Indus Valley Times

ଋଣ ଶୁଝିବା ଲାଗି ବ୍ୟାଙ୍କ ଲୁଟ୍ , ୟୁଟ୍ୟୁବରୁ ଶିଖିଥିଲା ଲୁଟର କୌଶଳ

 Breaking News

ଋଣ ଶୁଝିବା ଲାଗି ବ୍ୟାଙ୍କ ଲୁଟ୍ , ୟୁଟ୍ୟୁବରୁ ଶିଖିଥିଲା ଲୁଟର କୌଶଳ

October 05
20:18 2020

ଭୁବନେଶ୍ୱର,୫/୧୦ : ଋଣ ଶୁଝିବା ଲାଗି ବ୍ୟବସାୟୀ ପାଲଟିଗଲା ଡକାୟତ । କରୋନା ମହାମାରୀ ସମୟରେ ଲାଗୁ ଲକ୍ଡାଉନ୍ କଟକଣା ଯୋଗୁ ଋଣ ଶୁଝିପାରି ନଥିଲା ୨୫ ବର୍ଷିୟ ସୌମ୍ୟରଞ୍ଜନ । ଏଥିପାଇଁ ସେ ବ୍ୟାଙ୍କ ଲୁଟ କରି ଋଣ ଶୁଝିବା ପାଇଁ ମାଷ୍ଟରମାଇଣ୍ଡ ପ୍ୟାନ କରିଥିଲା । ଏନେଇ ସୋମବାର ଦିନ ସାମ୍ବାଦିକ ସମ୍ମିଳନୀ କରି ଲୁଟ୍ ଓ ଅଭିଯୁକ୍ତଙ୍କ ସଂପର୍କରେ ସବିଶେଷ ବିବରଣୀ ଦେଇଛନ୍ତି ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ । ଭୁବନେଶ୍ୱର ନନ୍ଦନବିହାର ବରିମୁଣ୍ଡ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ଲୁଟ୍ ଘଟଣାର ମାଷ୍ଟରମାଇଣ୍ଡ ସୌମ୍ୟରଞ୍ଜନ ଜେନାଙ୍କୁ ଗିରଫ କରାଯାଇଛି ବୋଲି ସେ କହିଛନ୍ତି ।
ଏହାସହ ଅଭିଯୁକ୍ତଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଜବତ କରାଯାଇଛି । ସେ ବ୍ୟାଙ୍କ୍ ଋଣ ଶୁଝିବା ପାଇଁ ଲୁଟ୍ କରିଥିବା ଜଣାପଡ଼ିଛି । ଯେଉଁ ବ୍ୟାଙ୍କରୁ ଅଭିଯୁକ୍ତ ଲୁଟ୍ କରିଛି ସେହି ବ୍ୟାଙ୍କରେ ତାର ଆକାଉଣ୍ଟ ରହିଛି । ବ୍ୟାଙ୍କ ଲୁଟର ମାଷ୍ଟର ମାଇଣ୍ଡ ସୌମ୍ୟରଞ୍ଜନକୁ ଗିରଫ କରିବା ସହ ଲୁଟରେ ବ୍ୟବହୃତ ଗାଡ଼ି ଓ ବନ୍ଧୁକ ଜବତ କରିଛି ପୁଲିସ । ତେବେ ଲୁଟ୍ କରିବା ପୂର୍ବରୁ ୟୁଟ୍ୟୁବରୁ ଲୁଟର କୌଶଳ ଶିଖିଥିଲା ଅଭିଯୁକ୍ତ।
ଅଭିଯୁକ୍ତ ସୌମ୍ୟରଞ୍ଜନ ବ୍ୟାଙ୍କରୁ ୧୯ ଲକ୍ଷ ଟଙ୍କା ଋଣ ନେଇ ବ୍ୟବସାୟ ଆରମ୍ଭ କରିଥିଲା । ତେବେ ଲକଡାଉନରେ ବ୍ୟବସାୟ ମାନ୍ଦା ଥିବାରୁ ସେ ଋଣ ଶୁଝି ପାରିନଥିଲା । ଲୁଟ୍ ଅଭିଯୋଗ ଆସିବା ପରେ କମିସନରେଟ୍ ପୁଲିସ ଚତୁରତାର ସହ ତଦନ୍ତ କରି ଅପରାଧୀକୁ ଗିରଫ କରିଥିବା ପୁଲିସ କମିସନର କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031