Indus Valley Times

ଥମୁନି ଧଳାଜହର କାରବାର: ୧୫୦ ଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ ସହ ମହିଳା ସମେତ ୩ ଜଣ ଅଟକ

 Breaking News

ଥମୁନି ଧଳାଜହର କାରବାର: ୧୫୦ ଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ ସହ ମହିଳା ସମେତ ୩ ଜଣ ଅଟକ

ଥମୁନି ଧଳାଜହର କାରବାର: ୧୫୦ ଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ ସହ ମହିଳା ସମେତ ୩ ଜଣ ଅଟକ
September 18
09:41 2021

ଜଳେଶ୍ୱର ୧୮/୯: ଥମୁନି ଧଳାଜହର କାରବାର । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଝାଡେଶ୍ୱପୁର ବସ୍ତିରୁ ୧୫୦ ଗ୍ରାମରୁ ଅଧିକ ବ୍ରାଉନ୍ସୁଗାର ଜବତ ହୋଇଛି । ଜବତ ବ୍ରାଉନ୍ସୁଗାରର ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ଘଟଣାରେ ଜଣେ ମହିଳା ସମେତ ୩ଜଣ ଅଟକ ।
ଖବର ଅନୁଯାୟୀ, ଝାଡ଼େଶ୍ୱର ବସ୍ତିରେ ବ୍ରାଉନ୍ସୁଗାର କାରବାର୍ ଚାଲିଥିବା ନେଇ ପୋଲିସ ପାଖରେ ସୂଚନା ମିଳିଥିଲା । ଏହାପରେ ବସ୍ତିରେ ଚଢାଉ କରିଥିଲେ ଜଳେଶ୍ୱର ପୋଲିସ । ଏହି ଚଢାଉରେ ପ୍ରାୟ ୧୫୦ ଗ୍ରାମରୁ ଅଧିକ ବ୍ରାଉନ୍ସୁଗାର ଜବତ ହୋଇଛି ।
ଧଳାଜହର କାରବାର ଅଭିଯୋଗରେ ଜଣେ ମହିଳା ସମେତ ୩ଜଣଙ୍କୁ ଅଟକ ରଖିଛି ପୋଲିସ । ଅଧିକ ଛାନ୍ଭିନ୍ ଜାରି ରଖିଛି ପୋଲିସ । ଜବତ ବ୍ରାଉନ୍ସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କାରୁ ଅଧିବ ହେବ ବୋଲି ସୂଚନା ରହିଛି । ତେବେ ଏହି କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଛାନ୍ଭିନ୍ ଜାରି ରଖିଛି ପୋଲିସ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031