Indus Valley Times

ରାଜ୍ୟ ସ୍ତରୀୟ ପୁରୁଷ ଭଲିବଲ୍ ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତି ବୈଠକ

 Breaking News

ରାଜ୍ୟ ସ୍ତରୀୟ ପୁରୁଷ ଭଲିବଲ୍ ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତି ବୈଠକ

ରାଜ୍ୟ ସ୍ତରୀୟ ପୁରୁଷ ଭଲିବଲ୍ ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତି ବୈଠକ
November 06
20:12 2021

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୬/୧୧: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ୍ରୀଡା ସଂଘ ତରଫରୁ ୬୯ ତମ ରାଜ୍ୟ ସ୍ତରୀୟ ପୁରୁଷ ଭଲିବଲ୍ ପ୍ରତିଯୋଗିତା ର ସୁପରିଚାଳନା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଂଘର ଉପସଭାପତି ସେକ୍ ସାଦିକ ଙ୍କ ଅଧ୍ୟକ୍ଷତାରେ ସଂଘ ସଭାଗୃହ ପରିସରରେ ଅନୁଷ୍ଠିତ ହୋଇ ଯାଇଛି ।ସ୍ଥାନୀୟ ପ୍ରଶାସନ , ଜନପ୍ରତିନିଧି ଏବଂ କ୍ରୀଡାବିତ୍ ମାନଙ୍କ ସହଯୋଗ ରେ ମିନି ଷ୍ଟାଡିୟମ ଠାରେ କିପରି ଏହି ରାଜ୍ୟ ସ୍ତରୀୟ ଭଲିବଲ୍ ପ୍ରତିଯୋଗିତା ଟିକୁ ସଫଳ କରିହେବ ସେଥିପାଇଁ ସଂଘର ସମ୍ପାଦକ ଡ. ସୁଶାନ୍ତ କୁମାର ଦାସ ବିସ୍ତୃତ ଭାବେ ସମସ୍ତ ବିଷୟ ଆଲୋଚନା କରିଥିଲେ ଏବଂ ସଂଘ ର ବିଭିନ୍ନ କର୍ମକର୍ତ୍ତାଙ୍କୁ ଦାୟୀତ୍ବ ବଣ୍ଟନ କରିଥିଲେ।ଏହି ବୈଠକ ରେ କ୍ରୀଡା ସଂଘ ର ସମସ୍ତ କାର‌୍ୟ୍ୟକାରିଣୀ ସଦସ୍ୟ ଉପସ୍ଥିତ ରହି ନିଜ ନିଜ ର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031