Indus Valley Times

ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ୫ ଗିରଫ ; ୱେବ୍ ଚ୍ୟାନେଲ ସାମ୍ବାଦିକ ଥିବା ସୂଚନା

 Breaking News

ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ୫ ଗିରଫ ; ୱେବ୍ ଚ୍ୟାନେଲ ସାମ୍ବାଦିକ ଥିବା ସୂଚନା

August 31
10:42 2021

ମାଲକାନଗିରି, ୩୧/୮: ମାଲକାନଗିରି ଜିଲ୍ଲା ପୋଲିସ ହାତରେ ଧରା ପଡିଲା ୧୫୨୦ କିଲୋଗ୍ରାମର ଚୋରା ଗଞ୍ଜେଇ । ଜବତ ଗଞ୍ଜେଇର ବଜାର ମୁଲ୍ୟ ପ୍ରାୟ ଦେଢ କୋଟି ଟଙ୍କା ହେବ ବୋଲି ଚିତ୍ରକୋଣ୍ଡା ଏସ.ଡି.ପି.ଓ କହିଛନ୍ତି ।
ବଣ୍ଡାଘାଟିର ମୁଦୁଲିପଡା ଠାରୁ ଜୟପୁରକୁ ଚୋରା ଚାଲାଣ ହେଉଥିଲା ଏହି ସବୁ ଗଞ୍ଜେଇ ।
ବିଶେଷ ସୁତ୍ରରୁ ଖବର ପାଇଁ ଖଇରପୁଟ ଥାନା ପୋଲିସ ଗୋବିନ୍ଦପାଲି ରାସ୍ତାରେ ଚଢାଇ କରିଥିଲା । ଚଢାଉ ବେଳେ ପୋଲିସ ହାତରେ ଧରା ପଡିଥିଲା ଗୋଟିଏ କାର ଓ ଗୋଟିଏ ପିକ୍ ଏପ୍ ଭ୍ୟାନ ।
ଗଞ୍ଜେଇ ସହ ୫ ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି । ଗିରଫ ୫ ଜଣଙ୍କ ମଧ୍ୟରେ ବୈପାରିଗୁଡାର ଜଣେ ୱେବ ଚ୍ୟାନେଲର ସାମ୍ବାଦିକ ରହିଥିବା ଜଣା ପଡିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031