Indus Valley Times

ଅନେକଙ୍କୁ ପ୍ରେରଣା ଦେବ ଏହି ବାପ-ପୁଅଙ୍କ କାହାଣୀ, ହାତ-ଗୋଡ଼ ନଥାଇ ବି ଖୁସିରେ କାଟୁଛନ୍ତି ଦିନ

 Breaking News

ଅନେକଙ୍କୁ ପ୍ରେରଣା ଦେବ ଏହି ବାପ-ପୁଅଙ୍କ କାହାଣୀ, ହାତ-ଗୋଡ଼ ନଥାଇ ବି ଖୁସିରେ କାଟୁଛନ୍ତି ଦିନ

ଅନେକଙ୍କୁ ପ୍ରେରଣା ଦେବ ଏହି ବାପ-ପୁଅଙ୍କ କାହାଣୀ, ହାତ-ଗୋଡ଼ ନଥାଇ ବି ଖୁସିରେ କାଟୁଛନ୍ତି ଦିନ
October 26
16:09 2021

ନୂଆଦିଲ୍ଲୀ,୨୬/୧୦ : ସୁଖ ଏବଂ ଦୁଃଖ, ଗୋଟିଏ କଏନର ଦୁଇଟି ପାର୍ଶ୍ବ । ମଣିଷ ଜୀବନରେ ସବୁବେଳେ ସୁଖ ରହେନାହିଁ କି ଦୁଃଖ ବି ରହେନାହିଁ। ସମୟ ସହ ସବୁ କିଛି ବଦଳିଥାଏ। କିନ୍ତୁ ସାଧାରଣତଃ ଲୋକେ ଜୀବନରେ ଦୁଃଖ ଆସିଲେ ସହିନପାରି ଭାଙ୍ଗିପଡନ୍ତି । ଏପରିକି ଆତ୍ମହତ୍ୟା ଭଳି ନିଷ୍ପତ୍ତି ନେବାକୁ ପଛାନ୍ତି ନାହିଁ ।
କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବାପା-ପୁଅଙ୍କ ଏହି ଫଟୋ ସମାଜକୁ ପ୍ରେରଣା ଦେବ ନିଶ୍ଚୟ । ଯେତେ ଦୁଃଖ କଷ୍ଟ ଆସିଲେ ବି ଭାଙ୍ଗିନପଡିବାର ସାହସ ଦେବ ନିଶ୍ଚୟ ।
ତୁର୍କୀର ଜଣେ ଫଟୋଗ୍ରାଫର ମହମ୍ମଦ ଅସଲମ୍ ଏପରି ଏକ ଫଟୋ ଉଠାଇଛନ୍ତି, ଯାହାକୁ ଦେଖିଲେ ଲୋକଙ୍କ ଆଖିରେ ଲୁହ ଚାଲିଆସିବା ସହ ଦୁଃଖ କଷ୍ଟ ଆସିଲେ ବି ଭାଙ୍ଗି ନପଡିବା ପାଇଁ ପ୍ରେରଣା ଦେବ ।
ଏହି ଫଟୋ ଜଣେ ବାପା ଆଉ ତାଙ୍କ କୁନି ପୁଅର । ଅନେକ ସମସ୍ୟା ଥାଇ ବି ଏହି ଦୁଇଜଣ ବାପା-ପୁଅ ବେସ୍ ଖୁସିରେ ଅଛନ୍ତି । ହସଖୁସିରେ ଜୀବନ କାଟୁଛନ୍ତି ।
ଏହି ଦୁଇଜଣଙ୍କ ଦୁଃଖ ବାବଦରେ ଜାଣିଲେ ଆପଣଙ୍କ ଆଖିବି ଲୁହରେ ଓଦା ହୋଇଯିବ । ଦିନେ ସିରିଆରେ କୌଣସି କାରଣରୁ ଏକ ବୋମା ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ଫଟୋରେ ଦେଖୁଥିବା ବ୍ୟକ୍ତିଙ୍କ ଗୋଟିଏ ଗୋଡ ନଷ୍ଟ ହୋଇଯାଇଥିଲା । ଆଉ ତାଙ୍କର ଗର୍ଭବତୀ ସ୍ତ୍ରୀ ଶିରିଆରେ ଗୃହଯୁଦ୍ଧ ଚାଲିଥିବା ବେଳେ ବିଶାକ୍ତ ଗ୍ୟାସର ଶିକାର ହୋଇଗଲେ ।
ପେଟରେ ବଢୁଥିବା ଏହି ପିଲାଟିର ଶରୀର ଠିକ୍ ଭାବରେ ବିକଶିତ ହୋଇପାରିଲା ନାହିଁ, ଯାହାଫଳରେ ବିନା ହାତ ଗୋଡ଼ରେ ଜନ୍ମନେଲା ଏହି ପୁଅ । ବାପାଙ୍କର ଗୋଟିଏ ଗୋଡ ନଥିବା ବେଳେ ପୁଅର ଦୁଇ ଗୋଡ ଦୁଇ ହାତ ନାହିଁ । ତଥାପି ଏହାକୁ ନେଇ ଦୁହିଁଙ୍କ ମନରେ କୌଣସି ଦୁଃଖ ନାହିଁ ।
ସାଧାରଣ ଲୋକଙ୍କ ଭଳି ହସ ଖୁସିରେ ଜୀବନ ବିତାଉଛନ୍ତି ଏହି ଦୁଇ ବାପ-ପୁଅ । ଆଉ ସେହି ଖୁସିର ମୁହୁର୍ତ୍ତକୁ କ୍ୟାମେରାରେ କଏଦ କରିଛନ୍ତି ତୁର୍କୀର ଜଣେ ଫଟୋଗ୍ରାଫର, ଯାହାକୁ ‘ଫଟୋ ଅଫ୍ ଦ ଇୟର’ ଆୱାର୍ଡ ମିଳିବା ସହ ଭୁରି ଭୁରି ପ୍ରଶଂସା କରାଯାଉଛି ।
-ସମ୍ବାଦ

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031