Indus Valley Times

ବୈାଦ୍ଧ: ଅଜଣା ଶବକୁ କାନ୍ଧଦେଲେ ସ୍ୱେଚ୍ଛାସେବୀ

 Breaking News

ବୈାଦ୍ଧ: ଅଜଣା ଶବକୁ କାନ୍ଧଦେଲେ ସ୍ୱେଚ୍ଛାସେବୀ

August 07
21:37 2020

କମ୍ଭୁ ଧର କ୍ଷେତୀ ଙ୍କ ରିପୋର୍ଟ
ବୈାଦ୍ଧ,୭/୮: ଶୁକ୍ରବାର ଦିନ ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ସମିତି, ବୁଟୁପାଲି ଦ୍ୱାରା ଜଣେ ଅପରିଚିତ ବ୍ୟକ୍ତିର ଶବର ସତ୍କାର କରାଯାଇଛି । ଉକ୍ତ ବ୍ୟକ୍ତିଙ୍କୁ ଗତ ୩ ତାରିଖରେ ଚାରିଛକ ଅଗ୍ନିଶମ ବାହିନୀ ମହାନଦୀରୁ ଉଦ୍ଧାର କରି ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୈାଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା ।
ଏଠାରେ ଚିକିତ୍ସିତ ଅବସ୍ଥାରେ ଗତ ୪ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା । ସରକାରୀ ନିୟମ ଅନୁଯାଇ ୭୨ ଘଣ୍ଟାପରେ ବୈାଦ୍ଧ ଥାନା ପକ୍ଷରୁ ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ସଂଗଠନର ସଂପାଦିକା ସଂଯୁକ୍ତା ମଲ୍ଲିକଙ୍କୁ ଯୋଗାଯୋଗ କରାଯାଇଥିଲା । ବୈାଦ୍ଧ ଥାନା ଓ ବୈାଦ୍ଧ ଏନଏସିର ସହଯୋଗରେ ରାଜଘାଟ ଠାରେ ଶବକୁ ପୋତି ଦିଆଯାଇଥିଲା । ସଂଗଠନର ପ୍ରତିଷ୍ଠାତା ଇନ୍ଦ୍ରମଣୀ ମେହେର, ରାମଚନ୍ଦ୍ର ମେହେର, ମଲୟ ବାରିକ, ଧରଣୀଧର ମେହେର, ଶିତେନ ବାରିକଙ୍କ ସହଯୋଗରେ ଶବକୁ ପୋତି ଦିଆଯାଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031