Indus Valley Times

ନୟାଗଡ: କୃଷକମାନଙ୍କୁ ଧାନ ଓ ମକା ବିହନ ବିତରଣ

 Breaking News

ନୟାଗଡ: କୃଷକମାନଙ୍କୁ ଧାନ ଓ ମକା ବିହନ ବିତରଣ

July 08
13:31 2020

କିଶୋର ମହାପାତ୍ର ଙ୍କ ରିପୋର୍ଟ
ନୟାଗଡ଼,୮/୭: ନୟାଗଡ଼ ଜିଲ୍ଲ ଭାପୁର ବ୍ଲକ କୃଷି ସୂଚନା ପରାମର୍ଶ କେନ୍ଦ୍ର ଆତ୍ମା ଓ କୃଷି ବିଭାଗ ପକ୍ଷରୁ ଜୈବିକ ପଦ୍ଧତିରେ ଅଧିକ ଉପାର୍ଜନ ଧାନ ଓ ମକା ବିହନ କୃଷକମାନଙ୍କୁ ବିତରଣ କରାଯାଇଛି । ଭାପୁର ବ୍ଲକ ର ମେଳା ପୋଖରୀ ଓ ବେଗୁନିଆ ଗ୍ରାମ ର ଚାଷୀ ମାନଙ୍କୁ ଧାନ ଓ ମକା ବିହନ ବିତରଣ କରାଯାଇଥିବା ସହ କିପରି ଅଧିକ ପରିମାଣରେ ଅମଳ କରାଯିବ ସେ ସମ୍ପର୍କରେ ଭାପୁର କୃଷି ଅଧିକାରୀ ରବିନ୍ଦ୍ର ନାଥ ପଣ୍ଡା ଏବଂ ଆତ୍ମା ର ଚେୟାରମେନ ବିଜୟ କୁମାର ସାମନ୍ତରାୟ ପରାମର୍ଶ ଦେଇଥିଲେ। ଭାପୁର ବିଡ଼ିଓ ସତ୍ୟ ସୁନ୍ଦର ରାଉତ ଏହି କାର‌୍ୟ୍ୟକ୍ରମ ରେ ଯୋଗଦେଇ ଜୈବିକ ପଦ୍ଧତିର ଉପକାରିତା ବିଷୟରେ ବୁଝାଇବା ସହ କୃଷକମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରିବାପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି କାର‌୍ୟ୍ୟକ୍ରମ ରେ ଆତ୍ମା ବୈଷୟିକ କର୍ମକର୍ତ୍ତା କୃଷକ ସାଥୀ ବିପିନ ବିହାରୀ ଷଡ଼ଙ୍ଗୀ ଓ କୃଷି ବିଭାଗ ର କର୍ମଚାରୀ ମାନେ ଯୋଗଦେଇଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031