Indus Valley Times

ମହିପୁର ଫାଣ୍ଡି ପୁଲିସ୍ ଦ୍ଵାରା କାର୍ ସହ ୫୦ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ

 Breaking News

ମହିପୁର ଫାଣ୍ଡି ପୁଲିସ୍ ଦ୍ଵାରା କାର୍ ସହ ୫୦ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ

October 12
21:01 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ନୂଆଗାଁ,୧୨/୧୦ : ନୟାଗଡ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ମହିପୁର ଫାଣ୍ଡି ପୁଲିସ୍ ଦ୍ଵାରା କାର ସହ ୫୦ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି।ସୂଚନା ଅନୁଯାୟୀ ମହିପୁର ଫାଣ୍ଡି ଅଧିନରେ ଥିବା ମାଳିସର ଗ୍ରାମ ନିକଟରେ ଏକ ମାରୁତି ସୂଜୁକି ସ୍ଵିଫ୍ଟି ଡି ଜୟାର କାର ସନ୍ଦେହ ଜନକ ଅବସ୍ଥାରେ ଥିବା ନେଇ ମହିପୁର ଫାଣ୍ଡି ଅଧିକାରୀ ସୂଚନା ପାଇଥିଲେ।ଖବର ପାଇବା ପରେ ଫାଣ୍ଡି ଅଧିକାରୀ ରମେଶ କୁମାର ଦେବତା,ଏ ଏସ ଆଇ ପ୍ରମୋଦ କୁମାର ନନ୍ଦ,ଓ କିଛି କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିର ଡିକି ଜାଞ୍ଜ କରି ୩ ଟି ଜରି ବସ୍ତା ପାଇଥିଲେ।ପୁଲିସ୍ ଏହି ଗାଡ଼ି ଓ ଜରି ବସ୍ତା କୁ ମହିପୁର ଫାଣ୍ଡି କୁ ଆଣି ମାଜିଷ୍ଟେଡ୍ ଙ୍କ ଉପସ୍ଥିତି ରେ ଜାଞ୍ଜ କରିବା ପରେ ସେହି ଜରି ବସ୍ଥାରେ ୫୦ କେଜି ୨୦୦ ଗ୍ରାମ ଗଞ୍ଜେଇ ରହିଥିବା ଜଣାପଡିଥିଲା।ପୁଲିସ୍ ଗାଡ଼ି ସହ ଗଞ୍ଜେଇ ,ଏଟିଏମ୍ କାର୍ଡ,ବିଭିନ୍ନ ବ୍ୟାଙ୍କ୍ ର ପାସ୍ ବୁକ୍ ଜବତ କରିଛି।ଏହି ଘଟଣାରେ କାହାକୁ ଗିରଫ କରାଯାଇନଥିବା ବେଳେ ଏସ ଡି ପି ଓ ନିରଞ୍ଜନ ପାଢ଼ୀ ଏହାର ତଦନ୍ତ କରୁଥିବା ଜଣା ପଡ଼ିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031