Indus Valley Times

ଗଜପତି : ଜାତୀୟ କ୍ରୀଡା ପ୍ରତିଯୋଗିତା ଫିଟ ଇଣ୍ଡିଆ-ଖେଳକୁମ୍ଭ\ରେ କିଶୋର ରଥଙ୍କ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାସଲ

 Breaking News

ଗଜପତି : ଜାତୀୟ କ୍ରୀଡା ପ୍ରତିଯୋଗିତା ଫିଟ ଇଣ୍ଡିଆ-ଖେଳକୁମ୍ଭ\ରେ କିଶୋର ରଥଙ୍କ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାସଲ

ଗଜପତି : ଜାତୀୟ କ୍ରୀଡା ପ୍ରତିଯୋଗିତା ଫିଟ ଇଣ୍ଡିଆ-ଖେଳକୁମ୍ଭ\ରେ କିଶୋର ରଥଙ୍କ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାସଲ
November 15
18:54 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୫/୧୧ : ଗଜପତି ଜିଲ୍ଲା ଅବକାରୀ ବିଭାଗର ପାରଳାଖେମୁଣ୍ଡି ସଦର ଏଏସ୍ଆଇ ଶ୍ରୀ କିଶୋର ଚନ୍ଦ୍ର ରଥ ଜାତୀୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ କୃତୀତ୍ୱର ସହ ହାସଲ କରିଥିବା ଜଣାପଡିଛି ।
ଚଳିତ ମାସର ଗତ ତା:-୧୧ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ମହାରାଷ୍ଟ୍ରର ନାସିକ ଠାରେ ପ୍ରଥମ ଇଣ୍ଟରନେସନାଲ ଭେଟେରାନ ସ୍ପୋର୍ଟସ ଏଣ୍ଡ ଗେମ ଚାମ୍ପିଅନସିପ ଫିଟ ଇଣ୍ଡିଆ-ଖେଳକୁମ୍ଭ ପ୍ରତିଯୋଗିତା କାର୍ଯ୍ୟକ୍ରମ ନାସିକର ଭେଟେରାନ ସ୍ପୋର୍ଟସ ଏଣ୍ଡ ଗେମ୍ସ ଅସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା ।
ପାରଳାଖେମୁଣ୍ଡି ସଦର ଅବକାରୀ ବିଭାଗର ଏଏସଆଇ: ଶ୍ରୀ କିଶୋର ଚନ୍ଦ୍ର ରଥ ଏହି ଫିଟ ଇଣ୍ଡିଆ ଖେଳକୁମ୍ଭ ପ୍ରତିଯୋଗିତାର ଟ୍ରିପୁଲ ଜମ୍ପ ବିଭାଗରେ ଅଂଶଗ୍ରହଣ କରି ସ୍ୱର୍ଣ୍ଣ ପଦକ ଓ ଲଙ୍ଗଜମ୍ପ ବିଭାଗରେ ଅଂଶଗ୍ରହଣ କରି ରୌପ୍ୟ ପଦକ ହାସଲ କରି ଓଡିଶା ତଥା ଗଜପତି ଜିଲ୍ଲାପାଇଁ ଗୌରବ ଆଣିବାରେ ସହାୟକ ହୋଇଛନ୍ତି ।
ଓଡିଶାର ମୋଟ ୧୪ଜଣ ଅବକାରୀ ବିଭାଗୀୟ କ୍ରୀଡ଼ାବିତ ନାସିକ ଠାରେ ଅନୁଷ୍ଠିତ ଏହି ଜାତୀୟ ସ୍ତରୀୟ ଫିଟ-ଇଣ୍ଡିଆ ଖେଳକୁମ୍ଭ କ୍ରୀଡା ପ୍ରତିଯୋଗୀତାରେ ଭାଗ ନେଇଥିଲେ ।
ସୂଚନା ଯୋଗ୍ୟ ଯେ ,ଏଏସ୍ଆଇ ଶ୍ରୀ ରଥ , ଏଥି ପୂର୍ବରୁ ଏଭଳି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ବିଭିନ୍ନ କ୍ରୀଡା ପ୍ରତିଯୋଗୀତାରେ ଓଡିଶା ଅବକାରୀ ବିଭାଗ ପକ୍ଷରୁ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରିବା ସହ ଗଜପତି ଜିଲ୍ଲା ତଥା ଓଡିଶା ରାଜ୍ୟ ପାଇଁ ଗୌରବ ଆଣି ପାରିଛନ୍ତି ।
ତାଙ୍କର ଏହି କୃତିତ୍ୱ ହାସଲ ପାଇଁ ଗଜପତି ଜିଲ୍ଲାର ବିଭିନ୍ନ ମହଲରେ ଶ୍ରୀ ରଥଙ୍କୁ ପ୍ରଶଂସା କରାଯିବା ସହ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031