Indus Valley Times

କନ୍ଧମାଳ : ନାଲସା ଆଇନ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ

 Breaking News

କନ୍ଧମାଳ : ନାଲସା ଆଇନ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ

October 31
21:18 2021

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୩୧/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ ଏସି ଅନ୍ତର୍ଗତ ଦୁଇ ନମ୍ବର ୱାର୍ଡ଼ ଡହଲ ପଡ଼ି ସାହି ରେ ନାଲସା ଆଇନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମାନବାଧିକାର କର୍ମୀ ଆଲୋକ ନାୟକଙ୍କ ନେତୃତ୍ବରେ ନାଲସା ଆଇନ୍ ସମ୍ପର୍କ ରେ ଜନସାଧାରଣ ଙ୍କୁ ସଚେତନତା କାର୍ଯ୍ୟକ୍ରମ କରାଯାଇଛି ।
ମୁଖ୍ୟତଃ ଗରିବ ଶ୍ରେଣିର ଲୋକ ଅଦାଳତ ରେ କୈଣସି ମାମାଲା ରେ ଛନ୍ଦି ହୋଇଥିବ ଏବଂ ମକଦ୍ଦମା ପରିଚାଳନା ପାଇଁ ଓକିଲ କୁ ଟଙ୍କା ଦେବା ପାଇଁ ଅକ୍ଷମ ଥିବ ସେଭଳି ଲୋକଙ୍କୁ ନାଲସା ବିଭାଗ ସହାୟତାରେ ମାଗଣା ରେ ମକଦ୍ଦମା ପରିଚାଳନା ପାଇଁ ସ୍ବତନ୍ତ୍ର ଓକିଲ ପ୍ରଦାନ କରାଯିବ, ଯାହା ଫଳରେ ଲୋକେ ଉପକୃତ ହୋଇପାରିବେ ସେ ନେଇ ସଚେତନତା କରାଯାଇଥିଲା ।
ସଚେତନତା କାର୍ଯ୍ୟକ୍ରମରେ ଉପସ୍ଥିତ ମହିଳାଙ୍କୁ ବିଭିନ୍ନ ଆଇନ୍ ସମ୍ପର୍କ ରେ ମଧ୍ୟ ପ୍ରାଞ୍ଜଳ ଭାବରେ ବୁଝାଇବା ସହ ଆଇନ୍ ସମ୍ପର୍କ ରେ ଏକ ପତ୍ରିକା ବଣ୍ଟନ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031