Indus Valley Times

ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ଉଦଯାପନୀ ଦିବସର କାର୍ଯ୍ୟକ୍ରମ

 Breaking News

ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ଉଦଯାପନୀ ଦିବସର କାର୍ଯ୍ୟକ୍ରମ

ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ଉଦଯାପନୀ ଦିବସର କାର୍ଯ୍ୟକ୍ରମ
January 07
20:20 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୭/୧: ବୌଦ୍ଧ କଚେରୀ ପଡିଆ ଠାରେ ଆଜି ସନ୍ଧ୍ୟାରେ ବୌଦ୍ଧ ମହୋତ୍ସବ, ପଲ୍ଲିଶ୍ରୀମେଳା ର ପଞ୍ଚମ ଦିନର ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଞ୍ଚମ ଦିବସ ର ସନ୍ଧ୍ୟା କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଓଡ଼ିଶା ସରକାର ଶ୍ରୀଯୁକ୍ତ ରବି ନାରାୟଣ ନାୟକ ଏବଂ ମାନ୍ୟବର ମନ୍ତ୍ରୀ ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ ବିଭାଗ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା , ସମ୍ମାନୀତ ଅତିଥି ଭାବେ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ, ମାନ୍ୟବର ବିଧାୟକ, ବୌଦ୍ଧ ତଥା ମୂଖ୍ୟ ସଚେତକ, ବିଧାନସଭା, ଓଡ଼ିଶା ସରକାର,ମାନ୍ୟବର ବିଧାୟକ, କଣ୍ଟାମାଲ ଶ୍ରୀଯୁକ୍ତ କହ୍ନାଇ ଚରଣ ଡାଙ୍ଗ,ସଭାପତି ଭାବେ ଜ଼ିଲ୍ଲାପାଳ, ବୌଦ୍ଧ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ଯୋଗ ଦେଇ ଥିଲେ ।
ଅତିରିକ୍ତ ଜିଲ୍ଲାପାଳ, ବୌଦ୍ଧ ଶ୍ରୀଯୁକ୍ତ ଅନିରୁଦ୍ଧ ପଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପ ଜିଲ୍ଲାପାଳ, ବୌଦ୍ଧ ଶ୍ରୀଯୁକ୍ତ ପ୍ରଭାସ ଚନ୍ଦ୍ର ଦଣ୍ଡସନା ଧନ୍ୟବାଦ ଜ୍ଞାପନ କରିଥିଲେ ।
ସଭା କାର୍ଯ୍ୟକ୍ରମ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ସହକାରୀ ନିବନ୍ଧକ, ସମବାୟ ସମିତି, ବୌଦ୍ଧ ଶ୍ରୀଯୁକ୍ତ ହାଡିବନ୍ଧୁ ମହାକୁଡ଼,ସଂଯୋଜିକା ଶୋଭନା ମିଶ୍ର ଏବଂ ସଂସ୍କତ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ପରିଚାଳନା କରିଥିଲେ ।
ଏହି ଅବସରରେ ସ୍ଵୟଂ ସହାୟିକା ଗୋଷ୍ଠୀ ଓ ଅନ୍ୟା ନ୍ୟ ବିଭାଗ ର କର୍ମକର୍ତ୍ତା ମାନଙ୍କୁ ସମ୍ୱର୍ଦ୍ଧନା ଦିଆ ଯାଇଥିଲା ଏବଂ ଏହି ଅବସରରେ ସ୍ମରଣିକା ଉନ୍ମୋଚନ କରାଯାଇଥିଲା ।
ଆଜିର କାର୍ଯ୍ୟକ୍ରମ ରେ ଧୁନକେଲି, ହରଭଙ୍ଗା, ଆଞ୍ଚଳିକ ସଙ୍କୀର୍ତ୍ତନ ମଣ୍ଡଳି, ବିଜ୍ଞାପିତ ଅଞ୍ଚଳ ପରିଷଦ, ବୌଦ୍ଧ, ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ, ବୌଦ୍ଧ, ପୂର୍ଣ୍ଣମାସି ମହିଳା ପାଲା ଦଳ, ବ୍ରାହ୍ମଣୀ, ସରକାରୀ ଉ. ପ୍ରା. ବିଦ୍ୟାଳୟ, ଜମଟାଙ୍ଗି,ଝାଡ଼ରାଜିଙ୍ଗ ଆଶ୍ରମ ହାଇସ୍କୁଲ, ଚାରିଛକ,ଗନ୍ଧରାଡ଼ି କଳା ପରିଷଦ,ଜହ୍ନା ପଙ୍କ,ଶ୍ରୀରାମ କାର୍ଟୁନ କମେଡି, ଡାଙ୍ଗପଡ଼ା, ସରକାରୀ ଉପ୍ରା ବିଦ୍ୟାଳୟ ରାଧାନଗର, ସାଂସ୍କୃତିକ କଳା ପରିଷଦ,ଯୋଗ କାର୍ଯ୍ୟକ୍ରମ,ଏମ ଇ ସ୍କୁଲ୍, ମର୍ଜାକୁଦ, ଡ୍ରିମ୍ ନାଇଟ, ପୁରୀ, ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ, ବୌଦ୍ଧ,କୋଟପାଡ଼ କଳା ପରିଷଦ, କୋରାପୁଟ, କୁରେଇ କଲଚରାଲ୍ ୱିଙ୍ଗ, ବୌଦ୍ଧ, ସୃଷ୍ଟି ଡାନ୍ସ ଏକାଡେମୀ ବୌଦ୍ଧ ପରିବେଷଣ କରିଥିଲେ ।
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ବୌଦ୍ଧର କଳାକାର ମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31