Indus Valley Times

ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟିର ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ

 Breaking News

ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟିର ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ

December 18
21:25 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୮/୧୨: ନୟାଗଡ ଜିଲ୍ଲା କଂଗ୍ରେସ କମିଟିର ଦ୍ଵିତୀୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣମଣ୍ଡପ ଠାରେ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଏଆଇସିସି ସାଧାରଣ ସମ୍ପାଦକ ତଥା ଓଡିଶା ପ୍ରଭାରୀ ସାଂସଦ ଡ଼ ଏ ଚେଲ୍ଲାକୁମାର, ଏଆଇସିସି ସମ୍ପାଦକ ଜି ରୁଦ୍ରରାଜୁ, ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ, ପିସିସି ଓବିସି ସେଲ ସଭାପତି ଜ୍ଞାନରଞ୍ଜନ ବେଉରା,ନୟାଗଡ ଜିଲ୍ଲା ପ୍ରଭାରୀ ପୂର୍ବତନ ବିଧାୟକ ରବି ମଲ୍ଲିକ, ସହ ପ୍ରଭାରୀ ଚନ୍ଦ୍ରଶେଖର ପରିଡା, ପିସିସି ସମ୍ପାଦକ ହୁସେନ ଖାଁଙ୍କ ସମେତ ଜିଲ୍ଲା କଂଗ୍ରେସ, ମହିଳା କଂଗ୍ରେସ ବ୍ଲକ କଂଗ୍ରେସ,ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ସଭାପତି,କର୍ମକର୍ତା ଏବଂ ଦଳୀୟ ଛାମୁଆ ସାଙ୍ଗଠନ କିଷାନ କଂଗ୍ରେସ, ସଂଖ୍ୟାଲଘୁ କଂଗ୍ରେସ, ଆଇଏନଟିୟୁସି , ଅନୁସୂଚିତ ଜାତି ଜନଜାତି ସେଲର, ସେବା ଦଳର ଅଧ୍ୟକ୍ଷ ମାନେ ଯୋଗଦେଇ ଥିଲେ ।
ସଭା ପ୍ରାରମ୍ଭରୁ ସିଡିଏସ ସ୍ବର୍ଗତ ବିପିନ ରାୱତ ଦମ୍ପତି ଏବଂ ଅନ୍ୟାନ୍ୟ ସେନା ଅଧିକାରୀଙ୍କ ଏକାଦଶାହ ଅବସରରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ଥିଲା । ୧୯୭୧ ମସିହା ଭାରତ-ବାଂଲାଦେଶ ମୁକ୍ତି ସଂଗ୍ରାମର ୭୫ ବର୍ଷ ପୁର୍ତ୍ତୀ ବିଜୟ ସମ୍ମାନ ଦିବସ ଅବସରରେ ଯୁଦ୍ଧରେ ଅଂଶଗ୍ରହଣ କରିଥିବା ବୀର ଯବାନ ରସାନନ୍ଦ ଦାସ, ମାୟାଧର ଦାସ, ଅପୂର୍ବ ରାୟ,ବସନ୍ତ ବେହେରା, ସତ୍ୟନାରାୟଣ ମିଶ୍ର, ରାଧାକୃଷ୍ଣ ସିଂଦେଓ, ହାଡୁବନ୍ଧୁ ମହାପାତ୍ର,ମହେଶ୍ୱର ସାହୁ, ସନ୍ତୋଷ ଗୋଛାୟତ, ଅର୍ଜୁନ ମହାନ୍ତି,କଣ୍ଡୁରୀ ପରିଡା ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।
କଂଗ୍ରେସ ସରକାର ସମୟରେ ନୟାଗଡ ଜିଲ୍ଲାରେ ଉନ୍ନତ କୃଷି ପାଇଁ ଚାରି ଗୋଟି ମଧ୍ୟମ ଜଳସେଚନ ପ୍ରକଳ୍ପ କୁଆଁରିଆ, ବାଘୁଆ, ବୁଢ଼ାବୁଢିଆଣୀ, ପାଣିପପୋଇଲା କରାଯାଇ ଥିଲା କିନ୍ତୁ ୨୧ ବର୍ଷ ବିଜେଡି ଶାସନରେ ସେଗୁଡିକ ପୁନରୁଦ୍ଧାର ହୋଇପାରୁନାହିଁ। ନୟାଗଡ଼ରେ ଶିଳ୍ପର ବିକାଶ ପାଇଁ କଂଗ୍ରେସ ସରକାରସମୟର ଚିନିକଳ ଏବେ ଦ୍ଧୋଶଂ ହୋଇ ସରିଲାଣି। ନୟାଗଡରେ ନୁଆ ଚିନିକଳ ପ୍ରତିଷ୍ଠା କରିବା ପାଇଁ କଂଗ୍ରେସ ଦାବୀ କରି ଆସୁଛି ।
ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ ଜିଲ୍ଲାରେ କଂଗ୍ରେସ ସଂଗଠନକୁ ସୁଦୃଢ କରିବା ଉପରେ ଗୁରୁତ୍ୱ ଦେବା ସହ ଜିଲ୍ଲାରେ ଦୁର୍ନୀତି ଭ୍ରଷ୍ଟାଚାର ବିରୁଦ୍ଧରେରେ ଦଳ ରାସ୍ତାକୁ ଓଲ୍ଲାଉ ବୋଲି କହିଥିଲେ। ୨୧ ବର୍ଷ ଶାସନରେ ଜିଲ୍ଲାରୁ କ୍ୟାବିନେଟ ମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିବା ବେଳେ ଜିଲ୍ଲାବାସୀଙ୍କୁ ପିଇବା ପାଣି ଟୋପାଏ ଯୋଗାଇବା ପାଇଁ ନବୀନ ସରକାର ଅସମର୍ଥ, ଜିଲ୍ଲାରେ ୧୩ ଲକ୍ଷ ଲୋକସଂଖ୍ୟା ପାଇଁ ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ପଡିଥିବା ଏବଂ ସ୍ୱାସ୍ଥ୍ୟସେବା ବିପର‌୍ୟ୍ୟସ୍ତ ଈସୁ ଉପରେ କଂଗ୍ରେସ ଜନସାଧାରଣଙ୍କୁ ସଚେତନ କରାଇବକ୍ଷ ପାଇଁ ମନ୍ତ୍ର ଦେଇଥିଲେ ।
ପ୍ରଭାରୀ ଚେଲ୍ଲାକୁମାର ପାଣିପୋଇଲା ସ୍ଥିତ ରୁଗ୍ନ ଚିନିକଳ କୁ ପରିଦର୍ଶନ କରି ଏହା ନୟାଗଡ ପାଇଁ କଂଗ୍ରେସର ତାଜମହଲ ଥିଲା ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ । ଅଧିକ ଅଖୁପେଡିବା କ୍ଷମତା ବିଶିଷ୍ଟ ନୂତନ ଚିନିକଳ ପ୍ରତିଷ୍ଠା ପାଇଁ ଜିଲ୍ଲା କଂଗ୍ରେସ ଆଜିଠାରୁ ବିଧିବଦ୍ଧ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ଘୋଷଣା କରିଥିଲେ ।
କଂଗ୍ରେସ ଦଳର ନୀତି ଆଦର୍ଶକୁ ଭଲପାଇ ବାମପନ୍ଥୀ ଯୁବ ଶ୍ରମିକ ନେତା ଆଲୋକ ପ୍ରଧାନ, ହରିହରପୁର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ବିଜେପି ନେତା ପ୍ରଭାତ ପ୍ରଧାନ, ଭାପୁର ବିଜେଡିରୁ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଓଡଗାଁ ବ୍ଲକ ପାଣ୍ଡେରୀପଡା ପଞ୍ଚାୟତରୁ ଶଙ୍କର୍ଷଣ ବିଶ୍ୱାଳ, ପ୍ରଫୁଲ୍ଲ ପ୍ରଧାନ ପ୍ରମୁଖଙ୍କୁ କଂଗ୍ରେସ ଦଳରେ ସାମିଲ କରାଯାଇଥିଲା। ଯୁବ କଂଗ୍ରେସ କାର‌୍ୟ୍ୟକାରୀ ସଭାପତି ପ୍ରତୀକ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031