Indus Valley Times

ଅନଲାଇନ ଶିଶୁ ଯୌନ ନିର୍ଯ୍ୟାତନା ମାମଲା: ସିବିଆଇ ଦେଶର ୧୪ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ ୭୬ଟି ସ୍ଥାନରେ ସର୍ଚ୍ଚ ଅପରେସନ ଆରମ୍ଭ

 Breaking News

ଅନଲାଇନ ଶିଶୁ ଯୌନ ନିର୍ଯ୍ୟାତନା ମାମଲା: ସିବିଆଇ ଦେଶର ୧୪ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ ୭୬ଟି ସ୍ଥାନରେ ସର୍ଚ୍ଚ ଅପରେସନ ଆରମ୍ଭ

ଅନଲାଇନ ଶିଶୁ ଯୌନ ନିର୍ଯ୍ୟାତନା ମାମଲା: ସିବିଆଇ ଦେଶର ୧୪ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ ୭୬ଟି ସ୍ଥାନରେ ସର୍ଚ୍ଚ ଅପରେସନ ଆରମ୍ଭ
November 16
16:08 2021

ନୂଆଦିଲ୍ଲୀ, ୧୬/୧୧: ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ)ର ବଡ଼ କାର୍ଯ୍ୟାନୁଷ୍ଠାନ। ଅନଲାଇନ ଶିଶୁ ଯୌନ ନିର‌୍ୟାତନା ଓ ଶୋଷଣକୁ ନେଇ ସିବିଆଇ ଦେଶର ୧୪ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ ୭୬ଟି ସ୍ଥାନରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି।
୧୪ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ୟୁପି, ପଞ୍ଜାବ, ବିହାର, ଓଡ଼ିଶା, ତାମିଲନାଡୁ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜୁରାଟ ଏବଂ ହରିୟାଣା ଅନ୍ତର୍ଭୁକ୍ତ।
ସୂଚନା ଅନୁଯାୟୀ, ନଭେମ୍ବର ୧୪ରେ ସିବିଆଇ ଅନଲାଇନ୍ ଶିଶୁ ଯୌନ ନିର‌୍ୟାତନା ଓ ଶୋଷଣକୁ ନେଇ ୮୩ଅଭିଯୁକ୍ତଙ୍କ ବିରୋଧରେ ୨୩ଟି ପୃଥକ ମାମଲା ରୁଜୁ କରିଥିଲା, ଯାହାର ତଦନ୍ତ ଏବେ ଆରମ୍ଭ କରାଯାଇଛି। ତଦନ୍ତ ସମାପ୍ତ ହେବା ପରେ ଘଟଣାକୁ ନେଇ ଅଧିକ ସୂଚନା ମିଳିବ ଆସିବ ବୋଲି ଜଣେ ଅଧିକାରୀ କହିଛନ୍ତି।
୨୦୧୯ରେ, ସିବିଆଇ ଏହାର ସ୍ୱତନ୍ତ୍ର ଅପରାଧ ଜୋନର ଏକ ଅଂଶ ଭାବରେ ଅନଲାଇନ୍ ଶିଶୁ ଯୌନ ନିର‌୍ୟାତନା ଓ ଶୋଷଣ (ଓସିଏସଏଇ) ପ୍ରତିରୋଧ / ଅନୁସନ୍ଧାନ ୟୁନିଟ୍ ପ୍ରତିଷ୍ଠା କରିଥିଲା। ଏହି ୟୁନିଟ୍ ସହାୟତାରେ, ସିବିଆଇ ୨୦୨୦ରେ ଉତ୍ତରପ୍ରଦେଶର ଜଣେ ସରକାରୀ ଇଞ୍ଜିନିୟରଙ୍କୁ ଗିରଫ କରିଥିଲା।
ଅଭିଯୁକ୍ତଜଣକ ଦଶନ୍ଧି ଧରି ପ୍ରାୟ ୫୦ଜଣ ନାବାଳିକାଙ୍କ ସହ ଯୌନ ଶୋଷଣ କରିବା ସହ ଅଶ୍ଲୀଳ ଭିଡିଓ ଅନ୍ୟକୁ ବିକ୍ରି କରୁଥିଲେ। ଏବିଷୟରେ ଜାଣିବା ପରେ ଓସିଏସଏଇ ପ୍ରତିରୋଧ ୟୁନିଟ୍ ଅଭିଯୁକ୍ତକୁ କାବୁ କରିଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031