Indus Valley Times

ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବ୍ୟବଚ୍ଛେଦ ବିଳମ୍ବକୁ ନେଇ ଅସନ୍ତୋଷ

 Breaking News

ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବ୍ୟବଚ୍ଛେଦ ବିଳମ୍ବକୁ ନେଇ ଅସନ୍ତୋଷ

ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବ୍ୟବଚ୍ଛେଦ ବିଳମ୍ବକୁ ନେଇ ଅସନ୍ତୋଷ
June 03
20:37 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୩/୬: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅନ୍ତଃବିଭାଗରେ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ପରେ ମୃତଦେହ ବ୍ୟବଛେଦ କରାଇବାରେ ବିଳମ୍ବକୁ ନେଇ ଅସନ୍ତୋଷ ଦେଖାଯାଇଛି।
ମୃତକଙ୍କ ପରିବାର ଲୋକ ଅସନ୍ତୋଷ ବ୍ୟକ୍ତ କରି ମୃତଦେହ ଧରି ସିଧା ଘରକୁ ପଳାଇଥିଲେ। ପୋଲିସ ଯେତେ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ପରିବାର ଲୋକ ମୃତଦେହକୁ ଧରି ଚାଲି ଚାଲି ନିଜ ଗାଁକୁ ନେଇଯାଇଥିଲେ। ଫଳରେ ପୋଲିସ ଏବଂ ସ୍ବାସ୍ଥ୍ୟବିଭାଗର ମୁଣ୍ଡବ୍ୟଥା ହୋଇଛି।
ପ୍ରକାଶ ଯେ, ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟଙ୍କ ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳ ୬ ଟା ୪୫ ମିନିଟରେ ସିଆଙ୍ଗବାଲି ପଞ୍ଚାୟତ ଅଞ୍ଚଳରୁ ଜଣେ ଗର୍ଭବତୀ ମହିଳା ସୁନିମା ପ୍ରଧାନଙ୍କୁ ପରିବାର ଲୋକ ଚିକିତ୍ସା ପାଇଁ ଆଣିଥିଲେ।
ସେଠାରେ ଚିକିତ୍ସା ଚାଲିଥିବା ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ଘଟିଥିଲା ତାଙ୍କର ୨୪ ସପ୍ତାହ ହେଲା ଗର୍ଭଧାରଣ କରିଥିଲେ। ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ବ୍ୟବଛେଦ ପରେ ସ୍ପଷ୍ଟ ହେବ।
ତେଣୁ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଘଟଣା ସମ୍ପର୍କରେ ଥାନାକୁ ଜଣାଯାଇଥିଲା। ତେବେ ପୋଲିସ ପହଞ୍ଚି ତଦନ୍ତ କରିବା ସହ ରିପୋର୍ଟ ପ୍ରସ୍ତୁତି ଆଦିରେ ବିଳମ୍ବ ଯୋଗୁ ମୃତକଙ୍କ ପରିବାର ଲୋକ ଏତେ ସମୟ ହେଲା କୌଣସି ବ୍ୟବଛେଦ କରାଯାଇପାରୁନାହିଁ କହି ଆମେ ଆଉ ବ୍ୟବଛେଦ କରାଇବୁ ନାହିଁ କହି ମୃତଦେହକୁ କାନ୍ଧରେ ଧରି ଚାଲି ଚାଲି ପରିବାର ଲୋକ ନିଜ ଘରକୁ ନେଇଯାଇଥିଲେ।
ତେବେ ଘଟଣା ସ୍ଥଳରେ ଆଇଆଇସି କନକ ମାଝୀ, ସବଇନ୍ସପେକ୍ଟର ଲଷ୍ମୀ ମାଝୀ ପ୍ରମୁଖ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି।
ଜମୁଛି ମା ’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ମୀନାବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରୁଛନ୍ତି ଦର୍ଶକ

ବାଲିଗୁଡା,୩/୬ : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା \’ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ମଙ୍ଗଳବାର ୨୯ ଦିନରେ ପହଞ୍ଚି ଥିବା ବେଳେ ନଗର ପରିଭ୍ରମଣ ୨୨ ଦିନରେ ପହଞ୍ଚିଛି ।
ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦିନ ତମାମ ପୂଜକ ମାନଙ୍କ ଦ୍ୱାରା ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚନା ଚାଲିଥିବା ବେଳେ ଚଳିତ ମାସ ୬ତାରିଖ ଦିନ ମା’ ମାନେ ନିଜ ନିଜ ପୀଠ କୁ ପ୍ରତ୍ୟାବର୍ତନ କରୁଥିବାରୁ ଗାନ୍ଧୀ ଛକ ସ୍ଥିତ ମା ‘ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ସମେତ ସମଗ୍ର ଅଞ୍ଚଳରେ ଏକ ଧାର୍ମିକ ପରିବେଶ ସୃଷ୍ଟି ହୋଇ ଶେଷ ପର୍ଯ୍ୟାୟ ହୋଇଯାଉଥିବାରୁ ଭକ୍ତଙ୍କ ଭିଡ଼ ଲାଗି ରହୁଛି ।
ଅସ୍ଥାୟୀ ପୀଠରେ ମା ‘ପାଟଖଣ୍ଡା ଙ୍କ ସମେତ ମା’ କନକ ଦୁର୍ଗା, ମା’ ଡେଙ୍ଗସିଲ, ମା’ ବରାଳଦେବୀ, ମା’ ମହାମାୟୀ ଓ ମା’ ଦକ୍ଷିଣ କାଳୀ ବିରାଜ ମାନ ଅଛନ୍ତି କ୍ଷ ବିଶେଷ କରି ପ୍ରତିଦିନ ସକାଳ ଓ ସନ୍ଧ୍ୟା କାଳୀନ ଆଳତୀ ସମୟରେ ଶହ ଶହ ଭକ୍ତଙ୍କ ସମାଗମ ହେଉଛି ।
ସ୍ଥାନୀୟ ଯାତ୍ରା କମିଟି ତରଫରୁ ନୀଳଗିରି ଫାର୍ମ ନିକଟସ୍ଥ ଯାତ୍ରା ପଡିଆ ରେ ତୃତୀୟ ଦିନ ପାଇଁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଟାଇଗର ତଥା ସାନ ଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।
ଏହି ପରିପ୍ରେକ୍ଷୀରେ କଟକରୁ ଆସିଥିବା ନବରଙ୍ଗ ଅର୍କ୍ରେଷ୍ଟ୍ରାର ଏସ. ଜିତୁ ଓ ତାଙ୍କ ସହଯୋଗୀ ଙ୍କୁ ନେଇ ନିଜ ନିଜର ସଙ୍ଗୀତ ପରିବେଷଣ କରିଥିଲେ ।
ମଙ୍ଗଳବାର ୨୯ ଦିନରେ ଦଣ୍ଡପଦର ପୂଜା କମିଟି ଅଞ୍ଚଳ କୁ ମା ‘ମାନଙ୍କ ଆଗମନ ହୋଇଥିଲା ।
ବିଭିନ୍ନ ବାଜା ବାଜଣା, ନୃତ୍ୟ ଗୀତରେ ଅସ୍ଥାୟୀ ପୀଠ ଠାରୁ ବାହାରି ଗାନ୍ଧୀ ଛକ, ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ, ରେଭିନ୍ୟୁ ବଙ୍ଗଳା, ଶ୍ରୀଜଗନ୍ନାଥ ମନ୍ଦିର, ତ୍ରିବେଦୀ ପାର୍କ ଛକ, ବଜାର ଛକ, ପାଟଖଣ୍ଡା ମନ୍ଦିର ଓ ମାର୍କେଟ, ହାଟପଦା ମାର୍କେଟ, ପାଟଖଣ୍ଡା ସାହି ଛକ, ବସଷ୍ଟାଣ୍ଡ ସମ୍ମୁଖ ରାସ୍ତା, ବୁଡ଼ାଗୁଡା ରାସ୍ତା ଛକ, ନୂଆସାହି ଛକ, ଗୁଣ୍ଡିଚା ମାର୍ଗ ଦେଇ ଦଣ୍ଡପଦର ଅଞ୍ଚଳରେ ପ୍ରବେଶ କରି ଅସ୍ଥାୟୀ ପୂଜା ମଣ୍ଡପକୁ ମା\’ ମାନଙ୍କୁ ପାଛୋଟି ନେଇଥିଲେ ।
ଉକ୍ତ ପୂଜା ମଣ୍ଡପରେ ପହଞ୍ଚିବା ପରେ ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚନା ପରେ ଅଞ୍ଚଳ ର ସମସ୍ତ ଭକ୍ତ ବିଶେଷ କରି ମହିଳା ଭକ୍ତ ମାନେ ଉପସ୍ଥିତ ରହି ମା\’ ଙ୍କ ଶୁଭାଶ୍ରିବାଦ ଭିକ୍ଷା କରିଥିଲେ ।
ଶେଷରେ ଅନ୍ନ ପ୍ରସାଦ ବଣ୍ଟନ ର ବ୍ୟବସ୍ଥା କରାଯାଇଥିଲା । ବୁଧବାର ବଜାର ସାହି ର ଆଚାର୍ଯ୍ୟ କଲୋନୀ କୁ ମା\’ ଙ୍କ ଆଗମନ ଥିବା ବେଳେ ଗୁରୁବାର ଅସ୍ଥାୟୀ ମଣ୍ଡପ ରେ ବିଶ୍ରାମ ଦିବସ ରହିଛି ।
ଶୁକ୍ରବାର ଦିନ ଏହି ଯାତ୍ରା ଉଦଯାପିତ ହେବା ସହ ମା\’ମାନେ ନିଜ ନିଜ ପୀଠ ସ୍ଥଳୀକୁ ପ୍ରତ୍ୟାବର୍ତ୍ତନ କରିବେ କ୍ଷ ।
ଏଥିରେ ଯାତ୍ରା କମିଟି ସହ ଦଣ୍ଡପଦର ପୂଜା କମିଟି ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ପ୍ରବଳ ଗହଳି ଓ ଆଇନ ଶୃଙ୍ଖଳା ପରିସ୍ଥିତି କୁ ଆଖି ଆଗରେ ରଖି ପୋଲିସ ବିଭାଗ ପକ୍ଷରୁ ସମଗ୍ର ସହରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031