Indus Valley Times

ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

 Breaking News

ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ
November 01
09:54 2021

ବାରିପଦା, ୧/୧୧ : ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ । ବର୍ଷା ଦିନେ ଅଭୟାରଣ୍ୟ ମଧ୍ୟରେ ଥିବା ମାଟି ରାସ୍ତାରେ ଯିବା ସମ୍ଭବପର ହେଉ ନ ଥିବାରୁ ପ୍ରତି ବର୍ଷ ବର୍ଷାଋତୁରେ ଏହାକୁ ବନ୍ଦ କରାଯାଇଥାଏ । ଏହାପରେ ଶୀତ ଆଗମନ ହେଲେ ପର‌୍ୟ୍ୟଟକଙ୍କ ପାଇଁ ଖୋଲିଥାଏ ଶିମିଳିପାଳ ଗେଟ୍।
ପ୍ରତି ବର୍ଷ ପରି ଏଥର ମଧ୍ୟ ବାରିପଦା ପଟରୁ ପିଠାବଟା ଗେଟ୍ ଓ ଯଶୀପୁର ପଟରୁ କାଳିଆମି ଗେଟ୍ ଦେଇ ପର୍ଯ୍ୟଟକମାନେ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିପାରିବେ ।
ସକାଳ ୬ଟାରୁ ୯ଟା ଯାଏ ପର୍ଯ୍ୟଟକମାନେ ନିଜ ଗାଡ଼ି ଓ ନାଁ ଠିକଣା ଗେଟ୍ରେ ଦାଖଲ କରିବେ । ଅଭୟାରଣ୍ୟ ଭିତରେ ବୁଲିବା ସମୟରେ ସେମାନେ କୋଭିଡ ଗାଇଡ୍ ଲାଇନ ମାନିବାକୁ ବାଧ୍ୟ ।
ଚଳିତ ବର୍ଷ ଶିମିଳିପାଳକୁ ପ୍ଲାଷ୍ଟିକମୁକ୍ତ ଘୋଷଣା କରାଯାଇଛି । ପର୍ଯ୍ୟଟକମାନେ କୌଣସି ପ୍ଲାଷ୍ଟିକ ସାମଗ୍ରୀ ନେଇ ଭିତରକୁ ପ୍ରବେଶ କରିପାରିବେ ନାହିଁ । ତା’ ସହିତ ଦହନଶୀଳ ପଦାର୍ଥ ଓ ମାଦକ ଦ୍ରବ୍ୟ ଉପରେ ମଧ୍ୟ ଲଗାଯାଇଛି କଟକଣା ।
୨, ୭୫୦ ବର୍ଗ କିଲୋମିଟରରେ ପରିବ୍ୟାପ୍ତ ଶିମିଳିପାଳ ଅଭୟାରଣ୍ୟରେ ପର୍ଯ୍ୟଟକମାନେ ବରେହିପାଣି, ଯରୋନ୍ଦା ପରି ଜଳପ୍ରପାତ ଦେଖିପାରିବେ ।
ତା ସହିତ ନଅଣା, ଗୁଡୁଗୁଡିଆରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ । ରାତ୍ରୀଯାପନ ପାଇଁ ଗୁଡୁଗୁଡିଆ, ଜାମୁଆଣି, ରାମତୀର୍ଥ ଓ କୁମାରିରେ କ୍ୟାମ୍ପ ସହିତ କଟେଜ ବ୍ୟବସ୍ଥା ରହିଛି ।
ପର୍ଯ୍ୟଟକମାନେ କେବଳ ଅନ୍ଲାଇନ୍ ଅଗ୍ରିମ ବୁକିଂ କରିପାରିବେ । WWW. SIMILIPAL.COM ବା ODISHA TOURISM ୱେବସାଇଟରେ ମଧ୍ୟ ବୁକିଂ କରିହେବ ।
ଏ ବର୍ଷ ସାଇକଲରେ ମଧ୍ୟ ବୁଲିବାର ଅନୁମତି ଅଛି । ଗତ ବର୍ଷ ଶିମିଳିପାଳକୁ ୪୩ ହଜାର ପର‌୍ୟ୍ୟଟକ ଆସିଥିବା ବେଳେ ୨ କୋଟି ୩୫ ଲ୭ ଟଙ୍କାର ରାଜସ୍ୱ ଆଦାୟ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031