Indus Valley Times

ତୃତୀୟ ପର୍ଯ୍ୟାୟରେ ୭୧ ପ୍ରତିଶତ ମତଦାନ ହୋଇଛି : ରାଜ୍ୟ ନିର୍ବାଚନ କମିସନ

 Breaking News

ତୃତୀୟ ପର୍ଯ୍ୟାୟରେ ୭୧ ପ୍ରତିଶତ ମତଦାନ ହୋଇଛି : ରାଜ୍ୟ ନିର୍ବାଚନ କମିସନ

February 20
20:08 2022

ଭୁବନେଶ୍ୱର,୨୦/୨: ରବିବାର ଦିନ ଶେଷ ହୋଇଛି ପଞ୍ଚାୟତ ନିର୍ବାଚନର ୩ୟ ପର‌୍ୟ୍ୟାୟର ମତଦାନ । ଏହି ର୍ଯ୍ୟାୟରେ ମୋଟ୍ ୫୬ ଲକ୍ଷ ୫୩ ହଜାରରୁ ଅଧିକ ଭୋଟର ଥିବା ବେଳେ ପ୍ରାରମ୍ଭିକ ସୂଚନା ଅନୁଯାୟୀ ରାଜ୍ୟରେ ମୋଟ୍ ୭୧ ପ୍ରତିଶତ ମତଦାନ ହୋଇଛି। ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଆଜି ରାଜ୍ୟରେ ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡ଼ିକର ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ ପାଇଁ ମୋଟ୍ ୨୯ଟି ଜିଲ୍ଲାର ୬୩ ବ୍ଲକର ୧୩୮୨ଟି ଗ୍ରାମପଞ୍ଚାୟତରେ ୧୭୧ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ୧୮ହଜାର ୪୯୫ ବୁଥ୍ରେ ନିର୍ବାଚନ ଶେଷ ହୋଇଛି।
ସୂଚନାଯୋଗ୍ୟ, ଏପର‌୍ୟ୍ୟନ୍ତ ପଞ୍ଚାୟତ ନିର୍ବାଚନର ୨ଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ବୁଧବାର ୭୭.୨% ମତଦାତା ମତଦାନ କରିଛନ୍ତି। ୨୦୧୭ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୬.୬୫% ମତଦାନ ହୋଇଥିଲା। ଚଳିତ ଥର ପ୍ରଥମ ପର୍ଯ୍ୟାୟରେ ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୮୪.୭% ମତଦାନ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରେ ସବୁଠୁ କମ୍ ୬୪.୯୬% ମତଦାନ ହୋଇଛି।
ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ରେକର୍ଡ ୭୮ ଦଶମିକ ୩ ପ୍ରତିଶତ ମତଦାନ ହୋଇଛି । ସୁବର୍ଣ୍ଣପୁରରେ ସର୍ବାଧିକ ୮୫.୬୭ ପ୍ରତିଶତ ମତଦାନ ହୋଇଥିବା ବେଳେ ଗଂଜାମରେ ସର୍ବନିମ୍ନ ୬୪.୮୬ ପ୍ରତିଶତ ମତଦାନ ହୋଇଛି । ଗତ ୧୬ ଓ ୧୮ ତାରିଖ ଦିନ ଭୋଟିଂ ହୋଇପାରି ନ ଥିବା ବୁଥ ଗୁଡ଼ିକରେ ଆସନ୍ତା ୨୩ ତାରିଖରେ ଭୋଟ ଗହଣ କରାଯିବ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031