Indus Valley Times

ପ୍ରାଥମିକ ସ୍କୁଲ ଖୋଲିବା ସପକ୍ଷରେ ଭାରତ ସରକାର : ଆଇସିଏମଆର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ

 Breaking News

ପ୍ରାଥମିକ ସ୍କୁଲ ଖୋଲିବା ସପକ୍ଷରେ ଭାରତ ସରକାର : ଆଇସିଏମଆର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ

July 20
20:10 2021

ନୂଆଦିଲ୍ଲୀ ୨୦/୭ : ମହାମାରୀ କରୋନା ଦ୍ୱିତୀୟ ୱେଭ୍‌ର ପ୍ରକୋପ ହ୍ରାସ ପାଉଥିବାରୁ ଏବେ ସ୍କୁଲ ଖୋଳିବାକୁ ଗୁରୁତ୍ୱ ଦେଉଛନ୍ତି ଭାରତ ସରକାର । ଦେଶରେ ପିଲାମାନଙ୍କ ପାଠ ପଢ଼ା ଠପ୍ ହୋଇ ପଡ଼ିଥିବା ବେଳେ କେବେ ସ୍କୁଲ୍ ଖୋଲିବ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି। ଏହି ପ୍ରଶ୍ନର ଜବାବ ଦେଇ ଆଇସିଏମଆର ମହାନିର୍ଦେଶକ ବଳରାମ ଭାର୍ଗବ ମଙ୍ଗଳବାର ଗୁଡ୍ ନ୍ୟୁଜ୍ ଦେଇଛନ୍ତି। କରୋନା ବିରୋଧରେ ପିଲା ଅଧିକ ମଜଭୁତ । ବୟସ୍କଙ୍କ ତୁଳନାରେ ଛୋଟ ପିଲା କରୋନାକୁ ମାତ ଦେବାରେ ସକ୍ଷମ।
ଏହା ସହ ସ୍ବିଡେନ୍ ଭଳି ଦେଶରେ କରୋନାର କୌଣସି ଲହରରେ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇନଥିଲା ବୋଲି ଡାକ୍ତର ଭାର୍ଗବ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, କିଶୋରମାନଙ୍କ ଅପେକ୍ଷା ଛୋଟ ପିଲାଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି ଭଲ ଥାଏ। ସ୍କୁଲ୍ ଖୋଲିବାକୁ ଯୋଜନା ହେଲେ ପ୍ରଥମେ ପ୍ରାଥମିକ ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନିଆଯିବା ଦରକାର ବୋଲି ସେ କହିଛନ୍ତି।
ସେକେଣ୍ଡାରି ସ୍କୁଲ୍ ଖୋଲିବା ପୂର୍ବରୁ ପ୍ରାଇମେରି ସ୍କୁଲ୍ ଖୋଲିବା ନେଇ ପ୍ରଥମେ ଚିନ୍ତା କରିବା ଆବଶ୍ୟକ। ସ୍କୁଲ୍ର ସମସ୍ତ ଷ୍ଟାଫ୍ ଟିକା ନେଇସାରିବା ପରେ ସ୍କୁଲ୍ ଖୋଲିବାକୁ ନିଷ୍ପତ୍ତି ନିଆଯିବା ଦରକାର ବୋଲି ଆଇସିଏମଆର ମହାନିର୍ଦେଶ କହିଛନ୍ତି।
ଭାର୍ଗବ କହିଛନ୍ତି, ‘ସ୍କୁଲ୍ ବସ୍ ଡ୍ରାଇଭର, ଶିକ୍ଷକଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ଟିକା ଦିଆଯିବା ଦରକାର। ତାପରେ ସ୍କୁଲ୍ ଖୋଲିବାକୁ ଅନୁମତି ଦିଆଯିବା ଉଚିତ।’

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031