Indus Valley Times

ଟିପିଏନଓଡିଏଲ୍ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

 Breaking News

ଟିପିଏନଓଡିଏଲ୍ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

October 27
18:40 2025

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ବର, ୨୭/୧୦: ଟିପିଏନଓଡିଏଲ୍ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଛି। ବାଲେଶ୍ଵର ସ୍ଥିତ ଟିପିଏନଓଡିଏଲର କର୍ପୋରେଟ କାର୍ଯ୍ୟାଳୟରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ଏହି ଅବସରରେ କର୍ମଚାରୀମାନେ କାର୍ଯ୍ୟ କ୍ଷେତ୍ରରେ ନୈତିକତାକୁ ଆପଣାଇବା ସହ ଲାଞ୍ଚକୁ ପ୍ରତ୍ୟାଖ୍ୟାନ କରିବା, ସ୍ୱଚ୍ଛ ତଥା ଉତ୍ତରଦାୟୀ ପ୍ରଶାସନିକ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ଦିଗରେ କାର୍ଯ୍ୟ କରିବାକୁ ପ୍ରତିଜ୍ଞା ନେଇଛନ୍ତି। କର୍ମଚାରୀମାନେ ଦୁର୍ନୀତିମୁକ୍ତ ଭବିଷ୍ୟତ ଗଠନ ପ୍ରତି ସେମାନଙ୍କର ପ୍ରତିବଦ୍ଧତା ଦେଖାଇଛନ୍ତି।
ସେହିଭଳି ଟିପିଏନଓଡିଏଲର ବିଭିନ୍ନ ସର୍କଲରେ ଏହି ଦୁର୍ନୀତି ନିବାରଣ ସପ୍ତାହକୁ ପାଳନ କରାଯାଇଥିବା ବେଳେ ଦୁର୍ନୀତିର ମୂଳୋତ୍ପାଟନ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି।
ଏହି କାର୍ଯ୍ୟକ୍ରମ ଅଧୀନରେ ଦୁର୍ନୀତି ନିବାରଣ ବାର୍ତ୍ତାକୁ ପ୍ଲା-କାର୍ଡ଼, ବ୍ୟାନର ଓ ଡିଜିଟାଲ ବାର୍ତ୍ତା ମାଧ୍ୟମରେ ଉପଭୋକ୍ତାଙ୍କ ନିକଟରେ ପହଞ୍ଚାଇବାକୁ ଉଦ୍ୟମ କରାଯିବାର ଯୋଜନା ମଧ୍ୟ ରହିଛି।
କାର୍ଯ୍ୟକ୍ରମରେ ଟିପିଏନଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗଜାନନ କାଲେ ତୃଣମୂଳ ସ୍ତରରୁ ଦୁର୍ନୀତିର ମୂଳୋତ୍ପାଟନ ପାଇଁ ସମସ୍ତ କର୍ମଚାରୀଙ୍କୁ ପରାମର୍ଶ ଦେବା ସହ ଉପଭୋକ୍ତାମାନଙ୍କୁ ମଧ୍ୟ ଏଥି ପ୍ରତି ସଚେତନ ହେବାକୁ ପରାମର୍ଶ ଦେଇଥିଲେ।
ଭିଜିଲାନ୍ସ ଏବଂ ଚୁକ୍ତି ଓ ସାମଗ୍ରୀ ପରିଚାଳନା ପ୍ରମୁଖ ହରିଶ ଶର୍ମା ସଭା ପରିଚାଳନା କରିଥିବାବେଳେ ଏହି କାର୍ଯ୍ୟକ୍ରମରେ ଟିପିଏନଓଡିଏଲର ସମସ୍ତ ଅଧିକାରୀ ଯୋଗ ଦେଇ ନୀତି ଓ ନୈତିକତାର ଶପଥ ନେଇଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031