Indus Valley Times

କୋଭିଡ ନିୟମ ଉଲ୍ଲଘଂନ ଅଭିଯୋଗରେ ବିଶାଲ ମେଗା ମାର୍ଟକୁ ସିଲ୍ କଲା ବିଏମସି

 Breaking News

କୋଭିଡ ନିୟମ ଉଲ୍ଲଘଂନ ଅଭିଯୋଗରେ ବିଶାଲ ମେଗା ମାର୍ଟକୁ ସିଲ୍ କଲା ବିଏମସି

July 01
11:51 2021

ଭୁବନେଶ୍ୱର, ୧/୭ : ରାଜ୍ୟରେ ଧୀରେ ଧୀରେ କେରାନା ସଂକ୍ରମଣ କମିବାରେ ଲାଗିଛି । ସେହିପରି ଆଜିଠାରୁ ଲକଡାଉନ ପ୍ରକ୍ରିୟା କୋହଳ ହୋଇଛି । ତେଣୁ ବଜାର ଘାଟରେ ନାହିଁ ନଥିବା ଭିଡ଼ । ବିଶାଳ ମେଗା ମାର୍ଟ ସିଲ୍ । ଭୁବନେଶ୍ୱର ଇନ୍ଦ୍ରଧନୁ ମାର୍କେଟରେ ଥିବା ବିଶାଳ ମେଗା ମାର୍ଟକୁ ସିଲ୍ କରିଛି ଭୁବନେଶ୍ୱର ମହାନଗର ନିଗମ । କୋଭିଡ଼ ନିୟମ ଉଲ୍ଲଂଘନ ଅଭିଯୋଗରେ ସିଲ୍ କରିଛି ବିଏମ୍ସିର ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ ।
ଖବର ଅନୁଯାୟୀ, ସାରା ରାଜ୍ୟରେ କରୋନା ମହାମାରୀକୁ ଦୃଷ୍ଟିରେ ଲକ୍ଡାଉନ୍ କଟକଣାକୁ କୋହଳ କରାଯାଇଛି । ହେଲେ କିଛିଟା ଜିଲ୍ଲାରେ ସଂକ୍ରମଣ ହାର ଅଧିକ ଥିବାରେ, ସେଠାରେ କଟକଣା ଜାରି ରଖାଯାଇଛି । ଖାସ୍ କରି ଖୋର୍ଦ୍ଧା, ବାଲେଶ୍ୱର, ଯାଜପୁର ଆଦି ଜିଲ୍ଲାରେ ପୂର୍ବପରି କଟକଣା ଜାରି ରହିଛି । ତେବେ ଗୁରୁବାର ଦିନ ଭୁବନେଶ୍ୱର ଆଇଡି ମାର୍କେଟରେ ଥିବା ବିଶାଳ ମେଗା ମାର୍ଟକୁ ସିଲ୍ କରିଛି ବିଏମ୍ସି । ସାଉଥଓ୍ୱେଷ୍ଟ ଜୋନ୍ ଜେଡିସି ରବିନାରାୟଣଙ୍କ ନେତୃତ୍ୱରେ ବିଏମ୍ସିର ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ ଚଢାଉ କରି ସିଲ୍ କରାଯାଇଛି । ଅମାନିଆ ହୋଇ ସପିଂ ମଲ୍ ଖୋଲିଥିଲେ । ଯାହାକୁ ନେଇ କାର‌୍ୟ୍ୟାନୁଷ୍ଠାନ ନେଇଛି ବିଏମ୍ସି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031