Indus Valley Times

ଆଜି ହେଉଛି ସ୍ବାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ୨୧୩ ତମ ଜନ୍ମଜୟନ୍ତୀ

 Breaking News

ଆଜି ହେଉଛି ସ୍ବାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ୨୧୩ ତମ ଜନ୍ମଜୟନ୍ତୀ

January 23
12:45 2022

ସମ୍ବଲପୁର ୨୩/୧: ୨୩ ଜାନୁଆରୀ ୧୮୦୯ ଭାରତ ଇତିହାସର ଏକ ପ୍ରମୁଖ ଦିବସ । ଏହି ଦିନ ଭାରତୀୟ ମୁକ୍ତି ସଂଗ୍ରାମର ଅନ୍ୟତମ ମହାନାୟକ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ । ସମ୍ବଲପୁର ଜିଲ୍ଲାର ବୀର ମାଟି ଖିଣ୍ଡାରେ ତାଙ୍କର ଜନ୍ମ ।
ଆଜି ସ୍ବାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ୨୧୩ ତମ ଜନ୍ମଜୟନ୍ତୀ । ଆଜିର ଦିନରେ ୧୮୦୯ ମସିହାରେ ସମ୍ବଲପୁର ଜିଲ୍ଲାର ଖିଣ୍ଡା ଗ୍ରାମର ଜନ୍ମଗ୍ରହଣ କରିଥିଲେ ବୀରପୁତ୍ର ବୀର ସୁରେନ୍ଦ୍ର ସାଏ । ସୁରେନ୍ଦ୍ର ସାଏ ୨୮ ଫେବୃଆରୀ ୧୮୮୪ ମସିହାରେ ମଧ୍ୟପ୍ରଦେଶର ଆସିରଗଡ ଜେଲରେ ବନ୍ଦୀ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ତେବେ ଇଂରେଜମାନଙ୍କ ବିରୁଦ୍ଧରେ ତାଙ୍କର ବିରୁତାକୁ ଆଜିବି ସାରା ଦେଶ ମନେ ପକାଉଛି । ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ତାଙ୍କର ଜନ୍ମଜୟନ୍ତୀ ପାଳନ କରାଯାଉଛି।ତେବେ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ଜୟନ୍ତ୍ରୀ ପାଳନ କରାଯାଉଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031