Indus Valley Times

ବୌଦ୍ଧର ସୁନିଲ ମିଶ୍ର ପାଇଲେ ଭାରତ ସରକାରଙ୍କ ଅତି ଉତ୍କର୍ଷ ସେବା ପଦକ

 Breaking News

ବୌଦ୍ଧର ସୁନିଲ ମିଶ୍ର ପାଇଲେ ଭାରତ ସରକାରଙ୍କ ଅତି ଉତ୍କର୍ଷ ସେବା ପଦକ

ବୌଦ୍ଧର ସୁନିଲ ମିଶ୍ର ପାଇଲେ ଭାରତ ସରକାରଙ୍କ ଅତି ଉତ୍କର୍ଷ ସେବା ପଦକ
October 19
20:30 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୯/୧୦ : ବୌଦ୍ଧରେ ଜନ୍ମଗ୍ରହଣ କରିଥିବା ସୁନିଲ କୁମାର ମିଶ୍ର ସି.ଆଇ.ଏସ୍‌,ଏଫ୍‌.ର ଡେପୁଟି କମାଣ୍ଡାଂଟ୍ ଭାବେ କାର୍ଯ୍ୟରତ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ତରଫରୁ ଅତି ଉତ୍କର୍ଷ ସେବା ପଦକ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଶ୍ରୀ ମିଶ୍ର ବୌଦ୍ଧଜିଲ୍ଲା ଅନ୍ତର୍ଗତ ବୌଦ୍ଧ ସହରର ଚନ୍ଦ୍ରଚୂଡ ସାହିରେ ଜନ୍ମଗ୍ରହଣ କରିଥିଲେ ।
ପିତା ଆଦର୍ଶ ଶିକ୍ଷକ ସ୍ୱର୍ଗତଃ ସାରଙ୍ଗଧର ମିଶ୍ର ଏବଂ ଶ୍ରୀମତି ହରିପ୍ରୀୟା ମିଶ୍ରଙ୍କ ତୃତୀୟ ସନ୍ତାନ । ସେ ବୌଦ୍ଧର ଚନ୍ଦ୍ରଚୂଡ ବିଦ୍ୟାଳୟ ଓ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷାଗ୍ରହଣ କରିବା ପରେ ବଲାଙ୍ଗୀରରେ ଉଚ୍ଚ ଶିକ୍ଷା ଗ୍ରହଣ କରିଥିଲେ । ସେ ୧୯୮୪ ମସିହାରେ ସି.ଆଇ.ଏସ୍‌.ଏଫ୍‌. ରେ ନିଯୁକ୍ତି ପାଇଥିଲେ ।
୩୭ବର୍ଷ ଚାକିରୀ କାର୍ଯ୍ୟକାଳ ସମୟରେ ୨୦୧୩, ୨୦୧୫ ଓ ୨୦୨୦ ମସିହାରେ ପୁରସ୍କୃତ ହୋଇ ସାରିଥିବା ବେଳେ ଚଳିତ ବର୍ଷ ଅତି ଉତ୍କର୍ଷ ସେବା ପଦକ ପାଇବା ପାଇଁ ମନୋନୀତ ହୋଇଛନ୍ତି । ଶ୍ରୀ ମିଶ୍ର ନିଜର କର୍ତବ୍ୟ କରିବା ସହିତ ତାଙ୍କର ଧର୍ମପତ୍ନୀ ଜ୍ୟୋସ୍ନାରାଣୀ ମିଶ୍ରଙ୍କ ସହିତ ମିଶି ରକ୍ତଦାନ, ସ୍ୱଚ୍ଛଭାରତ ଅଭିଯାନ, ବୃକ୍ଷରୋପଣ, ଦୁର୍ନୀତି ନିବାରଣ ଏବଂ କ୍ୟାନସର୍ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରି ପ୍ରଶଂସିତ ହୋଇଛନ୍ତି ।
ଟାଟା ମେମୋରିଆଲ ଚିକିତ୍ସାଳୟକୁ ଓଡିଶାରୁ ଯାଉଥିବା ରୋଗୀମାନଙ୍କୁ ସାହାଯ୍ୟ କରି ଆସୁଛନ୍ତି । ଶ୍ରୀ ମିଶ୍ରଙ୍କୁ ବୌଦ୍ଧର ବିଭିନ୍ନ ଅନୁଷ୍ଠାନ ତରଫରୁ ଶୁଭେଚ୍ଛା ଜଣାଯାଇଛି ।
ବୌଦ୍ଧ: ଶୋଚନୀୟ ହୋଇପଡିଛି ସରସରା ଗ୍ରାମ ମୁଖ୍ୟରାସ୍ତା
ବୌଦ୍ଧ,୧୯/୧୦: ବୌଦ୍ଧଜିଲ୍ଲାର ସବୁଠାରୁ ବଡ ଗ୍ରାମମାନଙ୍କ ମଧ୍ୟରେ ହରଭଙ୍ଗା ବ୍ଲକର ସରସରା ଗ୍ରାମ ଅନ୍ୟତମ । ସରସରା ପଂଚାୟତରେ ୧୪ ଟି ୱାର୍ଡ ରହିଥିବା ବେଳେ ପଂଚାୟତରେ ୮ ହଜାରରୁ ଉର୍ଦ୍ଧ୍ୱ ଜନସଂଖ୍ୟା ଅଛନ୍ତି । ସେଥିମଧ୍ୟରୁ ଏହି ସରସରା ଗ୍ରାମର ଜନସଂଖ୍ୟା ତିିନି ହଜାରରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ ଗ୍ରାମରେ ଛଅଟି ୱାଡ ର୍ରହିଛି । ଏହି ଗ୍ରାମଟି ସରସରା ପଂଚାୟତର ସଦର ମହକୁମା ହୋଇଥିବା ବେଳେ ଗ୍ରାମର ମୁଖ୍ୟରାସ୍ତା କୁହାଯାଉଥିବା ରାସ୍ତାଟି ଅତ୍ୟନ୍ତତ ଶୋଚନୀୟ ହୋଇପଡିଛି ।
ରାସ୍ତାର ବିଭିନ୍ନ ସ୍ଥାନରେ ଖାଲ ଖମା ହୋଇପଡିରହିଛି । ବର୍ଷା ହେଲେ ଗ୍ରାମରେ କୁତ୍ରିମ ବନ୍ୟା ସୃଷ୍ଟି ହେଉଛିଁ । ଗ୍ରାମ ନିକଟରେ ଥିବା ସାଗରର ପାଣି, କେନାଲ ପାଣି ସବୁ ଡ୍ରେନରେ ଯାଇନପାରି ରାସ୍ତା ଉପରେ ଯାଉଥିବାରୁ ଜନସାଧାରଣଙ୍କ ଯିବା ଆସିବାରେ ସମସ୍ୟା ଦେଖାଦେଉଛି । ଡ୍ରନ ଗୁଡିକର ବିଭିନ୍ନ ସ୍ଥାନରେ ପୋତି ହୋଇ ପଡିବା ଫଳରେ ଘରର ମଇଳା, ଆବର୍ଜନା ପାଣି ସବୁ ଡ୍ରନରେ ନିଷ୍କାସନ ହୋଇନପାରି ରାସ୍ତା ଉପରେ ଚାଲୁଛି ।
ଏହି ରାସ୍ତାଟି ଗ୍ରାମର ମୁଖ୍ୟରାସ୍ତା ହୋଇଥିବା ବେଳେ ଚଳପ୍ରଚଳ ପାଇଁ ଏହି ରାସ୍ତା ଉପରେ ଗ୍ରାମର ଅଧିକାଂଶ ଲୋକ ନିର୍ଭର କରିଥାନ୍ତି । ଏହିରାସ୍ତା ଦେଇ ପଂଚାୟତର ପିଲାମାନେ ସ୍କୁଲକୁ ଯିବା ଆସିବା କରୁଛନ୍ତି । ସେହିପରି ଏହି ରାସ୍ତାରେ ପୋଷ୍ଟ ଅଫିସ,ସେବା ସମବାୟ ସମିତି, ଆରଆଇ ଅଫିସ, ଅଙ୍ଗନୱାଡି କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରତିଦିନ ଶହଶହ ଲୋକ ଯିବା ଆସିବା କରିଥାନ୍ତି । ରାସ୍ତାଟି ଶୋଚନୀୟ ପଡିରହିଥିବାରୁ ଲୋକମାନେ ନହିଁନଥିବା ହଇର।।ଣ ହରକତ ହେବାକୁ ପଡୁଛି ।
ଏପରିକି ଗ୍ରାମକୁ ଆମ୍ବୁଲେନ୍ସ ଆସିବାରେ ମଧ୍ୟ ସମସ୍ୟା ଦେଖାଦେଉଥିବାର ଗ୍ରାମବାସୀ ଅଭିଯୋଗ କରୁଛନ୍ତି । ଏହି ଗ୍ରାମଟି ବୌଦ୍ଧ ସଦର ମହକୁମାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଅବସ୍ଥିତ ହୋଇଥିବା ବେଳେ ଯଦି ରାସ୍ତାର ଅବସ୍ଥା ଏଭଳି ହୋଇଛି । ତାହାହେଲେ ଦୁର୍ଗମ ଓ ଆଭ୍ୟନ୍ତରିଣ ଅଂଚଳରେ ଥିôବା ଗ୍ରାମର ରାସ୍ତା ଗୁଡିକ କିପରିଥିବା ତାହା ସହଜେ ଅନୁମାନ କରିହେଉଛି । ସରକାର ଗ୍ରାମାଚଂଳର ବିକାଶ କଥା କହି କୋଟିକୋଟି ଟଙ୍କା ବ୍ୟୟ କରୁଥିଲେ ମଧ୍ୟ ଗ୍ରାମ ଗୁଡିକର ରାସ୍ତାର ବିକାଶ ହୋଇପାରୁନାହିଁ ।
ଯାହାଫଳରେ ସରକାରଙ୍କର ଜନକଲ୍ୟାଣ ଗୁଡିକ କିପରି କେବଳ ଭାଷଣ ମଧ୍ୟରେ ସୀମିତ ହୋଇରହିଯାଇଛି । ପ୍ରଶାସନ ସରସରା ଗ୍ରାମର ଏହି ମୁଖ୍ୟରାସ୍ତାର ଉନ୍ନତି କରଣ ପାଇଁ ପଦକ୍ଷେପ ଗ୍ରହଣ କରିବା ସହିତ ରାସ୍ତା ଉପରେ ଜମି ରହୁଥିବା ପାଣି ଗୁଡିକୁ କିପରି ନିଷ୍କାସନ କରାଯାଇ ପାରିବ ସେଥିôପ୍ରତି ଦୃଷ୍ଟି ଦେବାକୁ ଦାବିହେଉଛି ।
ବୌଦ୍ଧ :ପଞ୍ଚାୟତ ନିର୍ବାଚନ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ
ବୌଦ୍ଧ,୧୯/୧୦: ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୈତିକ ଦଳ ଗୁଡିକ ସେମାନଙ୍କ ରଣକୌଶଳ ଆରମ୍ଭ କରିଥିବା ବେଳେ ଆଜି ବୌଦ୍ଧ ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଅପରାହ୍ନରେ ଦଳ ପକ୍ଷରୁ ଦଳର ଆଇନସେଲ କାର୍ଯ୍ୟାଳୟ ପରିସରରେ ଏକ ସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
ଏଥିରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ର ଅଧ୍ୟକ୍ଷତା କରି ଗ୍ରାମାଞ୍ଚଳର ବିକାଶ ଓ ଲୋକଙ୍କ ଆର୍ଥକ ଉନ୍ନତି ପାଇଁ ଉପା ସରକାର ଦ୍ୱାରା ପ୍ରଣିତ ମନରେଗା(ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତିି ଆଇନ) ମାଧ୍ୟମରେ କରାଯାଇଥିବା ଶହ ଶହ କୋଟି ଟଙ୍କାର ଅନିୟମିତତା ଓ ହେରଫେରକୁ ଗୁରୁତ୍ୱ ଦେଇ ସାଧାରଣଜନତାଙ୍କ ନିଶ୍ଚିତ ନିଯୁକ୍ତି ଓ ପ୍ରକଳ୍ପ ନିର୍ମାଣ ଉଦ୍ଦେଶ୍ୟମରେ ପଞ୍ଚାୟତ ସ୍ତରକୁ ଆସୁଥିବା କୋଟି କୋଟି ଟଙ୍କା କିପରି ଆଇନକୁ ଉଲଂଘନ କରି ଆତ୍ମସାତ୍ କରାଯାଇଥିବା ନେଇ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି ।
ନିଯୁକ୍ତି ଓ କାମଧନ୍ଦା ନପାଇ ବେକାର ଯୁବକମାନେ ଅନ୍ୟ ରାଜ୍ୟକୁ ଦାଦନ ଖଟିଯିବାକୁ ବାଧ୍ୟ ହେଉଥିବାବେଳେ ତାହାକୁ ଆଗାମୀ ପଞ୍ଚାୟତ ନିର୍ବାଚନରେ ମୁଖ୍ୟ ଅସ୍ତ୍ର କରି ଜିଲ୍ଲା କଂଗ୍ରେସ ନିର୍ବାଚନ ମଇଦାନକୁ ଓହ୍ଲାଇବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀେରେ ବରିଷ୍ଠ କଂଗ୍ରେସ ନେତା ନାରାୟଣ ପ୍ରସାଦ ପରିଜା ଓ ପର୍ଯ୍ୟବେକ୍ଷକ ମନୋରଂଜନ ଦାସ ଉପସ୍ଥିତ ଥିଲେ । ଏହା ସହ ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନରେ ହରଭଙ୍ଗା ବ୍ଲକ ଅନ୍ତର୍ଗତ ବାମଣ୍ଡା ଗ୍ରାମପଞ୍ଚାୟତର ନାଏକପଡା ଗୁମ୍ଫା ନିକଟରେ ଅନୁଷ୍ଠିତ ଦଳର କାର୍ଯ୍ୟକାରିଣୀ ବୈଠକ ଅବସରରେ ଏନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଦଳୀୟ ନେତା ଓ କର୍ମୀମାନଙ୍କ ମତଗ୍ରହଣ କରାଯିବା ପରେ ପଞ୍ଚାୟତ ନିର୍ବାଚନ ଇସ୍ତାହାର ପ୍ରସ୍ତୁତି ପାଇଁ ନିଷ୍ପତି ଗ୍ରହଣ କରାଯାଇଛି ।
ଜିଲ୍ଲାରେ ସ୍ୱାସ୍ଥ୍ୟ, ଶିକ୍ଷା, ନିଯୁକ୍ତି, ମହିଳା ସଶକ୍ତିକରଣ,ଓ ସାମାଜିକ ନିରାପତ୍ତା, ଦୁର୍ନୀତି,ଜଳସେଚନ ଓ କୃଷି ସମସ୍ୟାକୁ ଆଗାମୀ ନିର୍ବାଚନରେ ପ୍ରସଙ୍ଗ କରି ଦଳୀୟ ଇସ୍ତାହାର ପ୍ରସ୍ତୁତ କରାରଯିବା ପ୍ରସ୍ତାବକୁ ବୈଠକରେ ସର୍ବସମ୍ମତିକ୍ରମେ ଗ୍ରହଣ କରାଯାଇଥିଲା । ଏହି ବୈଠକରେ ପ୍ରଦେଶ କଂଗ୍ରେସ କମିଟି ତରଫରୁ ପର୍ଯ୍ୟବେକ୍ଷକ ଭାବରେ ବରିଷ୍ଠ କଂଗ୍ରେସ ନେତା ମନୋରଂଜନ ଦାସ ମୁଖ୍ୟଅତିଥି ଓ ଅନ୍ୟତମ ଅତିଥି ଭାବରେ ବରିଷ୍ଠ କଂଗ୍ରେସ ନେତା ଖଗେଶ୍ୱର ମଲ୍ଲିକ ଯୋଗଦେଇଥିଲେ ।
ବୈଠକରେ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ସମରେଶ ମିଶ୍ର ଓ ଅଭିମନ୍ୟୁ ପ୍ରଧାନ, ବ୍ଲକ ସଭାପତି ପଙ୍କଜ କର୍ଣ୍ଣ, ସାଧାରଣ ସଂପାଦକ ଅର୍ଜୁନ ମହାନନ୍ଦିଆ, କୋଷାଧକ୍ଷ୍ୟ ପ୍ରଦୀପ ଦାସ, ଗଣେଶ ଅଗ୍ରୱାଲା, ପ୍ରତାପ ପଣ୍ଡା, ପ୍ରଶାନ୍ତ ସାହୁ, ପ୍ରଶାନ୍ତ କର୍ଣ୍ଣ ଓ ଦୀନମଣୀ ଡାଙ୍ଗ,ପଲସ୍ତି ପ୍ରଧାନ,ଯୋଗ ଦେଇଥିଲେ ।
ବୌଦ୍ଧ : ପଞ୍ଚାୟତ ସ୍ତରୀୟ ମହିଳା ଜନ ପ୍ରତିନଧି ଓ ଗଣ ପ୍ରତିନିଧିମାନଙ୍କୁ ନେଇ କର୍ମଶାଳା
ବୌଦ୍ଧ,୧୯/୧୦: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ସରସରା ଠାରେ ଥିବା ଲୋକ କଳା ବିକାଶ କେନ୍ଦ୍ର ପରିସରରେ ଦି ହଙ୍ଗର ପ୍ରୋଜେକ୍ଟ ଇଣ୍ଡିଆ ପକ୍ଷରୁ ପଞ୍ଚାୟତ ସ୍ତରୀୟ ମହିଳା ଜନ ପ୍ରତିନିଧି ଓ ଗଣ ପ୍ରତିନିଧିମାନଙ୍କୁ ନେଇ ଏକ କର୍ମଶାଳା ସୋମବାର ଅନୁଷ୍ଠିତ ହୋଇଯାଇଛି । ଦି ହଙ୍ଗର ପ୍ରୋଜେକ୍ଟ ଇଣ୍ଡିଆର ସହଯୋଗୀ କର୍ମଶାଳାରେ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ । ପରେ ଅଲିଭା ମହାସଂଘର ଉପସଭାପତି ଅତିଥି ପରିଚୟ ପ୍ରଦାନ କରିଥିଲେ ।
ଅତିଥି ଭାବରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସଦସ୍ୟ ସୀତାକାନ୍ତ ସାହୁ ଯୋଗଦେଇଥିଲେ । ଲୋକ କଳା ବିକାଶ କେନ୍ଦ୍ରର ସମ୍ପାଦିକା ପୁଷ୍ପିତା ପ୍ରଧାନଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ଏହି କର୍ମଶାଳାରେ ବିଗତ ବର୍ଷ ଗୁଡିକରେ ହୋଇଥିବା ଦି ହଙ୍ଗର ପ୍ରୋଜେକ୍ଟ ଇଣ୍ଡିଆର ବିଭିନ୍ନ କାର୍ଯ୍ୟକ୍ରମକୁ ପାୱାର ପଏଣ୍ଟ ମାଧ୍ୟମରେ ବୁଝାଇଥିଲେ । ଅଲିଭା ମହାସଂଘର ସମ୍ପାଦିକା ରଶ୍ମିତା ବେହେରା ମହାସଂଘର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ପରବର୍ତ୍ତି ପର୍ଯ୍ୟାୟରେ ଅତିଥି ଶ୍ରୀସାହୁ ମହିଳା ଓ ଶିଶୁମାନଙ୍କ ପାଇଁ ରହିଥିବା ବିଭିନ୍ନ ସୁବିଧା ସୁଯୋଗ ଉପରେ ଆଲୋକପାତ କରିଥିଲେ । ପରେ ଜନ ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଖୋଲା ଆଲୋଚନା ହୋଇଥିଲା ।
ପଞ୍ଚାୟତର ମହିଳା ଜନ ପ୍ରତିନିଧିମାନେ ନିଜର କାର୍ଯ୍ୟକାଳ ମଧ୍ୟରେ ନିଜ ଅଞ୍ଚଳରେ କରିଥିବା ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଅଲିଭା ମହାସଂଘ ଗଠନ ପୂର୍ବରୁ ଆଜି ପର୍ଯ୍ୟନ୍ତ ଯାହା କାର୍ଯ୍ୟକ୍ରମ କରିଛନ୍ତି ଓ ଦି ହଙ୍ଗର ପ୍ରୋଜେକ୍ଟ ଇଣ୍ଡିଆ ତରଫରୁ ଶିଖିଛନ୍ତି ତାହା ପ୍ରକାଶ କରିଥିଲେ ।
ଅଲିଭା ମହାସଂଘର ସମ୍ପାଦିକ ସୁଶ୍ରୀ ବେହେରା ଉପସଭାପତି କଳ୍ପନା ପାତ୍ର, କୋଷାଧ୍ୟକ୍ଷ ରୀନା ଦେହୁରୀ,ଓ ସରପଞ୍ଚ ମିନତୀ ସେଠୀଙ୍କ ସମେତ ଅନ୍ୟ ୱାର୍ଡ ସଭ୍ୟାମାନେ ଉପସ୍ଥିତ ଥିଲେ । ଏହି କର୍ମଶାଳାରେ ୧୫ ଗୋଟି ପଞ୍ଚାୟତର ଜନ ପ୍ରତିନିଧି ଏବଂ ଗଣମାଧ୍ୟମର ୧୦ ଜଣ ପ୍ରତିନିଧି ଯୋଗଦେଇଥିଲେ । ଶେଷରେ କ୍ଷେତ୍ର ପ୍ରଶିକ୍ଷକ ପ୍ରତାପ ମେହେର ଧନ୍ୟବାଦ ପ୍ରଦାନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031