Indus Valley Times

ଜନ୍ମବେଦୀରୁ ଲୀଳା ଖେଳା ସାରି ସିଂହଦ୍ୱାର ନିକଟରେ ପ୍ରହଞ୍ଚିଲା ତିନିରଥ

 Breaking News

ଜନ୍ମବେଦୀରୁ ଲୀଳା ଖେଳା ସାରି ସିଂହଦ୍ୱାର ନିକଟରେ ପ୍ରହଞ୍ଚିଲା ତିନିରଥ

July 20
19:19 2021

ପୁରୀ ୨୦/୭ : ଜନ୍ମବେଦୀରେ ଲୀଳାଖେଳା ସାରି ସିଂହଦ୍ଵାର ନିକଟକୁ ବାହୁଡ଼ି ଆସିଛି ତିନି ରଥ । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟର ୪ ଘଣ୍ଟା ପୂର୍ବରୁ ପହଣ୍ଡି ଓ ରଥଟଣା ହୋଇଥିଲା। ରଥଯାତ୍ରା ପରି ବାହୁଡାଯାତ୍ରା ମଧ୍ୟ ବିନା ଭକ୍ତରେ ସୁରୁଖୁରୁରେ ସମ୍ପାଦିତ ହୋଇଛି। ମଙ୍ଗଳବାର ଭକ୍ତମାନେ ଘରେ ରହି ଟିଭିରେ ଶ୍ରୀଜୀଉଙ୍କ ବାହୁଡ଼ା ପର୍ବର ଦର୍ଶନ କରିଥିଲେ। କର୍ଫ୍ୟୁକୁ ପୁରୀ ସହରବାସୀ ଅକ୍ଷରେ ଅକ୍ଷରେ ପାଳନ କରିଥିଲେ। ଆସନ୍ତାକାଲି ରଥାରୂଢ ଶ୍ରୀବିଗ୍ରହଙ୍କ ଅନନ୍ୟ ଓ ଦୁର୍ଲଭ ସୁନାବେଶ ହେବ।
ଉଚ୍ଛନ୍ନ ଥିଲେ ଲକ୍ଷ୍ମୀକାନ୍ତ। ନୀଳକନ୍ଦର ତାଙ୍କ ଉଛୁର କଲାଣି। ତେଣୁ ସଅଳ ସଅଳ ସବୁକିଛି ହୋଇଥିଲା। ୪ ଘଣ୍ଟା ପୂର୍ବରୁ। ଗତକାଲି ସନ୍ଧ୍ୟାଧୂପ ପରେ ଶୀଘ୍ର କୁସୁମୀ ଓ ସେନାପଟା ଲାଗି ସରିଥିଲା। ମଙ୍ଗଳବାର ସକାଳ ୭.୪୦ ରେ ପହଣ୍ଡି ଆରମ୍ଭ ହୋଇଥିଲା। ୧୦.୨୦ରେ ଶେଷ ହୋଇଥିଲା। ୧୦.୨୫ ରୁ ୧୦.୪୫ ମଧ୍ୟରେ ମଦନମୋହନ, ରାମ କୃଷ୍ଣ ବିଜେ ହୋଇଥିଲେ। ଏହାପରେ ଗଜପତି ମହାରାଜ ତାମଯାନରେ ରଥ ନିକଟକୁ ଆସି ତିନି ରଥରେ ଛେରାପହଁରା କରିଥିଲେ। ଚାରମାଳ ଖୋଲାଯାଇ ଘୋଡା ଯୋଚାଯିବା ପରେ ପ୍ରଥମେ ୧୨.୨୦ରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥ, ପରେ ପରେ ୧୨.୫୫ ଦେବଦଳନ ଗଡ଼ିଥିଲା। ଅପରାହ୍ନ ୧.୨୦ରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ସିଂହଦ୍ବାର ଅଭିମୁଖେ ଗଡ଼ିଥିଲା।
ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ପ୍ରତ୍ୟେକଟି ରାସ୍ତାକୁ ସିଲ କରାଯାଇଥିଲା। ପାଟ୍ରୋଲିଂ ଗାଡି ତୁହାକୁ ତୁହା ପଇଁତରା ମାରୁଥିଲା। କୌଣସି ଛାତ କି ବାଲକୋନି ଉପରେ କେହି ବି ଆସିବାକୁ ସାହସ କରିନଥିଲେ। ୬୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ। ଏଥର ବି ଭକ୍ତଙ୍କ ପାଇଁ ଟିଭି ହିଁ ହୋଇଥିଲା ମାଧ୍ୟମ । ପହଣ୍ଡି ଠାରୁ ଛେରାପହଁରା ରଥ ଟଣା ଶ୍ରୀଜୀଉଙ୍କ ସମସ୍ତ ନୀତି ନ୍ୟୁଜ ସେଭେନରେ ଦର୍ଶନ କରି ବିଭୋର ହୋଇଥିଲେ ଭକ୍ତ। କିଏ ଟିଭି ସାମ୍ନାରେ ଦୀପଟିଏ ଲଗାଇଥିଲା ତ କିଏ ନଡ଼ିଆଟିଏ ବଢ଼ାଇ ଦେଇଥିଲା। କୋଭିଡ ସମୟରେ ସେତିକି ଦର୍ଶନ ମିଳିଥିବାରୁ ନିଜକୁ ଧନ୍ୟ ମନେ କରିଥିଲେ। ତିନି ରଥ ଉପରେ ନୀତି ସହ ସମ୍ପୃକ୍ତ ସ୍ୱଳ୍ପ ସେବାୟତ ବସିଥିଲେ। ପ୍ରତ୍ୟକ ରଥ ଟାଣିବା କାର୍ଯ୍ୟରେ ନିୟୋଜିତ ଥିଲା ୫୦୦ ସେବାୟତ।

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031