Indus Valley Times

ସ୍ଵାଧୀନତାର ୭୫ ବର୍ଷରେ – “ଆମ ସମାଜ ଓ ଅନ୍ଧବିଶ୍ୱାସ”

 Breaking News

ସ୍ଵାଧୀନତାର ୭୫ ବର୍ଷରେ – “ଆମ ସମାଜ ଓ ଅନ୍ଧବିଶ୍ୱାସ”

August 31
19:28 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୩୧/୮ : ସାମାଜିକ ସଂଗଠନ “ମାଟିର ସ୍ୱର” ତରଫରୁ ଆଲୋଚିତ ପ୍ରସଙ୍ଗ ଶୀର୍ଷକ – ସ୍ୱାଧୀନତାର ୭୫ ବର୍ଷରେ -” ଆମ ସମାଜ ଓ ଆମ ଅନ୍ଧବିଶ୍ୱାସ” ରାଜ୍ୟ ସ୍ତରୀୟ ଭର୍ଚୁଆଲ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ବରିଷ୍ଠ ବୁଦ୍ଧିଜୀବୀ, ସମାଜସେବୀ, ସାମାଜିକ କର୍ମୀ, ହେତୁବାଦୀ ଯୋଗଦାନ କରି ସଂମ୍ପ୍ରତି ଆମ ସମାଜ କୁ କବଲିତ କରି ରଖିଥିବା ଅନ୍ଧବିଶ୍ୱାସର କୁପରିଣାମ ଓ ଏହାର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ।
ମୁଖ୍ୟ ଆଲୋଚକ ଭାବେ ବରିଷ୍ଠ ହେତୁବାଦୀ ଏବଂ ଦୂର ଦର୍ଶନ କେନ୍ଦ୍ର , କଟକର ଅବସରର ପ୍ରାପ୍ତ ଉପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ଧଡା ମହୋଦୟ ନିଜର ବକ୍ତବ୍ୟରେ କହିଥିଲେ ଯେ, ଅନ୍ଧବିଶ୍ୱାସ ଅର୍ଥ ହେଉଛି ଯାହା, ବିନା ପ୍ରମାଣରେ, ବିନା ପରୀକ୍ଷା ନିରୀକ୍ଷା, କୌଣସି ତତ୍ତ୍ବ ନାହିଁ, ଯାହା ସାର୍ବଜନୀନ ଗ୍ରହଣୀୟ ନୁହେଁ ଏବଂ ଯେଉଁଠି କିଛି ପ୍ରଶ୍ନ ବା ତର୍କବିତର୍କ ନଥାଏ। ଅଶିକ୍ଷା, କୁଶିକ୍ଷା, ଅଞ୍ଗତା, ଅସ୍ବାସ୍ଥ୍ୟ, ଧର୍ମନିଶା, ରାଜନୀତି, ରୋଗ, ଦୁଃଖ, ଅଶାନ୍ତି, ଭୋଗ, ଲାଭ, ସୁଖ, ସମ୍ଭୋଗ, ପାପ, ପୂଣ୍ୟ ଇତ୍ୟାଦି ଅନ୍ଧବିଶ୍ୱାସର ବିଭିନ୍ନ ଲଷଣ।
ଅନ୍ଧବିଶ୍ୱାସକୁ ମୂଖ୍ୟତଃ ୩ ଭାଗରେ ବିଭକ୍ତ କରାଯାଇଛି। ସେଗୁଡିକ ହେଲା – ସାମାଜିକ, ପାରିବାରିକ ଓ ବ୍ୟକ୍ତିଗତ। ଯଞ୍ଜ, ଜନ୍ତାଳ, ବେଙ୍ଗ ବିବାହ, ଷଣ୍ଢ ସୁଧି ଇତ୍ୟାଦି ଦ୍ବାରା ବର୍ଷା ହୁଏ ନାହିଁ କିନ୍ତୁ ଏହାକୁ ଆମେ ଅନ୍ଧଭାବରେ ମାନି ଚାଲିଛୁ। ଟେଲିଭିଜନ ମାଧ୍ୟମରେ କିଛି ମିଛୁଆ ପ୍ରବଚକ ସ୍ବତନ୍ତ୍ର ଭାବେ ଚାକିରୀ, ବାହାଘର,ପରୀକ୍ଷା ଫଳ, ଶୁଭ ଅଶୁଭ ଇତ୍ୟାଦି ବିଷୟରେ ଘଣ୍ଟା ଘଣ୍ଟା ପ୍ରଚାର କରି ଜନ ସମାଜକୁ ଦିଗଭ୍ରଷ୍ଟ କରିଚାଲିଛନ୍ତି ଏହା ଏକ ଭଲ ବ୍ୟବସାୟରେ ପରିଣତ ହୋଇଛି।
ଏକଥା ଲୋକ ମାନେ କେବେ ବୁଝିବେ?ଗୋଟିଏ କମ୍ପ୍ୟୁଟର ଧରି ଯେଉଁ ମିଥ୍ୟାବାଦୀ ଜୋତିଷ ଏତେ ସମସ୍ୟା ଦୂର କରିପାରିଛୁ ତେବେ ଏ ଦେଶର ସମସ୍ୟା ଏ ସ୍ଥାନରେ କାହିଁକି ? ଡେଉଁରିଆ ବାନ୍ଧିବା, ଗୋଡ଼ରେ କଲାଫିତା ବାନ୍ଧିବା, ବୋଲବମ୍ ରେ ବୁଲିବା, ବାସ୍ତୁସାସ୍ତ ଅନୁସାରେ ଘର ଭାଙ୍ଗି ନୂତନ ଗୃହ ନିର୍ମାଣ କରିବା ଇତ୍ୟାଦି ଇତ୍ୟାଦି କେଉଁ ପ୍ରକାରର ପ୍ରଗତି ଓ ଆମ ଶିକ୍ଷାବ୍ୟବସ୍ଥା ଓ କେଉଁ ବିଜ୍ଞାନ ରେ ଅଛି ? ଆମ ଶିକ୍ଷାବ୍ୟବସ୍ଥା ଓ ଶିକ୍ଷା ଆଜି ସମସ୍ତଙ୍କୁ ପଙ୍ଗୁ କରି ଦେଇଛି।
ଏଥିରେ ସଂସ୍କୃର ଓ ପ୍ରଗତି ନାହିଁ। ଏହା ଞାନ ବିଜ୍ଞାନକୁ ଗୁରୁତ୍ୱ ନଦେଇ ଧର୍ମଶାସ୍ତ୍ର, ପୋଥି ଓ ଯାହାର କୌଣସି ଭିତ୍ତି ନାହିଁ ତାକୁ ବେଶୀ ପ୍ରାଧାନ୍ୟ ଦିଆଯାଉଛି। ପୂର୍ବରୁ ଯାହାଙ୍କୁ କହୁଥିଲୁ ଭଗବାନ – ଧରାପଡିଗଲେ ଆମେ ଆଜି ତାକୁ କହୁଛୁ ବେଇମାନ। ଏ ହେଉଛି ଅନ୍ଧବିଶ୍ୱାସର ଅନ୍ୟ ଏକ ପ୍ରତିବିମ୍ବ। ଏଥିରୁ ମୁକ୍ତି ହେଲେ ଏ ଦେଶର ବିକାଶ ସମ୍ଭବ ଏବଂ ଏହା ବିରୋଧରେ ତୀବ୍ର ଜନ ଜାଗରଣର ଆବଶ୍ୟକତା ଅଛି ।
ଓଡିଶା ହେତୁବାଦୀ ସମାଜର ସାଧାରଣ ସଂପାଦକ ତଥା \”ବୈଜ୍ଞାନିକ ଚର୍ଚ୍ଚା\” ପତ୍ରିକାର ସମ୍ପାଦକ ବରିଷ୍ଠ ହେତୁବାଦୀ ଶ୍ରୀ ଯୁକ୍ତ ଦେବେନ୍ଦ୍ର ସୂତାର ନିଜର ବକ୍ତବ୍ୟରେ ଉପସ୍ଥାପନ କରିଥିବା କେତୋଟି ମୂଲ୍ୟବାନ ବିନ୍ଦୁ ଶୋଷଣ କଷଣ ଅତ୍ୟାଚାର ଲୁଣ୍ଠନ ଇତ୍ୟାଦି ଭଗବାନଙ୍କ ଦ୍ୱାରା ଘଟୁଛି ।
ଏ ମାନସିକତା ଲୋକଙ୍କ ଭିତରେ ଏବେ ବି ଅଛି। ଏହାକୁ ଦୂର କରିବା ନିହାତି ଆବଶ୍ୟକ । ପୂର୍ବ ଜନ୍ମ, ପର ଜନ୍ମ, ଭାଗ୍ୟ, ଭଗବାନ ଏସବୁ କହି କହି ସବୁ କିଛି ସହିଯିବା ଏବଂ ଆତ୍ମ ସନ୍ତୋଷ ଲାଭ କରିବା ହେଉଛି ଅନ୍ଧବିଶ୍ୱାସର ଅନ୍ୟ ଏକ ଶାଖା। ସବୁ କଥା ମାନିଯିବା, ସବୁ ସହିଯିବା, ନୀରବ ରହିବା, ଯୁକ୍ତି ନ କରିବା, ପ୍ରଶ୍ନ ନ ପଚାରିବା, ତର୍ଜମା ଅବା ବାସ୍ତବତାକୁ ବିଶ୍ଲେଷଣ ନକରି ସବୁ କିଛି ଗ୍ରହଣ କରିନେବା ମଧ୍ୟ ଅନ୍ଧବିଶ୍ୱାସ ପରିସରଭୁକ୍ତ।
ଗଣ ଆନ୍ଦୋଳନ, ଜନ ଅଧିକାର, ଜନସ୍ୱାସ୍ଥ୍ୟ, ଜନସ୍ୱାର୍ଥ ମାନବାଧିକାର ଇତ୍ୟାଦିକୁ ଦମନ କରିବା ପାଇଁ \”ଧର୍ମ \” ଏକ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି। ଏହା ଜନସାଧାରଣ ବୁଝି କେବେ ବୁଝିବେ? ଭୟ,ଆଶଙ୍କା,ଦୁର୍ବଳତାର ଫାଇଦା ସାଧୁ, ସନ୍ଥ, ବାବା ମାନବକୃତ ଏବଂ ଆତ୍ମ ଘୋଷିତ ଭଗବାନ ମାନେ ଏହାର ସୁଯୋଗ ଉଠାଇ ଚାଲିଛନ୍ତି । ଏଥିପାଇଁ ଆମ ସମାଜ ଓ ସରକାର ମଧ୍ୟ ଦାୟୀ।
ଖାଦ୍ୟ, ନିଯୁକ୍ତି, ରୋଜଗାର, ଜମିକୁ ଜଲ, ଉଚିତ୍ ମଜୁରୀ ଇତ୍ୟାଦି । ସରକାର ଚାହିଁଲେ ବୃଦ୍ଧି କରିପାରିବେ କିନ୍ତୁ ଏଥିପାଇଁ ଭାଗ୍ୟ ଓ ଭଗବାନର ଭୂମିକା କିଛି ନାହିଁ। ଏସବୁ ଯଦି କାହାକୁ ନ ମିଳେ ସେ ଭାଗ୍ୟ ଓ ଭଗବାନଙ୍କୁ ଦୋଷ ଦେଲେ ସମାଧାନ ହେଇ ପାରିବ କି?ମାନବାଧିକାର ଦିବସ, ମହିଳା ଦିବସ ଓ ଶ୍ରମିକ ଦିବସ କୁ ନିନ୍ଦା କରାଯାଉଥିବା ବେଳେ ଭ୍ରଷ୍ଟ ପ୍ରବଚନ ଓ ପ୍ରବଚକ ମାନଙ୍କ ପାଇଁ ହଜାର ହଜାର ଖର୍ଚ୍ଚ କରି ମିଥ୍ୟା ମନଗଢ଼ା ଗଲ୍ପ ଆମ ଶୁଣି ଚାଲିଛନ୍ତି।
ଧର୍ମକୁ ସାଖି ରଖି ସାଧାରଣ ଜନତାଙ୍କୁ ଲୁଟ୍ କରିବା ପାଇଁ ପୁଞ୍ଜି ପତି ମାନଙ୍କ ଦ୍ଵାରା ବଡ ବଡ ଡାକ୍ତରଖାନା, କଲ କାରଖାନା, ବଡ ବିଦ୍ୟାଳୟ ଇତ୍ୟାଦିରେ ଗୋଟିଏ ଗୋଟିଏ ମନ୍ଦିର ନିର୍ମାଣ ହୋଇଛି। ଏହାର ଭିତିରି ଗୁଢ଼ ତଥ୍ୟ ବୁଝିବା ଆବଶ୍ୟକ। ପିସ୍ ଇଣ୍ଡେକ୍ସ ରେ ଭାରତ ଠାରୁ ଅନ୍ୟ ଦେଶ ଯଥା ଫ୍ରିଲାଣ୍ଡ, ନରୈଓ, ସୁଇଡେନ ଓ ଜର୍ମାନୀ ଇତ୍ୟାଦି ଦେଶ ଅନେକ ଆଗରେ ଅଛନ୍ତି। ଧନ, ସମ୍ପତ୍ତି, ରୋଜଗାର, ମୂଲ୍ୟ, ମଜୁରୀ, ମର୍ଯ୍ୟାଦା ଓ ଅଧିକାର ଜୋତିଷ ଠାରୁ ନୁହେଁ ସରକାର ଠାରୁ ମିଳିବ ଏକଥା ବୁଝିବାକୁ ହେବ।
ପ୍ରଚଳିତ ପୁଞ୍ଜିବାଦ ବ୍ୟବସ୍ଥା ବିରୁଦ୍ଧରେ ଲଢେଇ ଆନ୍ଦୋଳନ କରିବା ଦରକାର କିନ୍ତୁ ପୂଜା ପାଠରେ ଏହାର ସମାଧାନ ଅସମ୍ଭବ। ଆଲ୍ଲା, ଆକବର ଭଗବାନ, ଏବଂ ଉପରବାଲା ଯାହା କରିବାର ଥିବ କରିବେ। ଏ ଭାବନା ସ୍ୱାର୍ଥବାଦୀ ବେପାରୀ, ଧନୀ, ପୁଞ୍ଜିପତି, ଶିଲ୍ପପତି ଓ ପ୍ରଭାବଶାଳୀ ଗୋଷ୍ଠୀ ଓ ବର୍ଗ ଠାରୁ ସୃଷ୍ଟି କିନ୍ତୁ ଜନଗଣ ଏ ଭିତରି କଥା କେବେ ବୁଝିବେ ? ମୌଲବି, ପାଦ୍ରୀ ଓ ଉପରବାଲା ଇତ୍ୟାଦି ସବୁ ଧର୍ମରେ ଏ ପ୍ରଥାମଣିଷ ସମାଜକୁ କବଲିତ କରି ରଖିଛି।
ସିମେଣ୍ଟ ଗାଈ ଠାରୁ ଖିର, ହାତରୁ ବିଭୂତି ଓ ପାଦରୁ ମହୁ ବାହାର କରୁଥିବା ଜୀଅନ୍ତା ଆତ୍ମ ଘୋଷିତ ଭଗବାନ ଜେଲରେ ଅଛନ୍ତି ହେଲେ ବି ଆମେ ସେ ଅନ୍ଧବିଶ୍ୱାସ ପଛରେ ଧାଇଁ ଚାଲିଛୁ। ଏଥିରୁ ମୁକୁଳିବା ପାଇଁ ପ୍ରତି ବ୍ୟକ୍ତି, ପରିବାର ଓ ସମାଜ ପ୍ରଶ୍ନ ପଚାରିବା, ଯୁକ୍ତି କରିବା, ପରୀକ୍ଷା କରିବା, ଚର୍ଚ୍ଚା କରିବା ନିତ୍ୟାନ୍ତ ଅପରିହାର୍ଯ୍ୟ।
ଏହି ଆଲୋଚନାରେ ଯୋଗଦାନ କରିଥିବା ବରିଷ୍ଠ ସମାଜ ସେବୀ ଶ୍ରୀଯୁକ୍ତ ରାମଶଙ୍କର, ଶ୍ରୀଯୁକ୍ତ ସନ୍ଦୀପ ପଟ୍ଟନାୟକ,ଶ୍ରୀଯୁକ୍ତ ଦାଶରଥି ସେନାପତି, ଶ୍ରୀଯୁକ୍ତ ହିମାଂଶୁ ଜେନା, ଶ୍ରୀଯୁକ୍ତ ପଦ୍ମ ପ୍ରଧାନ, ଶ୍ରୀଯୁକ୍ତ ନଟବର ପ୍ରଧାନ ଇତ୍ୟାଦି ନିଜ ନିଜର ମତାମତ ଉପସ୍ଥାପନ କରି କହିଥିଲେ ଯେ, ଏ ଅନ୍ଧବିଶ୍ୱାସ ଯୋଗୁଁ ଆମ ସମାଜରେ ପ୍ରତିଦିନ ଅନେକ ଲୋକଙ୍କ ଜୀବନ ଜୀବିକା ଧ୍ୱଂସ ହେଉଛି ଏବଂ ଜ୍ଞନ ବିଜ୍ଞାନକୁ ଅଧିକ ପ୍ରଚାର ପ୍ରସାର କରିବା ସହିତ ଏ ଅନ୍ଧବିଶ୍ୱାସ ବିରୋଧରେ ବ୍ୟାପକ ଜନସଚେତନତା ସୃଷ୍ଠି କରିବା ଆବଶ୍ୟକ।
ସାମାଜିକ ସଂଗଠନ ମାଟିର ସ୍ୱର ସଂଗଠନର ସଂଯୋଜକ ତଥା ସାମାଜିକ କର୍ମୀ ଶ୍ରୀଯୁକ୍ତ ପ୍ରଭାତ କୁମାର ସାହୁ ଏହି କାର୍ଯ୍ୟକ୍ରମର ସଂଯୋଜନା କରିବା ସହିତ ସମାଜ ବିକାଶ ଓ ପ୍ରଗତି ଖେତ୍ରରେ ଆମ ଦେଶରେ ବଢି ଚାଲିଥିବା ଅନ୍ଧବିଶ୍ୱାସ ମୂଖ୍ୟ ବାଧକ ବୋଲି ମତବ୍ୟକ୍ତ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031