Indus Valley Times

ଆଜିଠାରୁ ବହୁ ପ୍ରତୀକ୍ଷିତ ‘ଏକମୋ ’ ଚିକିତ୍ସା ସୁବିଧା ଆରମ୍ଭ ହେବ ଭୁବନେଶ୍ୱର ଏମ୍ସରେ

 Breaking News

ଆଜିଠାରୁ ବହୁ ପ୍ରତୀକ୍ଷିତ ‘ଏକମୋ ’ ଚିକିତ୍ସା ସୁବିଧା ଆରମ୍ଭ ହେବ ଭୁବନେଶ୍ୱର ଏମ୍ସରେ

ଆଜିଠାରୁ ବହୁ ପ୍ରତୀକ୍ଷିତ ‘ଏକମୋ ’ ଚିକିତ୍ସା ସୁବିଧା ଆରମ୍ଭ ହେବ ଭୁବନେଶ୍ୱର ଏମ୍ସରେ
July 15
08:09 2021

ଭୁବନେଶ୍ୱର, ୧୫/୭ : ବହୁ ପ୍ରତୀକ୍ଷିତ “ଏକମୋ” ଚିକିତ୍ସା ସୁବିଧା ଆଜିଠାରୁ ଭୁବନେଶ୍ୱରର ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ରେ କାର୍ଯ୍ୟକ୍ଷମ ହେବ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କରୋନା ମହାମାରୀ ସମୟରେ ଏହି ଚିକିତ୍ସା ବ୍ୟବସ୍ଥା ଏକ ସଞ୍ଜିବନୀ ପରି ହୋଇଥିବା ବେଳେ ଏହି ଚିକିତ୍ସା ସୁବିଧା ପୁର୍ବରୁ ଓଡିଶାରେ ଉପଲବ୍ଧ ନଥୀଲା ।
ଏପର୍ଯ୍ୟନ୍ତ ଚିକିତ୍ସା ଆବଶ୍ୟକ କରୁଥିବା ଗୁରୁତର ଅସୁସ୍ଥ କରୋନା ରୋଗୀଙ୍କୁ ଏହି ଚିକିତ୍ସା ସୁବିଧା ପାଇଁ ଅନ୍ୟ ରାଜ୍ୟକୁ ପଠାଯାଉଥିଲା । ଗୁରୁବାର ଭୁବନେଶ୍ୱର ଏମ୍ସର ପ୍ରତିଷ୍ଠା ଦିବସ ଅବସରରେ ଓଡିଶାର କୌଣସି ଏକ ସରକାରୀ ଡାକ୍ତରଖାନାରେ ଏହି ଚିକିତ୍ସା ସୁବିଧା ପ୍ରଥମ ଆରମ୍ଭ ହେବ।
ଚଳିତ ବର୍ଷ ଜୁନ୍ ମାସରେ ଦୁଇଟି “ଏକମୋ”ମେସିନ୍ କ୍ରୟ ପାଇଁ କ୍ରୟ ଅର୍ଡର ଦିଆ ଯାଇଥିଲା ବେଳେ ଜୁନ୍ ୨୯ ରେ ପ୍ରଥମ ମେସିନ୍ ପହଁଞ୍ଚିଥିଲା । ଏହି ମେସିନର ପରିଚାଳନା ପାଇଁ ମେଡିକାଲର କିଛି ଡାକ୍ତର ଟ୍ରେନିଂ ନେଇଛନ୍ତି ବୋଲି ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031