Indus Valley Times

ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ମୃତ ସାମ୍ବାଦିକଙ୍କ ପରିବାର ପାଇଁ ୧୩ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ରାଜ୍ୟ ସରକାର

 Breaking News

ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ମୃତ ସାମ୍ବାଦିକଙ୍କ ପରିବାର ପାଇଁ ୧୩ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ରାଜ୍ୟ ସରକାର

February 05
19:37 2022

ଭୁବନେଶ୍ୱର,୫/୨: ନକ୍ସଲ ଖଞ୍ଜିଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ମୃତ ଯୁବ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା ହୋଇଛି। ରାଜ୍ୟ ପୁଲିସ ବିଭାଗ ପକ୍ଷରୁ ୯ ଲକ୍ଷ ଓ ସାମ୍ୱାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ମୃତ ସାମ୍ବାଦିକଙ୍କ ପରିବାର ମୋଟ୍ ୧୩ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପାଇବେ। ସେଥିରୁ ରାଜ୍ୟ ପୁଲିସ ବିଭାଗ ପକ୍ଷରୁ ୯ ଲକ୍ଷ ଓ ସାମ୍ୱାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଆଜି ଯୁବ ସାମ୍ୱାଦିକ ରୋହିତ ବିଶ୍ୱାଳଙ୍କ ମୃତ୍ୟୁ ଘଟିଛି।
କଳାହାଣ୍ଡି ଜିଲ୍ଲାର ନକ୍ସଲ ପ୍ରବଣ ମଦନପୁର-ରାମପୁର ଥାନା ଅନ୍ତର୍ଗତ ଦୁଲେନ୍ କର୍ଲାଖୁଣ୍ଟା ବ୍ରିଜ୍ ନିକଟରେ ନକ୍ସଲମାନେ ପୋଷ୍ଟର ମାରିଥିଲେ। ଏ ସମ୍ପର୍କରେ ଜାଣିପାରି ଏକ ଦୈନିକ ଖବରକାଗର ଯୁବ ସାମ୍ବାଦିକ ରୋହିତ ବିଶ୍ୱାଳ ଆଜି ଖବର ସଂଗ୍ରହ କରିବାକୁ ଯାଇଥିଲେ। ପୋଷ୍ଟରଟି ଗଛରେ ଲାଗିଥିବା ସେ ଦେଖିବାକୁ ପାଇଥିଲେ। ଏହା ପରେ ସେ ଗଛ ମୂଳକୁ ଯାଉଥିଲେ। ଠିକ୍ ଏହି ସମୟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା। ଫଳରେ ଘଟଣା ସ୍ଥଳରେ ଯୁବକ ସାମ୍ୱାଦିକ ରୋହିତଙ୍କ ମୃତ୍ୟୁ ଘଟିଥିଲା।
ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ସମ୍ପର୍କ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ସିଆର୍ପିଏଫ୍ ଓ ପୁଲିସ୍। ବର୍ତ୍ତମାନ ଉକ୍ତ ଅଞ୍ଚଳକୁ ସିଲ୍ କରିଦିଆଯାଇ ଖାନ୍ତଲାସି ଅଭିଯାନ୍ ଚାଲିଛି। ଏଥିସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।
ନକ୍ସଲମାନେ ମାରିଥିବା ପୋଷ୍ଟରରେ ଭୋଟ ବର୍ଜନ କରିବାକୁ ନିବେଦନ କରାଯାଇଛି। ଏହାଛଡ଼ା କଳାହାଣ୍ଡି ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଥିବା ପୁଲିସ ଓ ସିଆରପିଏଫ୍ କ୍ୟାମ୍ପକୁ ତୁରନ୍ତ ଉଠାଇବା ଦାବି କରିଛନ୍ତି ନକ୍ସଲ। ପୋଷ୍ଟରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି କେକେବିଏନ୍ ଡିଭିଜନ ଲେଖାରହିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031