Indus Valley Times

ନୟାଗଡ଼ : ଏସସିଇଆଇଟିଙ୍କ ଅଭିନବ ପ୍ରୟାସ ଦ୍ବାରା ଶିକ୍ଷଣ ଶିକ୍ଷା ଦାନ ତିନି ମାସିଆ କାର୍ଯ୍ୟକ୍ରମ ଆରମ୍ଭ

 Breaking News

ନୟାଗଡ଼ : ଏସସିଇଆଇଟିଙ୍କ ଅଭିନବ ପ୍ରୟାସ ଦ୍ବାରା ଶିକ୍ଷଣ ଶିକ୍ଷା ଦାନ ତିନି ମାସିଆ କାର୍ଯ୍ୟକ୍ରମ ଆରମ୍ଭ

July 21
10:30 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨୧/୭ : ଡିଆଇଇଟି ନୟାଗଡ଼ ରାଜ ସୁନାଖଳା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ଅଧିନସ୍ଥ ଏସସିଇଆଇଟିଙ୍କ ଅଭିନବ ପ୍ରୟାସ ଦ୍ବାରା ଶିକ୍ଷଣ ଶିକ୍ଷା ଦାନ ତିନି ମାସିଆ କାର୍ଯ୍ୟକ୍ରମ ୧୫/୦୭/୨୦୨୧ ତାରିଖ ଠାରୁ ସୁଭାରମ୍ଭ ହୋଇଅଛି। ମହାମାରୀ କରୋନା ସମୟରେ ଅନଲାଇନ୍ ପାଠପଢ଼ା ରୁ ବଞ୍ଚିତ ହୋଇଥିବା ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ବିକଳ୍ପ ବ୍ୟବସ୍ଥା କୁ ନୟାଗଡ଼ ଜିଲ୍ଲା ରେ ଅଧିକ କାର୍ଯ୍ୟକ୍ଷମ କରିବାକୁ ଡି.ଆଇ.ଇ.ଟି ନୟାଗଡ଼ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ଯୋଜନାରେ ଡି.ଆଇ.ଇ.ଟି ରାଜସୁନାଖଳା ନୟାଗଡ଼ ର ୯୮ ଜଣ ଗୁରୁ ନୟାଗଡ଼ ଜିଲ୍ଲା ସହ ରାଜ୍ୟ ର ଅନ୍ୟ ଆଠଗୋଟି ଜିଲ୍ଲା ଅନୁଗୁଳ, କଟକ, ଗଞ୍ଜାମ, ଯାଜପୁର , କେନ୍ଦୁଝର, ଖୋର୍ଦ୍ଧା, ମୟୁରଭଞ୍ଜ,, ସୁନ୍ଦରଗଡ଼ ଜିଲ୍ଲାରେ ଛାତ୍ରଛାତ୍ରୀମାନେ ନିଜ ଗାଁ ରେ ରହି ଶିକ୍ଷଣ ଶିକ୍ଷାଦାନ କାର୍ଯ୍ୟକ୍ରମ କୁ ସମସ୍ତ କୋଭିଡି ନିୟମ କୁ ଦୃଷ୍ଟିରେ ରଖି ଚାଲୁ ରଖିଛନ୍ତି। ଏହି ଯୋଜନାରେ ୧୦୫୪ ଜଣ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି। ସେହିପରି ଅନ୍ୟ ଜିଲ୍ଲାରୁ ଚଉଦ ଜଣ ଶିକ୍ଷକ ଆସି ନୟାଗଡ଼ ଜିଲ୍ଲାରେ ୧୩୮ ଜଣ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷାଦାନ କରୁଛନ୍ତି। ଅଧକ୍ଷା ଡଃ ମଞ୍ଜୁବାଳା ସାହୁ ଙ୍କ ବ୍ୟକ୍ତିଗତ ତତ୍ବାବଧାନରେ ସୁଚିନ୍ତିତ ଏହି ଯୋଜନାରେ ୧୧୨ ଜଣ ଗୁରୁ ମୋଟ ୧୧୯୨ ଜଣ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷାଦାନ କରୁଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031