Indus Valley Times

ଭଲ ଖବର: ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୮୦୭ କରୋନା ଆକ୍ରାନ୍ତ, ସୁସ୍ଥଙ୍କ ସଂଖ୍ୟା ୧୯,୭୪୫

 Breaking News

ଭଲ ଖବର: ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୮୦୭ କରୋନା ଆକ୍ରାନ୍ତ, ସୁସ୍ଥଙ୍କ ସଂଖ୍ୟା ୧୯,୭୪୫

ଭଲ ଖବର: ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୮୦୭ କରୋନା ଆକ୍ରାନ୍ତ, ସୁସ୍ଥଙ୍କ ସଂଖ୍ୟା ୧୯,୭୪୫
July 30
20:31 2020

ଭୁବନେଶ୍ୱର, ୩୦ ।୭: ରାଜ୍ୟର ୨୩ଟି ଜିଲ୍ଲାରୁ ଆଜି ୮୦୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କର ସଂଖ୍ୟା ୧୯ ହଜାର ୭୪୫ରେ ପହଞ୍ଚିଛି ।
ସ୍ଵାସ୍ଥ୍ୟ ବିଭାଗ ଅନୁଯାୟୀ ଗଞ୍ଜାମରୁ ସର୍ବାଧିକ ୪୩୧ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହି ପରି କଟକରୁ ୬୨, ରାୟଗଡାରୁ ୪୭, ଗଜପତିରୁ ୩୪, କେନ୍ଦୁଝରରୁ ୨୯, ସୁନ୍ଦରଗଡରୁ ୨୪, ନୟାଗଡରୁ ୨୩, ଯାଜପୁରରୁ ୨୧, କନ୍ଧମାଳରୁ ୧୯ ଓ ବାଲେଶ୍ଵରରୁ ୧୪ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ଲାଭ କରିଛନ୍ତି।
ସେହି ଭଳି କେନ୍ଦ୍ରାପଡାରୁ ୧୪, ମୟୂରଭଞ୍ଜରୁ ୧୪, ଭଦ୍ରକରୁ ୧୩, ଖୋର୍ଦ୍ଧାରୁ ୧୨, ବରଗଡରୁ ୧୧, ମାଲକାନଗିରିରୁ ୧୦, ବଲାଙ୍ଗିର ଓ ସମ୍ବଲପୁରରୁ ୭ ଲେଖାଏଁ , ଝାରସୁଗୁଡାରୁ ୬, ଢେଙ୍କାନାଳରୁ ୪, ଅନୁଗୁଳରୁ ୩, କୋରାପୁଟ ଓ ପୁରୀରୁ ଜଣେ ଲେଖାଏଁ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏସବୁ ମିଶାଇ ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୦୭ ଜଣ ଆରୋଗ୍ୟ ଲାଭ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031