Indus Valley Times

ଡିଆରଡିଓ ସମ୍ପର୍କିତ ଗୁପ୍ତ ତଥ୍ୟ ଲିକ ଘଟଣାରେ ଚାନ୍ଦିପୁର ଥାନାରେ ପହଞ୍ଚିଲେ ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍‌

 Breaking News

ଡିଆରଡିଓ ସମ୍ପର୍କିତ ଗୁପ୍ତ ତଥ୍ୟ ଲିକ ଘଟଣାରେ ଚାନ୍ଦିପୁର ଥାନାରେ ପହଞ୍ଚିଲେ ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍‌

ଡିଆରଡିଓ ସମ୍ପର୍କିତ ଗୁପ୍ତ ତଥ୍ୟ ଲିକ ଘଟଣାରେ ଚାନ୍ଦିପୁର ଥାନାରେ ପହଞ୍ଚିଲେ ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍‌
September 16
12:50 2021

ବାଲେଶ୍ୱର,୧୬/୯: ବାଲେଶ୍ୱରର ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ବିଭାଗ ଅଧୀନ ଆଇଟିଆରର ତଥ୍ୟ ପାକିସ୍ତାନକୁ ଲିକ୍ ମାମଲାର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। କ୍ରାଇମବ୍ରାଞ୍ଚର ଏକ ୫ ଜଣିଆ ଟିମ ବାଲେଶ୍ୱରରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି। କ୍ରାଇମବ୍ରାଞ୍ଚର ଏଡିଜି ସଂଜୀବ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଏସଆଇଟି(ସ୍ୱତନ୍ତ୍ର ତଦନ୍ତକାରୀ ଦଳ) ଗଠନ ହୋଇଛି।
ଏହି ଦଳର ନେତୃତ୍ୱ ନେଉଛନ୍ତି ଅତିରିକ୍ତ ଏସପି ପ୍ରଶାନ୍ତ କୁମାର ବିଶୋଇ। ତାଙ୍କ ସହିତ କ୍ରାଇମବ୍ରାଞ୍ଚ ସାଇବର ସେଲର ଜଣେ ଇନ୍ସପେକ୍ଟର ଏବଂ ଜଣେ ସବ-ଇନ୍ସପେକ୍ଟର ଥିବା ବେଳେ ଅନ୍ୟଜଣେ ଅଫିସର ମଧ୍ୟ ସାମିଲ ଅଛନ୍ତି।
ଚାନ୍ଦିପୁର ଥାନାରେ ରୁଜୁ ହୋଇଥିବା ମାମଲା(କେସ ନମ୍ବର) ୭୬/୨୦୨୧କୁ ବାଲେଶ୍ୱର ଏସପି ସୁଧାଂଶୁ ଶେଖର ମିଶ୍ର ଏହି ଟିମକୁ ହସ୍ତାନ୍ତର କରିଛନ୍ତି। ଏମାନେ ଚାନ୍ଦିପୁର ଥାନାରେ ପହଞ୍ଚିଥିବାର ଖବର ମିଳିଛି।
ସୂଚନାଯୋଗ୍ୟ, ଗତକାଲି ବାଲେଶ୍ୱରର ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ବିଭାଗ ଅଧୀନ ଆଇଟିଆରର ତଥ୍ୟ ପାକିସ୍ତାନକୁ ଲିକ୍ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବା ପରେ ସେମାନଙ୍କୁ ବିଚାର ବିଭାଗୀୟ ଅଦାଲତକୁ ପଠାଯାଇଛି।
ଗିରଫ ଏହି ୪ ଜଣ ଠିକା କର୍ମଚାରୀଙ୍କ ମଧ୍ୟରୁ ମାଷ୍ଟର୍ମାଇଣ୍ଡ କୁହାଯାଉଥିବା ଚାନ୍ଦିପୁର ଥାନା ଝାମ୍ପୁରା ଗ୍ରାମର ବସନ୍ତ ବେହେରା (୫୨), ଯିଏକି ଆଇଟିଆର୍ରେ ଏସି ଅପରେଟର ଭାବେ କାମ କରୁଥିଲେ।
ଅନ୍ୟମାନେ ହେଲେ, ଚାନ୍ଦିପୁର ଥାନା ଶ୍ରୀକୋଣା ଗ୍ରାମର ସେକ୍ ମୁସାଫିର (୩୨), ଜେନେରେଟର ଅପରେଟର ଥିବା ସଦର ଥାନା ବୁଆଁଳ ଅଞ୍ଚଳର ହେମନ୍ତ କୁମାର ମିସ୍ତ୍ରି (୫୨) ଓ ଆଇଟିଆର୍ ମେନ୍ ଗେଟ୍ରେ କର୍ମଚାରୀ ଥିବା ସଦର ଥାନା ପାଳସିଆ ଅଞ୍ଚଳର ତାପସ ରଂଜନ ନାୟକ (୪୧)।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031