ଗାଡ଼ିରୁ ଛାତ୍ରୀମାନଙ୍କୁ ଦେଖି ନିଜେ ଚକୋଲେଟ୍ ବାଣ୍ଟିଥିଲେ। ଦିଗପହଣ୍ଡି କଲେଜ ସମ୍ମୁଖରେ ରାଷ୍ଟ୍ରପତିଙ୍କ ଏହି ସ୍ନେହଭରା ଅଙ୍ଗଭଙ୍ଗୀ ଛାତ୍ରୀମାନଙ୍କୁ ବେଶ୍ ଉତ୍ସାହିତ କରିଥିଲା। ଏହି ଦୃଶ୍ୟ ସେଠାରେ ଉପସ୍ଥିତ ଲୋକଙ୍କ ମନକୁ ମଧ୍ୟ ଛୁଇଁଥିଲା।
ମନ୍ଦିରରେ ପୂଜା ସାରିବା ପରେ ରାଷ୍ଟ୍ରପତି ପୁଣି ସଡ଼କ ପଥରେ ବ୍ରହ୍ମପୁର ଫେରିଥିଲେ। ସେଠାରେ ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜରେ ସେ ରାତ୍ରିଯାପନ କରିବେ। ବୁଧବାର ପୂର୍ବାହ୍ଣରେ ବ୍ରହ୍ମପୁର ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ସେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି।
ରାଷ୍ଟ୍ରପତିଙ୍କ ଏହି ଗସ୍ତ ସମୟରେ ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ଥିଲେ।
ଗସ୍ତକୁ ନେଇ ବ୍ରହ୍ମପୁର ରେଳ ଷ୍ଟେସନରୁ ତପ୍ତପାଣି ପର୍ଯ୍ୟନ୍ତ ସମସ୍ତ ରାସ୍ତାରେ \’ବ୍ଲୁ ବୁକ୍\’ ନିୟମ ଅନୁଯାୟୀ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସୁରକ୍ଷାକର୍ମୀଙ୍କ କଡ଼ା ନଜରଦାରି ମଧ୍ୟରେ ରାଷ୍ଟ୍ରପତିଙ୍କ ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31