Indus Valley Times

ଦିବ୍ୟାଙ୍ଗ ଯୁବକଙ୍କ ଗିନିଜ ବୁକ ଅଫ୍ ୱାର୍ଲଡ ରେକର୍ଡ, ହ୍ୱିଲ୍-ଚେୟାରରେ ୨୪ ଘଣ୍ଟାରେ ୨୧୫.୪ କିମି ଯାତ୍ରା

 Breaking News

ଦିବ୍ୟାଙ୍ଗ ଯୁବକଙ୍କ ଗିନିଜ ବୁକ ଅଫ୍ ୱାର୍ଲଡ ରେକର୍ଡ, ହ୍ୱିଲ୍-ଚେୟାରରେ ୨୪ ଘଣ୍ଟାରେ ୨୧୫.୪ କିମି ଯାତ୍ରା

ଦିବ୍ୟାଙ୍ଗ ଯୁବକଙ୍କ ଗିନିଜ ବୁକ ଅଫ୍ ୱାର୍ଲଡ ରେକର୍ଡ, ହ୍ୱିଲ୍-ଚେୟାରରେ ୨୪ ଘଣ୍ଟାରେ ୨୧୫.୪ କିମି ଯାତ୍ରା
January 16
18:45 2022

ଭୁବନେଶ୍ୱର, ୧୬/୧: ଓଡ଼ିଶା ପାଇଁ ଖୁସି ଖବର ଆଣିଲେ ଦିବ୍ୟାଙ୍ଗ କମଳାକାନ୍ତ ନାୟକ ।ହ୍ବିଲ୍-ଚେୟାର୍ରେ ୨୪ଘଣ୍ଟାରେ ସର୍ବାଧିକ ଦୂରତା ଅତିକ୍ରମ କରି ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇଛନ୍ତି କମଳାକାନ୍ତ ।
ପର୍ତୃଗାଲର ମାରିଓ ତ୍ରିନିଦାଦ ୧୮୨.୪ କିମି ଦୂରତା ଅତିକ୍ରମ କରି ଗିନିଜ୍ ବୁକ୍ରେ ସ୍ଥାନ ଅଧିକାର କରିଥିବା ବେଳେ ପୁରୀ ଜିଲ୍ଲାର ଦିବ୍ୟାଙ୍ଗ କମଳାକାନ୍ତ ନାୟକ (୨୮) ତାଙ୍କ ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛନ୍ତି ।କମଳାକାନ୍ତ ହ୍ବିଲ୍-ଚେୟାର୍ରେ ୨୪ଘଣ୍ଟାରେ ୧୮୩.୫୪ କିଲୋମିଟର ଅତିକ୍ରମ କରିସାରିଛନ୍ତି ।ଏହାରି ଭିତରେ ସେ କିନ୍ତୁ ସେ ଅଭିଯାନକୁ ଜାରି ରଖିଛନ୍ତି ।
ରାଜମହଲରୁ ମାଷ୍ଟରକ୍ୟାଣ୍ଟିନର ଦୂରତା ୧୧୪୦ ମିଟର ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ସେ ୧୬୧ ଥର ଯିବା ଆସିବା କରିସାରିଲେଣି ।ଅର୍ଥାତ କମଳା ସମୁଦାୟ ୧୮୩.୫୪ କିଲୋମିଟର ଅତିକ୍ରମ କରିଛନ୍ତି ।ସୂଚନା ମୁତାବକ ହ୍ବିଲ୍-ଚେୟାର୍ରେ ୨୪ଘଣ୍ଟାରେ ସର୍ବାଧିକ ଦୂରତା ଅତିକ୍ରମ କରି ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇଁ ନିଆରା ପ୍ରୟାସ ଆରମ୍ଭ କରିଥିଲେ ପୁରୀ ଜିଲ୍ଲାର ଦିବ୍ୟାଙ୍ଗ କମଳାକାନ୍ତ ନାୟକ ।
ପର୍ତୃଗାଲର ମାରିଓ ତ୍ରିନିଦାଦ ୧୮୨.୪ କିମି ଦୂରତା ଅତିକ୍ରମ କରି ଗିନିଜ୍ ବୁକ୍ରେ ସ୍ଥାନ ଅଧିକାର କରିଥିବା ବେଳେ କମଳାକାନ୍ତ ତାଙ୍କ ରେକର୍ଡ ଭାଙ୍ଗିବାକୁ ଉଦ୍ୟମ କରିଥିଲେ । ଏହି ପରିପ୍ରେକ୍ଷୀରେ ଗତକାଲି ଅପରାହ୍ଣ ୩ଟାରୁ ସେ ରାଜମହଲଠାରୁ ମାଷ୍ଟରକ୍ୟାଣ୍ଟିନ୍ ମଧ୍ୟରେ ଥିବା ସାଇକେଲ ଟ୍ରାକ୍ରେ ହ୍ବିଲ୍ଚେୟାର୍ ଚଳାଇଥିଲେ । ଆଜି ମଧ୍ୟାହ୍ନ ସୁଦ୍ଧା ସେ ଏହି ଟ୍ରାକ୍ରେ ୧୮୪ କିମି ଅତିକ୍ରମ କରିସାରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031