Indus Valley Times

ଭିତରକନିକାରେ କୁମ୍ଭୀର ଗଣନା ଆଜିଠୁ ଆରମ୍ଭ, ନିୟୋଜିତ ହୋଇଛନ୍ତି ୨୨ଟି ଟିମ୍

 Breaking News

ଭିତରକନିକାରେ କୁମ୍ଭୀର ଗଣନା ଆଜିଠୁ ଆରମ୍ଭ, ନିୟୋଜିତ ହୋଇଛନ୍ତି ୨୨ଟି ଟିମ୍

ଭିତରକନିକାରେ କୁମ୍ଭୀର ଗଣନା ଆଜିଠୁ ଆରମ୍ଭ, ନିୟୋଜିତ ହୋଇଛନ୍ତି ୨୨ଟି ଟିମ୍
January 06
08:36 2022

ପଟ୍ଟାମୁଣ୍ଡାଇ ୬/୧ : ଭିତରକନିକା ଜାତୀୟ ଉଦ୍ୟାନ ଭିତର ଓ ବାହାରେ ଥିବା ନଦୀନାଳଗୁଡିକରେ କୁମ୍ଭୀର ମାନଙ୍କର ଗଣନା କରାଯିବ । ଏହି ଗଣନାରେ ୨୨ଟି ଟିମ ନିୟୋଜିତ ହେବା ସହିତ ପ୍ରତି ଟିମରେ ୪ ରୁ ୫ ଜଣ କର୍ମଚାରୀ ରହିବେ ।
ତେବେ ଏହା ପୂର୍ବରୁ ଗଣନାରେ ନିୟୋଜିତ କର୍ମଚାରୀଙ୍କୁ ଟ୍ରେନିଂ ଦିଆଯାଇଛି । କୁମ୍ଭୀର ବିଶାରଦ ଡା ସୁଧାକର କରଙ୍କ ନେତୃତ୍ୱରେ ବନ କର୍ମଚାରୀମାନଙ୍କୁ ନେଇ କୁମ୍ଭୀର ଗଣନା କରାଯିବ ।
କୁମ୍ଭୀର ଗଣନା ପାଇଁ ଗତ ୨ ତାରିଖରୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ କରାଯାଇଛି । ଜାନୁଆରୀ ୨୦୨୧ ବା ଗତବର୍ଷ ଗଣନା ଅନୁସାରେ ଭିତରକନିକାରେ ୧ ହଜାର ୭୬୮ଟି ବଉଳା କୁମ୍ଭୀର ଥିବା ବେଳେ ଚଳିତ ବର୍ଷ ଆହୁରି ସଂଖ୍ୟା ବଢିବା ନେଇ ଆଶା ରଖିଛି ବନ ବିଭାଗ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031