Indus Valley Times

ହୋଟେଲରେ ପଡିଛି ଯୁବକଙ୍କ ମୃତଦେହ ; ପୋଲିସ କରୁଛି ତଦନ୍ତ

 Breaking News

ହୋଟେଲରେ ପଡିଛି ଯୁବକଙ୍କ ମୃତଦେହ ; ପୋଲିସ କରୁଛି ତଦନ୍ତ

ହୋଟେଲରେ ପଡିଛି ଯୁବକଙ୍କ ମୃତଦେହ ; ପୋଲିସ କରୁଛି ତଦନ୍ତ
February 20
13:02 2026

ଭୁବନେଶ୍ୱର,୨୦/୨: ରାଜଧାନୀ ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପୋଖରୀପୁଟ ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଏକ ହୋଟେଲ୍ ମଧ୍ୟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଯୁବକଙ୍କ ମୃତ୍ୟୁ ପରେ ତାଙ୍କ ପ୍ରେମିକା ଏବେ ଫେରାର୍ ଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ମୃତ ଯୁବକ ପୁରୁଣା ଭୁବନେଶ୍ୱର ଅଞ୍ଚଳର। ସେ ଉକ୍ତ ଯୁବତୀଙ୍କ ସହ ଦୀର୍ଘ ୬ ମାସ ହେବ ‘ଲିଭ୍-ଇନ୍ ରିଲେସନସିପ୍’ରେ ରହୁଥିଲେ। ଗତକାଲି ବିଳମ୍ବିତ ରାତିରେ ପୋଖରୀପୁଟର ଏକ ହୋଟେଲ୍ ରୁମ୍‌ରୁ ତାଙ୍କର ଝୁଲନ୍ତା ମୃତଦେହ ମିଳିଛି।
ଘଟଣାସ୍ଥଳରେ ଏୟାରଫିଲ୍ଡ ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଯୁବକଙ୍କ ମୃତ୍ୟୁ ପରେ ତାଙ୍କ ପ୍ରେମିକା କୁଆଡେ ଗଲେ ଏବଂ ଉଭୟଙ୍କ ମଧ୍ୟରେ କୌଣସି ବିବାଦ ଥିଲା କି ନାହିଁ, ସେ ନେଇ ହୋଟେଲ୍ କର୍ମଚାରୀ ଓ ପରିବାର ଲୋକଙ୍କୁ ପଚରାଉଚରା କରାଯାଉଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31