Indus Valley Times

ବୌଦ୍ଧରେ ସର୍ବବୃହତମ ରାକ୍ଷୀବାନ୍ଧି ବିଶ୍ୱ ରେକର୍ଡ କରିବାରେ ସଫଳ

 Breaking News

ବୌଦ୍ଧରେ ସର୍ବବୃହତମ ରାକ୍ଷୀବାନ୍ଧି ବିଶ୍ୱ ରେକର୍ଡ କରିବାରେ ସଫଳ

ବୌଦ୍ଧରେ ସର୍ବବୃହତମ ରାକ୍ଷୀବାନ୍ଧି ବିଶ୍ୱ ରେକର୍ଡ କରିବାରେ ସଫଳ
November 11
09:06 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୧/୧୧: ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଯୁବ ରେଡକ୍ରସ, ଇକୋ କ୍ଲବ, ଏବଂ ଉଭିଦ ବିଜ୍ଞାନ ତରଫରୁ ଯେଉଁ ୧୪ଫୁଟ ଚଉଢାର ସର୍ବବୃହତ ରାକ୍ଷୀ ତିଆରି କରି ଏକ ବିଶାଳ ବୃକ୍ଷରେ ବନ୍ଧାଯାଇ ବିଶ୍ୱ ରେକର୍ଡ କରିବା ପାଇଁ ପ୍ରୟାସ କରାଯାଇଥିଲା ତାହାକୁ ସ୍ୱୀକୃତି ପ୍ରଦାନ କରିଛି ଗୁଜୁରାଟର ୱାର୍ଲଡ ରେକର୍ଡ ଇଣ୍ଡିଆ ସଂସ୍ଥା । ସେହି ସଂସ୍ଥା ତରଫରୁ ନିକଟରେ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟକୁ ପ୍ରମାଣପତ୍ର ଓ ଗୋଲଡ ମେଡାଲ ପ୍ରଦାନ କରିଛନ୍ତି ।
ଏହି ବୃହତ୍ତ ରାକ୍ଷୀର ପରିକଳ୍ପନା ତଥା ମୁଖ୍ୟ ନିର୍ମାତା ଅଧ୍ୟାପକ ଡ, ପ୍ରବିର ଦାସଙ୍କୁ ମଧ୍ୟ ପ୍ରମାଣପତ୍ର ଓ ଗୋଲଡ ମେଡାଲ ସଂସ୍ଥା ତରଫରୁ ପ୍ରଦାନ କରାଯାଇଛି । ଦୀର୍ଘ ୧୦ ଦିନ ପରିଶ୍ରମ କରି ମହାବିଦ୍ୟାଳୟର ବଟାନିକାଲ ଗାର୍ଡେନର ବାଉଁଶ, ଅଦରକାରୀ କାଗଜପତ୍ର ପଟି,ସୁତୁଲି,ଡ୍ରଇଁ ସିଟ,ପତ୍ର ଇତ୍ୟାଦି ଜୈବିକ ପଦାର୍ଥ ବ୍ୟବହାର କରି ଏହି ରାକ୍ଷୀ ନିର୍ମାଣ କରାଯାଇ ବୃକ୍ଷର ସୁରକ୍ଷା ଏବଂ ସବୁଜିମା ସୃଷ୍ଟି ପାଇଁ ସଚେତନ କରାଯାଇଥିଲା ।
ଏଥିରେ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ, ଅଧ୍ୟାପକ,ସ୍ୱେଚ୍ଛାସେବୀ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର,ସହଜିଲ୍ଲାପାଳ ଅବିନାଶ ପାଣ୍ଡିଆ ଏବଂ ଅନ୍ୟାନ ଅଧିକାରୀଙ୍କ ଉପସ୍ଥିତିରେ ଏହି ବୃକ୍ଷ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ସଫଳ ରୂପାୟନ କରାଯାଇଥିଲା । ସ୍ୱୀକୃତି ପ୍ରମାଣପତ୍ର ପାଇବା ପରେ ବୌଦ୍ଧ ଜିଲ୍ଲାପାଳ ତାଙ୍କ ପ୍ରକୋଷ୍ଠରେ ଅଧ୍ୟାପକ ଶ୍ରୀ ଦାସ ଏବଂ ସହଯୋଗୀ ଶିକ୍ଷକ ବସନ୍ତ ସାହୁଙ୍କୁ ସମ୍ବର୍ଦ୍ଧନା କରିବା ସହ ବୌଦ୍ଧଜିଲ୍ଲାର ନାମ ବିଶ୍ୱ ରେକର୍ଡରେ ସ୍ଥାନିତ କରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ।
ବୌଦ୍ଧ : ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର
ବୌଦ୍ଧ,୧୧/୧୧: ବୌଦ୍ଧବ୍ଲକ ଅନ୍ତର୍ଗତ ମୁଣ୍ଡାପଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ବିଦ୍ୟାଧର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୫୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ବିଧାୟକ ପ୍ରଦିପ କୁମାର ଅମାତ ଏହି ଶିବିରରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବାସହ ମାନପତ୍ର ଓ ଉପଢୌକନ ପ୍ରଦାନ କରିଥିଲେ ।
ଏହି ଅବସରରେ ଆୟୋଜିତ ସଭାରେ ଶ୍ରୀଅମାତ ରକ୍ତଦାନର ଉପାଦେୟତା ଏବଂ ଏହି କାର୍ଯ୍ୟକ୍ରମକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶାକୁ ମୁଖ୍ୟମନ୍ତ୍ରୀଙ୍କ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେ ପୁରୁଷମାନଙ୍କୁ ୫ ଲକ୍ଷ ଟଙ୍କା ଓ ମହିଳାମାନଙ୍କୁ ୧୦ ଲକ୍ଷ ଟଙ୍କା ପ୍ରଦାନ ପାଇଁ ବ୍ୟବସ୍ଥା କରାଇଥିବାବେଳେ ସରକାରଙ୍କ ଜନହିତକର କାର୍ଯ୍ୟକ୍ରମକୁ ଉପସ୍ଥିତ ଲୋକମାନଙ୍କୁ ଅବଗତ କରାଇଥିଲେ ।
ଆୟୋଜିତ ସଭାରେ ଓଡ଼ିଶା ମୋ ପରବାରର ଜୀବନ ବିନ୍ଦୁ ସଂଯୋଜକ ମୃତ୍ୟୁଞ୍ଜୟ ମିଶ୍ର ଗୋଟିଏ ପଞ୍ଚାୟତରେ ଆୟୋଜିତ ଦୁଇଗୋଟି ରକ୍ତଦାନ ଶିବିରରେ ୧୦୦ ୟୁନିଟ ରକ୍ତ ସଂଗ୍ରହ ଏବଂ ୨୪ ଜଣ ମହିଳା ରକ୍ତଦାନ କରିବା ବୌଦ୍ଧଜିଲ୍ଲାରେ ସର୍ବକାଳୀନ ରେକର୍ଡ ବୋଲି ପ୍ରକାଶ କରିବା ସହିତ ସରପଞ୍ଚ ଶ୍ରୀସ୍ୱାଇଁ ଓ ରକ୍ତଦାତାମାନଙ୍କୁ ସାଧୁବାଦ ଜଣାଇଥିଲେ । ଏହି କାର୍ଯକ୍ରମରେ ଶ୍ରୀସ୍ୱାଇଁ ମା ମାନଙ୍କ ଭୂମିକା ଏବଂ ରକ୍ତଦାତାମାନଙ୍କ ଆଗ୍ରହକୁ ଭୂୟସୀ ପ୍ରଶଂସା କରିବା ସହିତ ଶିବିର ଆୟୋଜନରେ ସହଯୋଗ କରିଥିବା ଡାକ୍ତରୀଦଳ,ସ୍ୱେଛାସେବୀମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ରାଜ୍ୟ ବିଜେଡି ଯୁଗ୍ମ ସଂପାଦକ ଅଶୋକ କୁମାର ସାହୁ,ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ଯଶ୍ମିନ ପ୍ରଧାନ,ମନୋରଞ୍ଜନ ପୁରୋହିତ ଓ ସୁବୋଧ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ଶିବିର ପରିଚାଳନାରେ ସୁମନ୍ତ ନାଏକ,ବିଦ୍ୟାଧର ପ୍ରଧାନ,ଜଗଦୀଶ ବାରିକ,ଲିଙ୍ଗରାଜ ଭୋକ୍ତା,ସଂଜୟ ପ୍ରଧାନ,ପ୍ରଭାତ ପ୍ରଧାନ,ହରି ପ୍ରଧାନ,ସୁମନ୍ତ ସାହୁ,ରାମଚନ୍ଦ୍ର ପ୍ରଧାନ,ଅରୁଣ ବାଘ,ବିରେନ୍ଦ୍ର ଝାଙ୍କର ଓ ଅରୁଣ ବାରିକ୍ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।
ବୌଦ୍ଧକୁ ପୌର ପରିଷଦ ମାନ୍ୟତା ଦାବିରେ ନାଗରିକ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
ବୌଦ୍ଧ,୧/୧୧: ବୌଦ୍ଧସହରବାସୀଙ୍କ ଦୀର୍ଘଦିନର ଦାବି ବୌଦ୍ଧଗଡ ଏନଏସିକୁ ମ୍ୟୁନିସପାଲଟିର ମାନ୍ୟତା,ବୌଦ୍ଧଜିଲ୍ଲାକୁ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତରୁ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତକୁ ପରିବର୍ତ୍ତନ ଏବଂ ଜିଲ୍ଲାର ଦୁଇ ପ୍ରାଚୀନ ମନ୍ଦିର ଗନ୍ଧରାଢୀ ଓ ରାମେଶ୍ୱର ର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ଅନୁଦାନ ତୁରନ୍ତ ଯୋଗାଇଦେବା ଦାବିରେ ବୌଦ୍ଧ ନାଗରିକ କମିଟି ପକ୍ଷରୁ ବୁଧବାର ଦି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨ ଘଣ୍ଟିଆ ଧାରଣା ପ୍ରଦାନ କରାଯାଇଛି ।
ବୌଦ୍ଧସହର ଏକ ପ୍ରାଚୀନ ସମୃଦ୍ଧ ଗଡଜାତର ରାଜଧାନୀ ରହିଥିବାବେଳେ ସ୍ୱାଧୀନତା ପରେ ଏହି ଐତିହମୟୀ ସହର କନ୍ଧମାଳ ଜିଲ୍ଲା ଅଧିନରେ ରହି ନିଜର ପରିଚିତି ହରାଇ ବସିଥିଲା । ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ବୌଦ୍ଧକୁ ଏକ ସ୍ୱତନ୍ତ୍ର ଜିଲ୍ଲ୍‌ା ଭାବରେ ପରିଚୟ ଦେବାପରେ ଏହି ଜିଲ୍ଲାର ସମୃଦ୍ଧ ଐତିହ୍ୟ,ପରମ୍ପରାକୁ ନୂତନ ପରିଚୟ ମିଳିବା ସହିତ ବିକାଶ ଦିଗରେ ଜିଲ୍ଲା ଅଗ୍ରଗତି କରିଚାଲିଛି ।
ତେବେ ପଶ୍ଚିମ ଓଡ଼ିଶାର ଭାଷା,ସଂସ୍କୃତି ଓ ପରମ୍ପରା ସହ ଅଙ୍ଗାଙ୍ଗି ଭାବରେ ଜଡିତ ଏହି ଜିଲ୍ଲାକୁ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତରୁ ଉତ୍ତରାଞ୍ଚଳ ଆୟୁକ୍ତକୁ ସ୍ଥାନାନ୍ତର ପାଇଁ ଏହି ଅଞ୍ଚଳର ଓକିଲ ସଂଘ,କର୍ମଚାରୀ ସଂଘ,ସାମ୍ବାଦିକ ସଂଘ ଓ ନାଗରିକ କମିଟି ଠାରୁ ଆରମ୍ଭ କରି ସମସ୍ତ ସଂଗଠନ ପକ୍ଷରୁ ଦୀର୍ଘଦିନ ହେଲା ଦାବି କରାଯାଇ ଆସୁୂଥିଲେ ମଧ୍ୟ କେତେବେଳେ ରାଜସ୍ୱ ଆୟୁକ୍ତ ସଂଖ୍ୟା ବୃଦ୍ଧି କିମ୍ବା ଆଞ୍ଚଳିକ ଅସହମତି ନାମରେ ରାଜ୍ୟସରକାର ଏଡାଇ ଚାଲିଛନ୍ତି । ତେଣୁ ନାଗରିକ କମିଟି ପକ୍ଷରୁ ତୁରନ୍ତ ଏହି ନ୍ୟାର୍ଯ୍ୟ ଦାବି ପୂରଣ ପାଇଁ ଦାବି କରାଯାଇଛି ।
ସେହିପରି ବୌଦ୍ଧ ସହରର ଜନସଂଖ୍ୟା ଓ ଭିତିଭୂମି ଆଧାରରେ ଏହାକୁ ଏକ ପୌର ପରିଷଦର ମାନ୍ୟତା ପ୍ରଦାନ ଜିଲ୍ଲାବାସୀଙ୍କ ନ୍ୟାର୍ଯ୍ୟ ଦାବି ହୋଇଥିବାବେଳେ ସରକାର ଏହାକୁ ମଧ୍ୟ ଅଣଦେଖା କରି ଚାଲିଛନ୍ତି । ପୌର ନିର୍ବାଚନ ପୂର୍ବରୁ ସରକାର ଜିଲ୍ଲାବାସୀଙ୍କ ଏହି ନ୍ୟାର୍ଯ୍ୟ ଦାବି ପୂରଣ କରିବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିବାବେଳେ ସରକାର ପୌର ନିର୍ବାଚନର ୱାର୍ଡ ସୀମା ନିର୍ଦ୍ଧାରଣ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ତେଣୁ ଜିଲ୍ଲାବାସୀଙ୍କ ଏହି ଦାବି ଏବେ ମରିଚିକା ହେବାକୁ ବସିଥିବାବେଳେ ରାଜ୍ୟ ସରକାର ତୁରନ୍ତ ବୌଦ୍ଧକୁ ପୌର ପରିଷଦର ମାନ୍ୟତା ପ୍ରଦାନ କରିବାପରେ ନିର୍ବାଚନ ଘୋଷଣା କରିବାକୁ ସାଧାରଣରେ ମତପ୍ରକାଶ ପାଇଛି ।
ବୌଦ୍ଧ ନାଗରିକ କମିଟି ପକ୍ଷରୁ ଜିଲ୍ଲାବାସୀଙ୍କ ଏହି ଦାବି ତୁରନ୍ତ ପୂରଣ କରିବାସହ ପ୍ରସ୍ତାବିତ କଣ୍ଟାମାଳ,ମନମୁଣ୍ଡା.ପୁରୁଣାକଟକ ଓ ବାଉଁଶୁଣୀଙ୍କୁ ବିଜ୍ଞାପିତ ଅଞ୍ଚଳ ପରିଷଦର ମାନ୍ୟତା ପ୍ରଦାନ ପାଇଁ ମଧ୍ୟ ଦାବି କରାଯାଇଛି । ଏହାବ୍ୟତୀତ ବୌଦ୍ଧର ଦୁଇ ପୂରାତନ ମନ୍ଦିର ରାମେଶ୍ୱର ଓ ଗନ୍ଧରାଢିର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ଅର୍ଥ ତୁରନ୍ତ ପ୍ରଦାନ କରିବାକୁ ମଧ୍ୟ ନାଗରିକ କମିଟି ପକ୍ଷରୁ ଦାବି କରାଯାଇଛି ।
ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିବାବେଳେ ନାଗରିକ କମିଟିର ଏକ ପ୍ରତିନିଧି ମଣ୍ଡଳୀ ନଗର ଉନ୍ନୟନ ମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀଙ୍କୁ ସାକ୍ଷାତ କରି ଜିଲ୍ଲାବାସୀଙ୍କ ଏହି ନ୍ୟାର୍ଯ୍ୟ ଦାବି ଉପସ୍ଥାପନ କରିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଯଦି ସରକାର ଜିଲ୍ଲାବାସୀଙ୍କ ଏହି ନ୍ୟାର୍ଯ୍ୟଦାବି ନେଇ ଟାଳଟୁଳ ନିତି ଜାରି ରଖନ୍ତି ଆବଶ୍ୟକ ହେଲେ ନାଗରିକ କମିଟି ନ୍ୟାୟାଳୟର ଆଶ୍ରୟ ନେବ ବୋଲି ସୂଚନା ଦିଆଯାଇଛି ।
ବୌଦ୍ଧ ନାଗରିକ କମିଟିର ସମ୍ପାଦକ ବିଶ୍ୱେଶ୍ୱର ପୃଷ୍ଟିଙ୍କ ଆହ୍ୱାନକ୍ରମେ ଆୟୋଜିତ ଏହି ଧାରଣା କାର୍ଯ୍ୟକ୍ରମରେ ଦଳମତ ନିର୍ବିଶେଷରେ ବରଷ୍ଠ ଆଇନଜିବୀ ନବ କୁମାର ମିଶ୍ର,ବିପ୍ରଚରଣ ମହାନ୍ତି, ବୌଦ୍ଧ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡମ୍ବରୁଧର ଭୋଇ,ସରୋଜ କୁମାର ପ୍ରଧାନ,ସୂର୍ଯ୍ୟକାନ୍ତ ଦଳବେହେରା,ଜିଲ୍ଲା ଉନ୍ନୟନ ପରିଷଦର ସଭାପତି ଚିତରଞ୍ଜନ ଦାଶ,ପଙ୍କଜ କର୍ଣ୍ଣ,ଯୁଗଳ ସାହୁ,ରାଏ ସଂଜିବ କୁମାର ଦେଓ,ସୂର୍ଯ୍ୟନାରାୟଣ ମହାପାତ୍ର.ପ୍ରଦୋଷ କୁମାର ମିଶ୍ର,ଶୁଭେନ୍ଦୁ ପଟ୍ଟନାୟକ,ତାରେଣି ଜେନା,ରାଜ କିଶୋର ରାଜ, ଯୁଗଳ ସାମଲ,ସମରେଶ ମିଶ୍ର,ବୈକୁଣ୍ଠ ବେହେରା,ସୁଧାଂଶୁ ମିଶ୍ର, ଦୁର୍ଯ୍ୟଧର ବିଶି,ସୁଧାଂଶୁ ଡାଙ୍କଙ୍କ ସମେତ ବହୁସଂଖ୍ୟାରେ ସାଧାରଣ ନାଗରିକ ସାମିଲ ହୋଇଥିଲେ । ଏହାବ୍ୟତୀତ ବୌଦ୍ଧ ମୋଟର କର୍ମଚାରୀ ସଂଘ, ରିକ୍ସା ଚାଳକ ସଂଘ,ଦୁଇଚକିଆ ମେକାନିକ ସଂଘ,ଟ୍ରକ ମାଲିକ ସଂଘର ପ୍ରତିନିଧି ଓ କର୍ମକର୍ତ୍ତା ଏହି ଧାରଣାରେ ସାମିଲ ହୋଇ ନିଜର ସମର୍ଥନ ଜଣାଇଥିବାବେଳେ କଣ୍ଟାମାଳ,ବାଉଁଶୁଣୀ ଓ ପୁରୁଣାକଟକ ଅଂଚଳର ପ୍ରତିନିଧି ମଧ୍ୟ ଏହି ଧାରଣାରେ ସାମିଲ ହୋଇଥିଲେ ।
ବୌଦ୍ଧ : ଇସ୍କନ୍ ଆନୁଲୂଲ୍ୟରେ ବୌଦ୍ଧରେ ଶ୍ରୀମଦ୍ ଭାଗବତ କଥାମୃତ

ବୌଦ୍ଧ,୧୧/୧୧ : ପବିତ୍ର କାର୍ତିକ ମାସରେ ମାନବ ଜୀବନକୁ ସଫଳ କରିବା ପାଇଁ ବୌଦ୍ଧ ସହର ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ବୌଦ୍ଧଜିଲ୍ଲା ଇସ୍କନ୍ ଶାଖା ଅନୁଷ୍ଠାନ ପକ୍ଷରୁ ଆଜିଠାରୁ ଏକ ସପ୍ତାହ ବ୍ୟାପୀ ଭାଗବତ କଥା ସଂଧ୍ୟା ୬ଘ. ଠାରୁ ରାତ୍ର ୮ଘ. ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଅଛି । ଭୂବନେଶ୍ୱର ଇସ୍କନର ଶ୍ରୀପାଦ ଅକ୍ଷୟହରି ଦାସ ବ୍ରହ୍ମଚାରୀ ଭାଗବତର ଭକ୍ତ ସୁଦାମା ପ୍ରସଙ୍ଗ ପ୍ରବଚନ ପ୍ରଦାନ କରିଥିଲେ । ସତ୍‌ସଙ୍ଗ ପ୍ରାରମ୍ଭରେ ଭଜନ କୀର୍ତନ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ବୌଦ୍ଧ ସହର ସମେତ ଆଖପାଖ ଅଂଚଳର ଶତାଧିକ ଭକ୍ତ ଯୋଗଦାନ କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ବୌଦ୍ଧର ପଙ୍କଜନାଭ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ରୀକୃଷ୍ଣ ସେବକ ଦାସ, ଶ୍ରୀପାଦ ପ୍ରାଣବଲ୍ଲଭ ଦାସ, ଶ୍ରୀପାଦ ଗୌରାଙ୍ଗ ଦାସ, ଶ୍ରୀପାଦ ଗୀତଗୋବିନ୍ଦ ଦାସ ପ୍ରମୁଖ ପରିଚାଳନା କରିଥିଲେ ।
ବୌଦ୍ଧ :ହରଭଙ୍ଗା ଅଞ୍ଚଳରେ ତମାଖୁ ନିୟନ୍ତ୍ରଣ କମିଟିର ଚଢାଉ
ବୌଦ୍ଧ,୧୧/୧୧: ବୌଦ୍ଧ ଜିଲ୍ଲା ତମାଖୁ ନିୟନ୍ତ୍ରଣ କମିଟି ପକ୍ଷରୁ ବୁଧୁବାର ହରଭଙ୍ଗା ଓ ଛତ୍ରଙ୍ଗ ଅଞ୍ଚଳରେ ୧୬ ଟି ସ୍ଥାନରେ ଚଢାଉ କରାଯାଇ ୩ ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ଜଣାଯାଇଛି । ଜିଲ୍ଲାରେ ତମାଖୁର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ କେନସର ଭଳି ଭୟଙ୍କର ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ତେଣୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ତମାଖୁ ଜନିତ ନିଶାଦ୍ରବ୍ୟର କାରବାର ଉପରେ ଚଢାଉ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି ।
ଖାଦ୍ୟ ସୁରକ୍ଷା ଅଧିକାରୀ ଧରଣୀଧର ନାୟକ,ଭେଷଜ ନିରୀକ୍ଷକ ସନ୍ତୋଷ କୁମାର ପ୍ରଧାନ ଓ ଜିଲ୍ଲା ଅଣସଂକ୍ରମିତ ରୋଗ ପରାମର୍ଶଦାତା ଆଲୋକ କୁମାର ମିଶ୍ରଙ୍କୁ ,ନେଇ ଏକ ଟିମ୍ ଗଠନ କରାଯିବା ସହିତ ପୋଲିସ ଓ ଅବକାରୀ ବିଭାଗର ସହାୟତାକ୍ରମେ ଜିଲ୍ଲାସାରା ଏହି ଚଢାଉ କାର୍ଯ୍ୟକ୍ରମ ଜାରି ରହିଥିବା ଜଣାଯାଇଛି ।
ବୌଦ୍ଧ ଏନଏସିକୁ ମ୍ୟୁନସିପାଲଟି ଘୋଷଣା ନକଲେ ୧୫ ରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତିନି ଦିନିଆଁ ଧାରଣା ଦେବ କଂଗ୍ରେସ କମିଟି
ବୌଦ୍ଧ,୧୧/୧୧: ବୌଦ୍ଧ ଜିଲ୍ଲାବସୀଙ୍କ ଦୀର୍ଘ ଦିନର ପ୍ରମୁଖ ଦାବୀ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ମ୍ୟୁନସିପାଲଟି ର ମାନ୍ୟତା ନେଇ ବୌଦ୍ଧ କଂଗ୍ରେସ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯିବାକୁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି ।
ରାଜ୍ୟ ସରକାର ପୌର ନିର୍ବାଚନ ନେଇ ପ୍ରସ୍ତୁତି ସହିତ ୱାର୍ଡ ଗୁଡିକର ସୀମା ନିର୍ଦ୍ଧାରଣ ସହିତ ସଂରକ୍ଷଣ ତାଲିକା ପ୍ରକାଶ କରିସାରିଥିବାବେଳେ ବୌଦ୍ଧଜିଲ୍ଲାବାସୀଙ୍କ ଦାବି ସଂପର୍କରେ କୌଣସି ନିଷ୍ପତି ଘୋଷଣା କରିନାହାନ୍ତି । ବୌଦ୍ଧକୁ ପୌର ପରିଷଦର ମାନ୍ୟତା ସହିତ କଣ୍ଟାମାଳ,ମନମୁଣ୍ଡା,ବାଉଁଶୁଣୀ ଓ ପୁରୁଣାକଟକକୁ ବିଜ୍ଞାପିତ ଅଞ୍ଚଳ ପରିଷଦର ମାନ୍ୟତା ପ୍ରଦାନ ପାଇଁ ଦାବି କରାଯାଇଛି । କିନ୍ତୁ ସରକାର ଏହି ଦାବିକୁ ଉପେକ୍ଷା କରି ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତେଣୁ କଂଗ୍ରେସ କମିଟି ପକ୍ଷରୁ ଆନ୍ଦୋଳନକୁ ଜୋରଦାର କରାଯିବାକୁ ନିଷ୍ପତି ଗ୍ରହଣ କରାଯିବା ସହ ବୁଧବାର ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି । ସନ୍ଧ୍ୟାରେ ଜିଲ୍ଲା କଂଗ୍ରେସ କମିଟିର ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଏହି ଦାବିପତ୍ର ପ୍ରଦାନ କରିଥିବା ଜଣାଯାଇଛି ।
ବୌଦ୍ଧଜିଲ୍ଲାରେ ପ୍ରସ୍ତାବିତ ପୌର ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ପାଇଁ ସମସ୍ତ ଭିତିଭୂମି ରହିଥିବାବେଳେ ସରକାର ଏହି ଦାବିକୁ ଉପେକ୍ଷା କରିଚାଲିଛନ୍ତି । ତେଣୁ ଆସନ୍ତା ୧୫ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଦିନରାତି ଧାରଣା ଦିଆଯିବାକୁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଦାବିପତ୍ର ଜରିଆରେ ଜଣାଇ ଦିଆଯାଇଛି । ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ସମୟରେ ପ୍ରତାପ କୁମାର ପଣ୍ଡା,ତାରେଣି କୁମାର ଜେନା,ଅର୍ଜୁନ ମହାନନ୍ଦିଆ ଓ ପ୍ରଦିପ ଦାସ ପ୍ରମୁଖ ଉପସ୍ଥିିତ ଥିଲେ ।
ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ଏକ କ୍ୱିଣ୍ଟାଲ ୩୨ କିଲୋ ଗଂଜେଇ ଜବତ ଜଣେ ଗିରଫ
ବୌଦ୍ଧ,୧୧/୧୧: ବୌଦ୍ଧଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆଜି ସକାଳେ ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଅନ୍ତର୍ଗତ ମୂର୍ଷୁଣ୍ଡି ପଂଚାୟତ ସରଣ୍ଡା ଛକ ନିକଟରେ ଏକ ଟାଟା ଏସିଇ(ଓଡି ୧୯ ଆର ୬୦୭୩)ଗାଡି ଉପରେ ଚଡାଉ କରି ବିପୁଳ ପରିମାଣର ଗଂଜେଇ ସହିତ ଟାଟା ଏସିଇ ଗାଡିକୁ ଜବତ କରାଯାଇଛି । ଗାଡିର ଚାଳକ ଅନୁଗୁଳ ଜିଲ୍ଲା ବଇଣ୍ଡା ଅଂଚଳର ଜିତେନ୍ଦ୍ର ପୋଢ(୨୪)କୁ ମଧ୍ୟ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
ମିଳିଥିବା ସୂଚନା ଅନୁଯାଇ, ଏକ ଟାଟା ଏସିଇ ଗାଡିରେ ଜାତୀୟ ରାଜପଥରେ ଗଂଜେଇ ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ସୁପରିଟେଣ୍ଟ କ୍ରିଷ୍ଣା ନାୟକଙ୍କ ନିର୍ଦ୍ଦେଶରେ ଅବକାରୀ ଇନ୍ସିପେକ୍ଟର ସାଗରିକା ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ଜାତୀୟ ରାଜପଥରେ ପେଟ୍ରୋଲିଙ୍ଗ କରିଥିବା ସମୟରେ ସରଣ୍ଡା ଗ୍ରାମ ନିକଟରେ ଏକ ଟାଟା ଏସିଇ ଗାଡିକୁ ତଲାସି କରାଯାଇଥିଲା ।
ଗାଡିରୁ ବିପୁଳ ପରିମାଣର ଗଂଜେଇ ଜବତ କରାଯାଇଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ଗଂଜେଇ ଆକଳନ କରାଯିବାରୁ ଏକ କ୍ୱିଣ୍ଟାଲ ୩୨ କିଲୋ ହୋଇଥିଲା । ଏହି ଚଢାଉରେ ଅନ୍ୟମାନଙ୍କ ମଧ୍ୟରେ ଅବକାରୀ ସବଇନ୍ସିପେକ୍ଟର ରମେଶ ଚନ୍ଦ୍ର ମହାନ୍ତି,ସ୍ପନ୍ଦନ ମହାନ୍ତିଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031