Indus Valley Times

ଆଇପିଏସ ସ୍ତରରେ ଅଦଳବଦଳ, ବଦଳିଲେ ବିଭିନ୍ନ ଜିଲ୍ଲାର ଏସପି

 Breaking News

ଆଇପିଏସ ସ୍ତରରେ ଅଦଳବଦଳ, ବଦଳିଲେ ବିଭିନ୍ନ ଜିଲ୍ଲାର ଏସପି

July 09
20:26 2021

ଭୁବନେଶ୍ବର ୯/୭: ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଆଇପିଏସ ଅଖିଳେଶ୍ୱର ସିଂହଙ୍କୁ ଜଗତସିଂହପୁର ଏସପି ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ପିଏସ ପୁରୁଷୋତ୍ତମ ଦାସଙ୍କୁ ନବରଙ୍ଗପୁର ଏସପି ଭାବେ ଦାୟିତ୍ୱ ମିଳିଛି । ସେହିପରି କେନ୍ଦ୍ରୀୟ ଡେପୁଟେସନରୁ ଫେରିଛନ୍ତି ଆଇଜି ଏସ ଦେବଦତ୍ତ ସିଂହ । ତାଙ୍କୁ ପୋଲିସ ମୁଖ୍ୟାଳୟ ଆଇଜି ନିଯୁକ୍ତ କରିଛନ୍ତି ସରକାର ।
ଏହା ସହ ପ୍ରକାଶ ଆରଙ୍କୁ ଭିଜିଲାନ୍ସ ବିଭାଗକୁ ବଦଳି କରାଯାଇଛି । ବରଗଡ଼ ଏସପି ଭାବେ ରାହୁଲ ଜୈନ ଏବଂ ପ୍ରତ୍ୟୁଷ ଦିବାକରଙ୍କୁ ନୂଆପଡ଼ାର ଏସପି ଭାବେ ଦାୟିତ୍ୱ ଦିଆଯାଇଛି । ମୟୁରଭଞ୍ଜ ଏସପି ଭାବେ ନିଯୁକ୍ତ ହୋଇଛନ୍ତିକେଆର ଦ୍ୟାନଦେଓ । ପିଏସ ମୀନାଙ୍କୁ ମିଳିଛି ମାଲକାନଗିରିର ଏସପି ଦାୟିତ୍ବ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031