Indus Valley Times

ଆଉ କିଛି ସପ୍ତାହ ଭିତରେ ଆସିବ କରୋନା ଟିକା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

 Breaking News

ଆଉ କିଛି ସପ୍ତାହ ଭିତରେ ଆସିବ କରୋନା ଟିକା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

December 04
19:46 2020

ନୂଆଦିଲ୍ଲୀ,୪/୧୨: ମହାମାରୀ କରୋନା ସଂକ୍ରମଣ ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ଘୋଷଣା କରିଛି। ଆଜିର ସର୍ବଦଳୀୟ ବୈଠକ ପରେ ଦେଶବାସୀଙ୍କୁ ସମ୍ବୋଧନ କରି ମୋଦି କରୋନା ଟିକା କେବେ ଆସିବ, ତା’ର ସୂଚନା ଦେଇଛନ୍ତି। ସେ କହିଛନ୍ତି, କରୋନା ଟିକା ପାଇଁ ଆଉ ବେଶୀ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ।
ଆସନ୍ତା ଦୁଇ କିମ୍ବା ୩ ସପ୍ତାହ ମଧ୍ୟରେ ଆମ ପାଖରେ କରୋନା ଟିକା ପହଞ୍ଚିଯିବ। ବୈଜ୍ଞାନିକମାନେ ଏହାକୁ ଅନୁମୋଦନ ଦେବା କ୍ଷଣି ଦେଶରେ ଟିକାକରଣ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି, “ଭାରତୀୟ ବୈଜ୍ଞାନିକମାନେ ପ୍ରସ୍ତୁତ କରିଥିବା କରୋନା ଟିକା ସଫଳ ଓ ସୁରକ୍ଷିତ ବୋଲି ସେମାନେ ଆଶା ରଖିଛନ୍ତି। ପୂରା ବିଶ୍ୱ ଶସ୍ତା ଓ ସୁରକ୍ଷିତ ଟିକା ଉପରେ ନଜର ରଖିଛି। ଖାସ ଏହି କାରଣ ପାଇଁ ସାରା ବିଶ୍ୱର ନଜର ଭାରତ ଉପରେ ରହିଛି।
ବର୍ତ୍ତମାନ ଭାରତରେ ୮ଟି କରୋନା ଟିକାର ଟ୍ରାଏଲ ଭିନ୍ନଭିନ୍ନ ଷ୍ଟେଜରେ ରହିଛି। ସ୍ୱଦେଶୀ ଟିକା କଥା ବିଚାରକୁ ନେଲେ, ଭାରତରେ ୩ଟି ଟିକାର ପରୀକ୍ଷା କରାଯାଉଛି। ତେଣୁ ଆମର ଆଶା ଆସନ୍ତା ଦୁଇ କିମ୍ବା ୩ ସପ୍ତାହ ମଧ୍ୟରେ ଭାରତ ପାଖରେ କରୋନା ଟିକା ପହଞ୍ଚି ଯିବ।”
କରୋନା ଟିକାର ଦାମ ସମ୍ପର୍କରେ ମୋଦି କହିଛନ୍ତି, ଟିକାର ଦାମ କେତେ ରହିବ, ତା’ ଉପରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ କାମ କରୁଛନ୍ତି। ଲୋକଙ୍କ ସ୍ୱାସ୍ଥ୍ୟ ଓ ସମ୍ବଳକୁ ଦୃଷ୍ଟିରେ ରଖି ଏହା ଉପରେ ନିଷ୍ପତ୍ତି ନିଆଯିବ। ଟିକା ଆସିଲେ ପ୍ରାଥମିକ ପର‌୍ୟ୍ୟାୟରେ ଏହାକୁ ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟ ଲାଇନ ୱାର୍କର, ଏକାଧିକ ରୋଗରେ ଆକ୍ରାନ୍ତ ଲୋକ ଓ ବୟସଙ୍କୁ ଦିଆଯିବ।
ରାଜ୍ୟ ସରକାରମାନେ ଟିକାର ବଣ୍ଟନ ଓ ସଂରକ୍ଷଣ ପାଇଁ ସବୁ ପ୍ରକାର ବ୍ୟବସ୍ଥା ଆରମ୍ଭ କରିଦେଇଛନ୍ତି। ଟିକାକରଣର ସ୍ଥିତି ଓ ଏହା କେତେ ପରିମାଣର ମହୁଜୁଦ ରହିଛି, ତା’ ବିଷୟରେ ଦେଶବାସୀ ରିୟଲ ଟାଇମ ତଥ୍ୟ ପାଇପାରିବେ। ଏଥିପାଇଁ ଗୋଟିଏ ଆପ ମଧ୍ୟ ତିଆରି କରାଯାଇଛି।
ଟିକାକରଣ ଏକ ବିଶାଳ ପ୍ରକ୍ରିୟା। ଏହି ସମୟରେ ଅନେକ ଅପପ୍ରଚାର ହେବାର ଆଶଙ୍କା ରହିଛି। ତେଣୁ ସବୁ ରାଜନୀତିକ ଦଳର ନେତାମାନେ ଲୋକଙ୍କୁ ସତର୍କ କରିବା ସହ କିଭଳି ଲୋକଙ୍କୁ ଟିକାକରଣ କରାଯାଇ ପାରିବ, ତା’ର ଦାୟିତ୍ୱ ନିର୍ବାହ କରିବେ ବୋଲି ସର୍ବଦଳୀୟ ବୈଠକରେ କହିଛନ୍ତି।
ଆଜି ୧୦.୩୦ରୁ ବିଭିନ୍ନ ରାଜନୀତିକ ଦଳର ନେତାଙ୍କ ସହ ମୋଦି ସର୍ବଦଳୀୟ ବୈଠକ କରିଥିଲେ। ଏଥିରେ ୧୨ଟି ଦଳର ନେତା ଯୋଗଦେଇଥିଲେ।

-Odisha Reporter

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031