Indus Valley Times

ଜନ୍ମଦିନରେ ରକ୍ତଦାନ କଲେ ଯୁବ କୁଲୁତା ସମାଜ ସଦସ୍ୟ

 Breaking News

ଜନ୍ମଦିନରେ ରକ୍ତଦାନ କଲେ ଯୁବ କୁଲୁତା ସମାଜ ସଦସ୍ୟ

November 16
11:23 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୧୬/୧୧: ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜର ଉପ ସଭାପତି ଦୀନେଶ ପ୍ରଧାନ ଶୁକ୍ରବାର ନିଜ ଜନ୍ମ ଦିନରେ ରକ୍ତଦାନ କରିବାକୁ ଇଚ୍ଛା ପ୍ରକାଶ କରି ଯୁବ କୁଲୁତା ସମାଜ ସଭାପତି ଅସୀମ ଭୋଇଙ୍କୁ ଯୋଗକ୍ଷଯୋଗ କରିଥିଲେ।
ଠିକ୍ ସେତିକି ବେଳେ ଲୋଇସିଂହା ବ୍ଲକ୍ ତଲୀଉଡକ୍ଷର୍ ଗ୍ରାମ ର ଲକ୍ଷ୍ମୀ ପ୍ରଧାନଙ୍କ ଶରୀରରେ ରକ୍ତର ଅଭାବ ହେବାରୁ ତାଙ୍କ ସ୍ଵାମୀ ଶିବ ପ୍ରଧାନ ଓ ଝିଅ ଭାଗ୍ୟଶ୍ରୀ ବିଶ୍ୱାଳ ଜିଲ୍ଲା ଯୁବ କୁଲୁତା ସମାଜ କୁ ରକ୍ତ ପାଇଁ ସହଯୋଗ ମାଗିଥିଲେ।
ଉପ ସଭାପତି ଦୀନେଶ ପ୍ରଧାନ ୨୦ କିଲୋମିଟର ଉପରଝର ଗ୍ରାମ ରୁ ଆସି ଶ୍ରୀ ଭୋଇଙ୍କ ସଙ୍ଗେ ଭୀମଭୋଇ ରକ୍ତ ଭଣ୍ଡାର ରେ ରକ୍ତଦାନ କରିଥିଲେ।
ରକ୍ତଦାନ ପରେ ଯୁବ ସଂଗଠନ ତରଫରୁ ଦୀନେଶଙ୍କୁ ଚାରାଗଛ,ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇ ଥିଲା।
ରକ୍ତଦାନ ସମୟରେ ରାଜା ପ୍ରଧାନ,ଭାଗ୍ୟଶ୍ରୀ ବିଶ୍ୱାଳ ବ୍ଲଡ଼ ବ୍ୟାଂକ କର୍ମଚାରି ଅଶୋକ ଧଳ ଓ ଅମର ସିଂ ବାଗ୍ ଉପସ୍ଥିତ ଥିଲେ।
ଏ ଅବସରରେ ସମସ୍ତ ଯୁବ ସମାଜ ନିଜ ଜନ୍ମ ଦିନ ତଥା ବିବାହ ବାର୍ଷିକ ଉତ୍ସବରେ ରକ୍ତଦାନ କରି ଏକ ଅମୁଲ୍ୟ ଜୀବନ ବଂଚାଇବାକୁ ଆଗେଇ ଆସନ୍ତୁ ବୋଲି ଯୁବ ସଂଗଠନ ତରଫରୁ ଆହ୍ୱାନ କରାଯାଇଥିଲ।
ସକାଳ ନଅଟାରେ ରକ୍ତ ଭଣ୍ଡାର ରେ କୌଣସି କର୍ମଚାରୀ ନ ଥିବାରୁ ଯୁବ ସମାଜ ସେବୀ ଅସୀମ ଭୋଇ ଅସନ୍ତୋଷ ପ୍ରକାଶ କରି ସିଡିଏମଓ ଙ୍କୁ ଫୋନ କରି ଏ ବିଷୟରେ ଅବଗତ କରିଥିଲେ।ଦୀନେଶ ପ୍ରଧାନଙ୍କ ଏଭଳି ମହତ୍ କାମ ପାଇଁ ଆଗାମୀ ଦିନରେ ଯୁବ ସଙ୍ଗଠନ ତରଫରୁ ତାଙ୍କୁ ସମ୍ମାନିତଏବଂ ସମ୍ବର୍ଦ୍ଧିତ କରାଯିବ ବୋଲି ଶ୍ରୀ ଭୋଇ ମତ ପ୍ରକାଶ କରିଛନ୍ତି କ୍ଷ

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031