ଲର୍ଣ୍ଣର ଲଇସେନ୍ସଧାରୀଙ୍କ ସମୟ ସୀମା ମାର୍ଚ୍ଚ ୩୧ ଯାଏଁ ବଢ଼ିଲା
![ଲର୍ଣ୍ଣର ଲଇସେନ୍ସଧାରୀଙ୍କ ସମୟ ସୀମା ମାର୍ଚ୍ଚ ୩୧ ଯାଏଁ ବଢ଼ିଲା](http://indusvalleytimes.com/news/wp-content/uploads/2020/10/RTO-OFFICE-680x365_c.jpg)
December 27
15:36
2020
ଭୁବନେଶ୍ୱର,୨୭/୧୨: ଡିଏଲ ଆବେଦନ କରିବା ପାଇଁ ଲର୍ଣ୍ଣର ଲଇସେନ୍ସଧାରୀଙ୍କ ଲାଗି ବଢ଼ିଲା ସମୟ ସୀମା । ଓଡ଼ିଶା ସରକାର ୨୦୨୧ ମାର୍ଚ୍ଚ ୩୧ ଯାଏଁ ଏହାକୁ ବଢ଼ାଇଛନ୍ତି । ବିଜ୍ଞପ୍ତି ଜାରି କରି ଏନେଇ ସୂଚନା ଦେଇଛି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ।
ଏସଟିଏ ଦେଇଥିବା ସୂଚନା ଅନୁଯାୟୀ, ଯେଉଁ ଲର୍ଣ୍ଣର ଲାଇସେନ୍ସଧାରୀଙ୍କ ସମୟ ସୀମା ଡିସେମ୍ବର ୩୧, ୨୦୨୦ରେ ଭିତରେ ସରୁଛି, ସେମାନେ ଏହାକୁ ଆସନ୍ତ ବର୍ଷ ଯାଏଁ ବ୍ୟବହାର କରିପାରିବେ । ଏହା ୨୦୨୧ ମାର୍ଚ୍ଚ ୩୧ ଯାଏଁ ବୈଧ ରହିବ । ଏହି ସମୟ ମଧ୍ୟରେ ସେମାନେ ଡ୍ରାଇଭିଂ ଲାଇସେନ୍ସ ପାଇଁ ମଧ୍ୟ ଆବେଦନ କରିପାରିବେ । କରୋନା ମହାମାରୀକୁ ଦେଖି ସରକାର ନୂଆ ଗାଡି ଚାଳକଙ୍କ ପାଇଁ ଏହି ନୂଆ ସୁବିଧା କରିଛନ୍ତି ।