Indus Valley Times

ବାଲେଶ୍ୱର: ଦିବାରାତ୍ର ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ, ମା ତାରିଣୀ ଟିମ ବିଜୟୀ

 Breaking News

ବାଲେଶ୍ୱର: ଦିବାରାତ୍ର ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ, ମା ତାରିଣୀ ଟିମ ବିଜୟୀ

ବାଲେଶ୍ୱର: ଦିବାରାତ୍ର ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ, ମା ତାରିଣୀ ଟିମ ବିଜୟୀ
November 16
22:17 2021

Balasore: Uday Jena memorial day-night volleyball tournament, Maa Tarini team wins final

ସୁଦାମ କୁମାର ପାତ୍ରଙ୍କ ରିପୋର୍ଟ

ବାଲେଶ୍ୱର, ତା ୧୬/୧୧/ ଗତ ୧୪ ତାରିଖରେ ମଧୁପୁରା ହାଇସ୍କୁଲ ପଡ଼ିଆରେ,ଯୁବ କ୍ରୀଡାବିତ ଉଦୟ ଜେନାଙ୍କ ସ୍ମରଣାର୍ଥେ ଏକ ଦିବାରାତ୍ର ଭଲିବଲ ପ୍ରତିଯୋଗିତା ହୋଇଥିଲା। ଏହି ପ୍ରତିଯୋଗିତାରେ ଛଟି ଦଳ ଅଂଶଗ୍ରହଣ କରିଥିଲେ । ଏହି ସଭାକାର୍ଯ୍ୟକୁ ନରେନ୍ଦ୍ର ନାୟକ ପରିଚାଳନା କରିଥିଲେ।
ଏହି ସଭାରେ ମୁଖ୍ୟ ଅତିଥି ଭାବରେ ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ସମ୍ମାନିତ ଅତିଥି ଭାବରେ ୩୯ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ବିପିନ ମାରାଣ୍ଡି, ନାରୀନେତ୍ରୀ ଶୋଭା ମହାନ୍ତି, ମଣ୍ଡଳ ସଭାପତି କ୍ରୀଷ୍ଣା ସାହା, ଏବଂ ସମାଜସେବୀ ତଥା ଯୁବ ବ୍ୟବସାୟୀ ଉମାକାନ୍ତ ଜେନା ଉପସ୍ଥିତ ଥିଲେ ।
ଫାଇନାଲ ଖେଳ ମଧୁପୁରା ଏବଂ ମା ତାରିଣୀ ମଧ୍ୟରେ ହୋଇଥିଲା । ବିଜେତା ଦଳ ଭାବରେ ମା ତାରିଣୀ କୁ ଘୋଷଣା କରାଯାଇଥିଲା

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031