Indus Valley Times

ଘୋଷଯାତ୍ରାରେ ନୟାଗଡ଼ ରୋଟାରୀ କ୍ଳବର ଅନ୍ନପୂର୍ଣ୍ଣା ଦିବସ ପାଳିତ

 Breaking News

ଘୋଷଯାତ୍ରାରେ ନୟାଗଡ଼ ରୋଟାରୀ କ୍ଳବର ଅନ୍ନପୂର୍ଣ୍ଣା ଦିବସ ପାଳିତ

ଘୋଷଯାତ୍ରାରେ ନୟାଗଡ଼ ରୋଟାରୀ କ୍ଳବର ଅନ୍ନପୂର୍ଣ୍ଣା ଦିବସ ପାଳିତ
July 12
17:52 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୨/୭ : ପ୍ରତିବର୍ଷ ଗରିବ ଅସହାୟ ଅଭାବ ଗ୍ରସ୍ତ ଲୋକ ମାନଙ୍କୁ ଅନ୍ନଦାନ କରି ରୋଟାରୀ କ୍ଳବ୍ ଅନ୍ନପୂର୍ଣ୍ଣା ଦିବସ ପାଳନ କରିଥାଏ। ଏହି ପରିପ୍ରେକ୍ଷୀରେ ଆଜିର ପବିତ୍ର ରଥଯାତ୍ରା ଅବସରରେ ନୟାଗଡ଼ ରୋଟାରୀ କ୍ଳବ୍ ସଭାପତି ଧୀରେନ୍ଦ୍ର କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ସ୍ଥାନୀୟ ଲେଖନପୁର ଠାରେ ଗଢ଼ି ଉଠିଥିବା ସମର୍ପଣ ବୃଦ୍ଧାଶ୍ରମର ଅନ୍ତେବାସୀ ମାନଙ୍କୁ କ୍ଳବ୍ ତରଫରୁ ଅନ୍ନଦାନ କରି ଅନ୍ନପୂର୍ଣ୍ଣା ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଳବ୍ ର ସଂପାଦକ ମିହିର ରଂଜନ ନାୟକ, କୋଷାଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ରଥ,ରୋଟାରିଆନ୍ ପ୍ରସନ୍ନ କୁମାର ବସନ୍ତିଆ ଓ ସମର୍ପଣ ପରିଚାଳନା କମିଟିର ସଂପାଦକ ଅରୁଣ କୁମାର ମହାନ୍ତି ଉପସ୍ଥିତ ଥିଲେ। କ୍ଳବ୍ର ଏତାଦୃଶ କାର୍ଯ୍ୟକ୍ରମରେ ଅନ୍ତେବାସୀ ମାନେ ଖୁସି ବ୍ୟକ୍ତ କରିଥିଲେ।।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031