Indus Valley Times

ନୟାଗଡ଼:ଜୋର ଜବର ଦସ୍ତି ଜମି ନେଇଗଲେ, ଏବେ ଭୋକ ଉପସରେ ଦିନ କାଟୁଛନ୍ତି ୭ ଚାଷୀ ପରିବାର

 Breaking News

ନୟାଗଡ଼:ଜୋର ଜବର ଦସ୍ତି ଜମି ନେଇଗଲେ, ଏବେ ଭୋକ ଉପସରେ ଦିନ କାଟୁଛନ୍ତି ୭ ଚାଷୀ ପରିବାର

ନୟାଗଡ଼:ଜୋର ଜବର ଦସ୍ତି ଜମି ନେଇଗଲେ, ଏବେ ଭୋକ ଉପସରେ ଦିନ କାଟୁଛନ୍ତି ୭ ଚାଷୀ ପରିବାର
July 18
16:15 2020

କିଶୋର ମହାପାତ୍ରଙ୍କ ରିପୋର୍ଟ

ନୟାଗଡ଼,୧୮/୭: ଦୀର୍ଘ ଦଶବର୍ଷ ଧରି ଚାଷବାସ ହରାଇ ଭୋକ ଉପାସରେ ଦିନ କାଟୁଛନ୍ତି ନୟାଗଡ଼ ଜିଲ୍ଲା ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ର ସାତଜଣ ଚାଷୀ ପରିବାର । ଅଭିଯୋଗ ଅନୁଯାୟୀ ୨୦୧୧ ଓ ୨୦୧୨ ମସିହାରେ ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ଯଦୁପୁର ଗ୍ରାମରେ ଏକ ପୋଖରୀ ଖୋଳିବା ପାଇଁ ତତ୍କାଳୀନ ବିଡ଼ିଓ ଆଶିଷ ଜେନା ଙ୍କୁ କାର‌୍ୟ୍ୟାଦେଶ ଦିଆଯାଇଥିଲା । ଗାଁ ର ଶ୍ମଶାନ ଜମି ଓ ନାଳ କୁ ମିଶାଇ ଖୋଳା କାର‌୍ୟ୍ୟ ଆରମ୍ଭ ହୋଇଥିଲା। ଯାହାକି ସମ୍ପୁର୍ଣ୍ଣ ବେଆଇନ। କିନ୍ତୁ ଏ ଜମି ପାଖକୁ ପାଖ ଲାଗିରହିଥିବା ସାତଜଣ ଚାଷୀ ପରିବାର ର ଜମି କୁ ସେମାନଙ୍କର ବିନା ସହମତିରେ ଜୋର କରି ଖୋଳି ଦିଆଯାଇଥିବା ଅଭିଯୋଗ ହୋଇଅଛି ।
ଏହା ବିରୁଦ୍ଧରେ ସେମାନେ ତତ୍କାଳୀନ ପଞ୍ଚାୟତିରାଜ ବିଭାଗ ସଚିବ ବର୍ତ୍ତମାନ ର ବିଜେପି ଏମପି ଅପରାଜିତା ଷଡ଼ଙ୍ଗୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଶ୍ରୀମତୀ ଷଡ଼ଙ୍ଗୀ ସାଧାରଣ ଲୋକଙ୍କ ଚାଷଜମି ସେମାନଙ୍କୁ ଫେରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜକୁ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ସେମାନେ ସେମାନଙ୍କ ଜମି ପାଇବାରୁ ବଞ୍ଚିତ ରହିଛନ୍ତି। ନିଜ ଜମି ନିଜେ ପାଇବାକୁ ବିଭିନ୍ନ କାର‌୍ୟ୍ୟାଳୟ କୁ ଦୈ।ଡି ଦୈ।ଡି ହତାଶ ହେଲେଣି । ସେମାନଙ୍କ ମଧ୍ୟରୁ ଜଣେ ଚାଷୀ ମଧ୍ୟ ମୃତ୍ୟୁ ବରଣ କରିସାରିଲେଣି ।
ଇତି ମଧ୍ୟରେ କିଛି ଜିଲ୍ଲାପାଳ , ତହସିଲଦାର ଓ ବିଡ଼ିଓଙ୍କ ବଦଳି ହେଲାଣି କିନ୍ତୁ ଏହି ଚାଷୀ ପରିବାର ନ୍ୟାୟ ପାଇବାରୁ ବଞ୍ଚିତ ରହିଛନ୍ତି। ରାଜନୈତିକ ଚାପରେ ପ୍ରଶାସନିକ ସ୍ତରରେ କେହି କାହା କଥା ସୁଣୁ ନଥିବା ଅଭିଯୋଗ ହେଉଅଛି । ନୟାଗଡ଼ ର ବର୍ତ୍ତମାନ ଜିଲ୍ଲାପାଳ ଡ. ପୋମା ଟୁଡୁ ବିଡ଼ିଓ ଙ୍କୁ ଏହି ଚାଷୀ ମାନଙ୍କୁ ସେମାନଙ୍କ ଜମି କୁ ମାପକରି ହସ୍ତାନ୍ତର କରିବାକୁ କହିଥିଲେ ମଧ୍ୟ ବିଡ଼ିଓ ଙ୍କ ପାଖକୁ ଦେଖାହେବା ପାଇଁ ଏହି ଚାଷୀ ମାନେ ଗଲେ କୈାଣସି କାର‌୍ୟ୍ୟ ବାହାନା କରି ଦେଖା ହେଉନାହାଁନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031