Indus Valley Times

୨୪ ବର୍ଷର ପୁଅକୁ ଧରି ସ୍ବାମୀଙ୍କ ଘର ଆଗରେ ଧାରଣାରେ ବସିଲେ ସ୍ତ୍ରୀ

 Breaking News

୨୪ ବର୍ଷର ପୁଅକୁ ଧରି ସ୍ବାମୀଙ୍କ ଘର ଆଗରେ ଧାରଣାରେ ବସିଲେ ସ୍ତ୍ରୀ

December 20
10:33 2021

ଢେଙ୍କାନାଳ, ୨୦/୧୦: ଅନ୍ୟାୟ ପାଇଁ ସ୍ବାମୀଙ୍କ ଘର ଆଗରେ ଧାରଣାରେ ବସିଲେ ମହିଳା । ବ୍ରହ୍ମପୁରର ବହୁ ଚର୍ଚ୍ଚିତ ତପସ୍ୱିନୀ ମାମଲା ପରେ ଏବେ ଢେଙ୍କାନାଳ ଜିଲ୍ଲା ଲକ୍ଷ୍ମୀ ବଜାର ସ୍ଥିତ ମଲ୍ଲସାହି ନିକଟରେ ଦେଖିବାକୁ ମିଳିଛି ସମାନ ଘଟଣା । ୨୪ ବର୍ଷର ପୁଅକୁ ଧରି ସ୍ବାମୀଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ସ୍ତ୍ରୀ ମାଧବୀ ସାହୁ ।
ଖବର ଅନୁଯାୟୀ, ୧୯୯୫ ମସିହାରେ ମଲ୍ଲସାହିର ସ୍ବର୍ଗତ ମଧୁସୂଦନ ସାହୁଙ୍କ ବଡ଼ପୁଅ ମହିନ୍ଦ୍ର ସାହୁଙ୍କୁ ବିବାହ କରିଥିଲେ ମାଧବୀ । ବିବାହର ଦୁଇବର୍ଷ ପରେ ସ୍ୱାମୀ ମହିନ୍ଦ୍ର ତାଙ୍କୁ ନିର୍ଯାତନା ଦେଇ ଘରୁ ତଡି ଦେଇଥିବା ଅଭିଯୋଗ ହୋଇଥିଲା । ପରେ ସ୍ଥାନୀୟ ବାସିନ୍ଦାଙ୍କ ହସ୍ତକ୍ଷେପ ପରେ ସ୍ୱାମୀଙ୍କ ଅନୁପସ୍ଥିତିରେ ଶ୍ବଶୁର ଘରେ ରହିଥିଲେ ।
ମାଧବୀଙ୍କୁ ତାଙ୍କ ନଣନ୍ଦ, ଦିଅର ଓ ଶ୍ବଶୁର ଉଭୟ ଶାରୀରିକ ଓ ମାନସିକ ନିର‌୍ୟାତନା ଦେଇଥିବା ସେ ପ୍ରକାଶ କରିଛନ୍ତି । ଯାହାଫଳରେ ବାଧ୍ୟ ହୋଇ ସେ ବଲାଙ୍ଗୀର ଜିଲ୍ଲାରେ ଥିବା ନିଜ ବାପଘରକୁ ପଳାଇଥିଲେ ।
ବଲାଙ୍ଗିରରେ ରହୁଥିବାବେଳେ ମହିନ୍ଦ୍ର ତାଙ୍କ ସହ ଫୋନରେ ଯୋଗାଯୋଗ ରଖିଥିଲେ ବୋଲି ମାଧବୀ କହିଛନ୍ତି । ପୁଣି ତାଙ୍କୁ ଘରକୁ ଆଣିବେ ବୋଲି ମଧ୍ୟ ପ୍ରତିଶୃତି ଦେଇଥିଲେ ମହିନ୍ଦ୍ର ।
ହେଲେ ଏଥିରେ ବିଳମ୍ବ ହେବାରୁ ମାଧବୀ ନିଜ ପୁଅ ପ୍ରଦୀପଙ୍କ ସହ ଢେଙ୍କାନାଳ ସହରରେ ଥିବା ନିଜ ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଥିଲେ । ନିଜର ହକ୍ ପାଇଁ କରିଥିଲେ ଦାବି । ମହିନ୍ଦ୍ର ତାଙ୍କୁ ଘରେ ପୁରାଇ ଦେଇନଥିବା ସେ କହିଛନ୍ତି ।
ସେପଟେ ଟାଉନ ଥାନା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହାପରେ ମାଧବୀଙ୍କୁ ଏକ ଲିଖିତ ଅଭିଯୋଗ ଦେବା ପରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେବା ସହ ଧାରଣାରୁ ଉଠିବାକୁ କହିଥିଲେ ।
ତେବେ ତାଜା ସୂଚନା ଅନୁସାରେ ମାଧବୀଙ୍କ ଅଭିଯୋଗକୁ ଭିତ୍ତିକରି ଟାଉନଥାନାରେ ୫୩୪ଜ୍ଝ୨୧ରେ ଏକ ମାମଲା ରୁଜ୍ଜୁ ହେବା ସହ ସ୍ଵାମୀ ମହିନ୍ଦ୍ରଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା ଜାରି ରଖିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031