ରାଜ୍ୟର ୨ଟି ବିଦ୍ୟାଳୟରୁ ୩୪ ପିଲା କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର,୭/୮୯: ରାଜ୍ୟରେ ଦୁଇଟି ସ୍କୁଲରୁ ୩୪ ପିଲା କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳ ଓ ବରଗଡ଼ର ୨ଟି ସ୍କୁଲରେ ୩୪ ପିଲା ସଂକ୍ରମିତ ଚିହ୍ନଟ ହେବାପରେ କରୋନା କଟକଣାକୁ କଠୋର କରାଯାଇଛି । ଏ ସମ୍ପର୍କରେ ସୂଚନା ପାଇଥିବା କଥା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।
ତେବେ ଏନେଇ ତଦନ୍ତ ଚାଲିଛି । ଢ଼େଙ୍କାନାଳର ସିଡିଏମଓଙ୍କ ସହ ଯୋଗାଯୋଗ ରହିଛି । ଷ୍ଟାଟସ୍ ଜାଣିବା ପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି । ତେବେ ଯେକୌଣସି ନିଷ୍ପତ୍ତି ହେଲେ ମଧ୍ୟ କୋଭିଡ୍ ଗାଇଡଲାଇନକୁ ପାଳନ କରାଯିବ । ଯେଉଁ ସ୍କୁଲରେ ପଜିଟିଭ୍ ବାହାରିଛନ୍ତି, ଆବଶ୍ୟକ ସ୍ଥଳେ ସେଠାରେ ସ୍କୁଲ ବନ୍ଦ କରିଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ସମୀର ଦାଶ ।
ସେପଟେ ପଜିଟିଭ ଚିହ୍ନଟ ହେବାପରେ କାମାକ୍ଷାନଗରରେ ୭ ଦିନ ପାଇଁ କାନପୁରା ପଞ୍ଚାୟତିରାଜ ହାଇସ୍କୁଲକୁ ବନ୍ଦ କରାଯାଇଛି । ବିଦ୍ୟାଳୟର ୨୦ ଜଣ କରୋନା ପଜିଟିଭ ଚିହ୍ନଟ ପରେ ଏପରି ନିଷ୍ପତ୍ତି ନିଆଯାଇଛି । ଚିହ୍ନଟ ୨୦ ଜଣଙ୍କ ମଧ୍ୟରେ ୧୪ ଛାତ୍ରଛାତ୍ରୀ ଓ ୬ ଜଣ ଶିକ୍ଷକ ଥିବା ଜଣାପଡ଼ିଛି । ସ୍କୁଲରୁ ମୋଟ୍ ୩୪୪ଟି ନମୁନା ସଂଗ୍ରହ କରାଯାଇଥିଲା, ସେଥିରୁ ୨୦ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଖବର ମିଳିଛି ।
ସେହିପରିରେ ଶିଶୁଙ୍କ ସଂକ୍ରମଣ ନେଇ ଊଗଋଞ ଡାକ୍ତର ସିବିକେ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । ପିଲାଙ୍କ ସଂକ୍ରମଣ ପାଇଁ ପରିବାରକୁ ପରୋକ୍ଷରେ ଦାୟୀ କରିଛି ସ୍ୱାସ୍ଥ୍ୟ ବିଭାଗ । ଏହାସହ ପିଲାଙ୍କୁ ଥଣ୍ଡା, କାଶ, ଜ୍ୱର ହୋଇଥିଲେ ନଲୁଚାଇ ଜଣାଇବାକୁ ପରାମର୍ଶ ଦିଆଯାଇଛି । ଅଭିଭାବକ ନ ଜଣାଇଲେ ପରିସ୍ଥିତି ଭୟାନକ ହେବ । ଆବଶ୍ୟକ ହେଲେ ସ୍କୁଲ ବନ୍ଦ ହୋଇପାରେ ବୋଲି ସେ କହିଛନ୍ତି ।