Indus Valley Times

ଅସହା ବାଟି ମାଝୀକୁ ସାହାର୍ଯ୍ୟର ହାତବଢ଼ାଇଲେ ଏସଆରକେ ସଙ୍ଗଠନ ର ସମ୍ପାଦକ ଶିବ ଶଙ୍କର ମହାନ୍ତି

 Breaking News

ଅସହା ବାଟି ମାଝୀକୁ ସାହାର୍ଯ୍ୟର ହାତବଢ଼ାଇଲେ ଏସଆରକେ ସଙ୍ଗଠନ ର ସମ୍ପାଦକ ଶିବ ଶଙ୍କର ମହାନ୍ତି

October 20
21:15 2020

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨୦/୧୦: ସରକାରୀ ଯୋଜନା ଠାରୁ ବହୁ ଦୁରରେ ବୃଦ୍ଧ। ନୟାଗଡ଼ ବ୍ଲକ ନବଘନପୁର ପଞ୍ଚାୟତ ପିଆଶାଳିଆ ଗ୍ରାମର ବାଟି ମାଝୀ। ବୟଷ ସତୁରୀ ରୁ ଅଧିକ। ଦୁଇ ବର୍ଷ ହେବ ଏକମାତ୍ର ପୁଅ ପୋଖରୀ ରେ ବୁଡିଯାଇ ମୃତ୍ୟୁ ବରଣ କରିଛି। ବିଧବା ବୋହୁ , ନାତୀ, ନାତୁଣୀ, ପତ୍ନୀ ଙ୍କୁ ନେଇ ତାଙ୍କ ପରିବାର। ରୋଜଗାର କରିବାକୁ କେହି ନାହାନ୍ତି।ମଗାଜଚା କରି ବାଟି ଯାହା ଆଣନ୍ତି ସେଥିରେ ପରିବାର ଚଳେ। ଘରଟି ର ଚାଳ ଉଡିଗଲାଣି ଛପର କରିବାକୁ ଅର୍ଥ ର ଅଭାବ। ଗରିବ ଲୋକଙ୍କ ସହାୟତା ପାଇଁ କେନ୍ଦ୍ର ଓ ରାଜ୍ୟ ଯୋଜନା ଉପରେ ଯୋଜନା କରୁଛନ୍ତି କିନ୍ତୁ ଏହାର ସୁଯୋଗ ପ୍ରକୃତ ହିତାଧିକାରୀ ମାନେ ପାଇବାରୁ ବଞ୍ଚିତ ହେଉଛନ୍ତି। ଘର ଖଣ୍ଡେ ପାଇଁ ପଞ୍ଚାୟତ ଠାରୁ ଜିଲ୍ଲାପାଳ ଙ୍କ ଅଫିସ କୁ ଦୈାଡି ଦୈାଡି ମଧ୍ୟ କୈାଣସି ସୁଫଳ ମିଳୁନାହିଁ। ତାଙ୍କ ବୋହୁ ମଧ୍ୟ ବାରମ୍ବାର ପଞ୍ଚାୟତ କାର‌୍ୟ୍ୟାଳୟ କୁ ଦୈାଡୁଥିଲେ ମଧ୍ୟ ବିଧବା ଭତାଟିଏ ହୋଇପାରୁନାହିଁ। ଏହି ସମୟରେ ଏସଆରକେ ସଙ୍ଗଠନ ର ସମ୍ପାଦକ ଶିବ ଶଙ୍କର ମହାନ୍ତି ବାଟି ମାଝୀ କୁ ସହଯୋଗ ର ହାତ ବଢାଇଛନ୍ତି। ପ୍ରକାଶ କରିଛନ୍ତି ଯଦି ଆଗାମୀ ଏକ ମାସ ମଧ୍ୟରେ ବାଟି ମାଝୀ କୁ ସରକାର କୈାଣସି ସହାୟତା ଯୋଗାଇ ଦେବାରେ ବିଫଳ ହୁଅନ୍ତି ତେବେ ସଙ୍ଗଠନ ପକ୍ଷରୁ ସଭ୍ୟମାନେ ମିଶି ଏକ ଘର ନିର୍ମାଣ ରେ ବାଟି ଙ୍କୁ ସହାୟତା କରିବେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031