Indus Valley Times

କୋଭିଡ କଟକଣା ଭିତରେ ଖୋଲିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ

 Breaking News

କୋଭିଡ କଟକଣା ଭିତରେ ଖୋଲିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ

October 04
19:22 2020

ଭୁବନେଶ୍ୱର,୪ ।୧୦: କରୋନା କହାମାରୀ ପାଇଁ ଦିର୍ଘ ୭ମାସ ଧରି ବନ୍ଦ ରହିବା ପରେ ରବିବାର ଦିନଠାରୁ ପର‌୍ୟ୍ୟଟକଙ୍କ ପାଇଁ ଖୋଲଇଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ସକାଳ ୮ଟାରୁ ଏହା ଖୋଲା ରହିଛି। କାଉଣ୍ଟର ସମେତ ଅନଲାଇନ ଯୋଗେ ଟିକଟ ବିକ୍ରି ହେଉଛି। ବନ୍ୟପ୍ରାଣୀ ବିଭାଗ ତରଫରୁ କୋଭିଡ୍-୧୯ ପାଇଁ ଜାରି ହୋଇ ଥିବା ସ୍ବତନ୍ତ୍ର ନିୟମକୁ କଡାକଡି ଭାବେ ଲାଗୁ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ତେବେ ଦୈନିକ ୧୫୦୦ରୁ ୨୫୫୦ ପର‌୍ୟ୍ୟଟକ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ବୁଲି ପାରିବେ । ୭ ବର୍ଷରୁ କମ୍ ଶିଶୁ, ଅଧିକ ପୌଢବ୍ୟକ୍ତି ଓ ଅସୁସ୍ଥ ବ୍ୟକ୍ତିମାନଙ୍କୁ ନନ୍ଦନକାନନ ନବୁଲିବା ପାଇଁ ପରାମର୍ଶ ଦିଆଯିବ । ସେହିପରି ମାସ୍କ ପିନ୍ଧିବା, ଥର୍ମାଲ ସ୍କାନିଂ , ସମ୍ପୁର୍ଣ୍ଣ ଶରୀରକୁ ସାନିଟାଇଜ କରାଯାଇ ପର‌୍ୟ୍ୟଟକଙ୍କୁ ନନ୍ଦନାକାନନରେ ପ୍ରବେଶ ପାଇଁ ଅନୁମତି ଦିଆଯିବ । ସ୍ବତନ୍ତ୍ର ଔଷଧିୟ ମ୍ୟାଟ ଉପରେ ଭିତରକୁ ପ୍ରବେଶ କରିବେ । ପାର୍କ ଭିତରେ କର୍ମଚାରୀ ଓ ପର‌୍ୟ୍ୟଟକ ମାନଙ୍କ ମଧ୍ୟରେ ସାମାଜିକ ଦୂରତା ପାଳନ ପାଇଁ ଗୁରୁତ୍ବ ଦିଆଯିବ । କୌଣସି ସ୍ଥାନରେ ପାନଛେପ, ଗୁଟ୍କା ଛେପ,ଧୂମ୍ରପାନ କରିବା ସମ୍ପୁଣ୍ଣ ନିଷେଦ୍ଧ କରାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031